ରିଲିଜ୍ ହେବା ପୂର୍ବରୁ ଆଡଭାନ୍ସ ଟିକେଟ୍ ବୁକିଂରୁ ଜଣାପଡ଼ିଲା କେତେ ରୋଜଗାର କରିବ ‘ଆଲ୍ଫା’ ?
ନୂଆଦିଲ୍ଲୀ: ଆଲିଆ ଭଟ୍ଟ ଏବଂ ରଣବୀର ବାଘଙ୍କ ଅଭିନୀତ ସିନେମା ବଡ଼ ପରଦାରେ ରିଳିଜ୍ ହେବାକୁ ଯାଉଛି । ଫିଲ୍ମ ଫ୍ରାଇଡେ ଅଥବା ଆସନ୍ତାକାଲି ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମରେ ବବି ଦେଓ୍ବଲ ଖଳନାୟକ ଭୂମିକାରେ ନଜର ଆସୁଥିବାବେଳେ ଅନୀଲ କପୁର ମଧ୍ୟ ଅଭିନୟ କରିଛନ୍ତି । ମଲ୍ଟିଷ୍ଟାରର ପିଲ୍ମଟି ରିଲିଜ୍ ହେବାର ଗୋଟିଏ ଦିନ ପୂର୍ବରୁ ଆଡଭାନ୍ସ ଟିକେଟ ବୁକିଂର ରେକର୍ଡ କରିଛି । କାରଣ ଏହି ଫିଲ୍ମ ହ୍ରିତିକ୍ ରୋଶନ ମଧ୍ୟ କେମିଓ ହେବାକୁ ଯାଉଛନ୍ତି ।
ଶେଷ ଖବର ସୁଦ୍ଧା ଫିଲ୍ମର ଆଡଭାନ୍ସ ଟିକେଟ୍ ବୁକିଂ ୧.୫୮ କୋଟି ଟଙ୍କାର ରୋଜଗାର କରିଛି । ଯାହାକି ବ୍ଲାକ ସିଟ୍ସ ସହ ହୋଇଛି । ଏଯାବତ ୧୧ ହଜାର ୨୨୫ଟି ଟିକେଟ୍ ବିକ୍ରି ହୋଇସାରିଛି । ଏକ ରିପୋର୍ଟରେ ପ୍ରକାଶିତ ରିପୋର୍ଟକୁ ଯଦି ବିଶ୍ବାସ କରିବା ତାହେଲେ ଆଡଭାନ୍ସ ଟିକେଟ୍ ବୁକିଂରେ ୪୪.୮୯ ଲକ୍ଷ ଟଙ୍କା ରୋଜଗାର କରିଛି । ଯାହାକି ବ୍ଲାକ୍ ସିଟ୍ସ ବିନା ଆଦାୟ ହୋଇଛି । ଦିଲ୍ଲୀ ଏନସିଆରରେ କେବଳ ୩୫ ଲକ୍ଷ ଏବଂ ମୁମ୍ବାଇରେ ୨୨ ଲକ୍ଷ ଟଙ୍କାର ରୋଜଗାର କରିଛି । ଏବେ ଚର୍ଚ୍ଚା ହେଉଛି କି, ଫିଲ୍ମଟି କଣ ଡବଲ ଡିଜିଟ୍ ରୋଜଗାର କରିପାରିବ କି ?
ଆଡଭାନ୍ସ ଟିକେଟ ବୁକିଂରେ ଆଜି ଯଦି ସୁଧାର ଆସେ ତାହେଲେ ଫିଲ୍ମଟି ଅଧିକ ରୋଜଗାର କରିବ । ୟଶ ରାଜ ମୁଭିଜର ଫିଲ୍ମ ହୋଇଥିବାବେଳେ ଟ୍ରେଲରକୁ ବେଶ ଭଲ ପାଇବା ଦେଇଥିଲେ ଦର୍ଶକ । ଆଉ ଏବେ ଫିଲ୍ମ କେତେ ରୋଜଗାର କରୁଛି ଏବଂ ଦର୍ଶକଙ୍କ ମହଲରେ କେତେ ଆଦୃତ ହେଉଛି ଏହା ଉପରେ ରହିଛି ସମସ୍ତଙ୍କ ନଜର । ତେବେ ବ୍ୟବସାୟୀକ ବିଶେଷଜ୍ଞଙ୍କ ମତରେ ଫିଲ୍ମଟି ୪.୫ରୁ ୪.୮ କୋଟି ଟଙ୍କା ରୋଜଗାର କରିପାରେ । ପ୍ରଥମ ଦିନରେ ଫିଲ୍ମଟି ଏହି ରୋଜଗାର କରିପାରିବ ବୋଲି କୁହାଯାଉଛି ।
ଏହାସହ ପଢ଼ନ୍ତୁ : Akanksha Chamola : ନିଜକୁ ସମଲିଙ୍ଗୀ କହି ପସ୍ତେଇଲେ ଆକାଂକ୍ଷା, ରିଆଲିଟି ସୋରେ ରାଜ୍ ଖୋଲିଦେଲେ ଇନଫ୍ଲୁଏନସର୍...