28 JUNE 2026

Welcome!

Unlock your personalized experience.
Sign Up

Tech layoffs : ରାତି ୯ଟାରେ ଆସିଲା ଫୋନ୍ କଲ୍, ଚାଲିଗଲା ୧୫୦ ଇଞ୍ଜିନିୟରଙ୍କ ଚାକିରୀ ! ଭାରତ ଛାଡିଲା ସଫ୍ଟଓ୍ବେର କମ୍ପାନୀ

Jun 27, 2026 - 20:25
Tech layoffs : ରାତି ୯ଟାରେ ଆସିଲା ଫୋନ୍ କଲ୍, ଚାଲିଗଲା ୧୫୦ ଇଞ୍ଜିନିୟରଙ୍କ ଚାକିରୀ ! ଭାରତ ଛାଡିଲା ସଫ୍ଟଓ୍ବେର କମ୍ପାନୀ

ନୂଆଦିଲ୍ଳୀ,୨୭।୬: ଜଣେ ସଫ୍ଟଓ୍ବେର ଇଞ୍ଜିନିୟରଙ୍କ ସୋସିଆଲ ମିଡିଆ ପୋଷ୍ଟ କର୍ପୋରେଟ୍ ଜଗତରେ ହଇଚଇ ସୃଷ୍ଟି କରିଛି। ଇଞ୍ଜିନିୟର ଜଣକ ଦାବି କରିଛନ୍ତି, କମ୍ପାନୀ ରାତି ୯ଟା ରେ ‘ମାଇକ୍ରୋସଫ୍ଟ ଟିମ୍’ ର ଏକ ମିଟିଂ ଡକାଇଥିଲା। ଏହାର କିଛି ମିନିଟ୍ ଭିତରେ ଭାରତର ପୁରା ଇଞ୍ଜିନିୟର ଟିମ୍ଙ୍କୁ ଚାକିରୀରୁ ବାହାର କରିଦେଇଥିଲା। ତାହା ପୂର୍ବରୁ ପୂର୍ବରୁ ବିନା ସୂଚନାରେ। ଗୋଟିଏ ଝଟକାରେ ପ୍ରାୟ ୧୫୦ ଟେକ୍ ପ୍ରଫେସନାଲ ଚାକିରୀ ହରାଇଥିଲେ।

ଇଞ୍ଜିନିୟର ଜଣକ କହିଛନ୍ତି, ସେ କମ୍ପାନୀର ଇଣ୍ଟର୍ନ ଭାବରେ କାମ ଆରମ୍ଭ କରିଥିଲେ। ପରେ ଫୁଲ୍ ଟାଇମ ସଫ୍ଟଓ୍ବେର ଇଞ୍ଜିନିୟର ହୋଇଥିଲେ। ପ୍ରାୟ ୧.୮ ବର୍ଷ ପର୍ଯ୍ୟନ୍ତ ସେ React, Node.js,Express, javaScript/Type Script, REST APIs ଓ ଡାଟାବେସ୍ ଭଳି ଟେକ୍ନୋଲୋଜିରେ କାମ କରିଥିଲେ। ପୋଷ୍ଟରେ ସବୁଠାରୁ ବଡ଼ ଅଭିଯୋଗ ହେଉଛି ଯେ, କମ୍ପାନୀ କର୍ମଚାରୀଙ୍କୁ କୌଣସି ସେଭରେନ୍ସ ପ୍ୟାକେଜ୍ (କ୍ଷତିପୂରଣ) ମଧ୍ୟ ଦେଇନଥିଲା। ଇଞ୍ଜିନିୟର କହିଛନ୍ତି, ଗୋଟିଏ ମିଟିଂ ହୋଇଥିଲା ଓ ସବୁ ଶେଷ ହୋଇଯାଇଥିଲା।’

ସେ କହିଛନ୍ତି, ଚାକିରୀ ଯିବା ତାଙ୍କ ପାଇଁ ବଡ଼ ଝଟକା ଥିଲା, କିନ୍ତୁ କମ୍ପାନୀରେ କାମ କରିବା ବେଳେ ମିଳିଥିବା ଶିକ୍ଷା ଓ ଏକ ଭଲ ଟିମ୍ ସମୟ ସମୟ ବିତାଇଥିବା ପାଇଁ ସେ ଧନ୍ୟବାଦ ଜଣାଉଛନ୍ତି। ଏହା ସେ ସେ ଲୋକଙ୍କୁ ପଚାରିଛନ୍ତି, ଯଦି କେହି ପୂର୍ବରୁ ଏଭଳି ସ୍ଥିତିର ସାମନା କରିଛନ୍ତି ତେବେ ଚାକିରୀର ସନ୍ଧାନ, ଇଣ୍ଟରଭ୍ୟୁର ପ୍ରସ୍ତୁତି ଓ ନିଜକୁ ମୋଟିଭେଟ୍ କରିବାକୁ ପରାମର୍ଶ ଦେବେ। ସେ ଏହା ମଧ୍ୟ କହିଛନ୍ତି ଯେ, ତୁରନ୍ତ ନୂଆ ଚାକିରୀ ଜନ୍ କରିବା ପାଇଁ ଉପଲବ୍ଧ ଅଛନ୍ତି। ପରେ ରେଡିଟ୍ ସହ କଥା ହୋଇ ଇଞ୍ଜିନିୟର ଜଣକ ଦାବି କରିଛନ୍ତି ଯେ, କମ୍ପାନୀ ଭାରତରେ ନିଜର ଅପରେସନ୍ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦେଇଛି, ଯାହାଫଳରେ ସବୁ କର୍ମଚାରୀଙ୍କୁ ତୁରନ୍ତ ବାହାର କରି ଦିଆଯାଇଛି।

ଏହି ପୋଷ୍ଟ ଭାଇରାଲ ହେବାପରେ ସୋସିଆଳ ମିଡିଆରେ ଲୋକମାନେ କମ୍ପାନୀକୁ ସମାଲୋଚନା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଆଜିକାଲି କମ୍ପାନୀ ସେଭରେନ୍ସ ଦେବାକୁ କାହିଁକି ଚାହୁଁନାହାନ୍ତି ? କର୍ମଚାରୀ ଭଡା ଦେବାକୁ ବି ସଂଘର୍ଷ କରୁଛନ୍ତି। ଅଧିକାଂଶ କମ୍ପାନୀ ପାଖରେ ଟଙ୍କାର ଅଭାବ ନାହିଁ, କିନ୍ତୁ କର୍ମଚାରୀଙ୍କୁ ଦରମା ଦେବାରେ କ’ଣ ଅସୁବିଧା ?