Sudhir Patra Case: ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା, ପୁଲିସ ରିମାଣ୍ଡରେ ସରୋଜ, ରଞ୍ଜନ
ଗୋପାଳପୁର,୦୨/୦୭: ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ଦୁଇଜଣ ଅଭିଯୁକ୍ତ ଗୁଜୁରାଟର ସରୋଜ ପଣ୍ଡା ଓ ବଡ଼ଗଡ଼ ଥାନା ନୂଆଗାଁର ରଞ୍ଜନ ମଲ୍ଲିକଙ୍କୁ ଦୁଇଦିନିଆ ରିମାଣ୍ଡରେ ଆଣିଛି ଗୋପାଳପୁର ଥାନା ପୁଲିସ । ବ୍ରହ୍ମପୁର ଜେଲ୍ରୁ ସ୍ୱତନ୍ତ୍ର ସୁରକ୍ଷା ଭିତରେ ଅଣାଯାଇ ତାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଥାନାକୁ ଆଣି ଜେରା କରିଛି ପୁଲିସ । ସଦର ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ପରିଡ଼ା, ଥାନା ଅଧିକାରୀ ସତ୍ୟ ରଞ୍ଜନ ଲେଙ୍କା କିପରି ଅପହରଣ କଲେ ଏବଂ ତାଙ୍କୁ କିଭଳି ହତ୍ୟା କରିଛନ୍ତି ସେନେଇ ଉଭୟ ଅଭିଯୁକ୍ତଙ୍କୁ ଅଲଗା ଅଲଗା ଜେରା କରିଥିଲେ ।
ସୂଚନା ପ୍ରକାରେ ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ପୁଲିସ ଚାରି ଜଣକୁ ରାଜସ୍ଥାନରୁ ରିମାଣ୍ଡରେ ଆଣିଥିବା ବେଳେ ଗୁଜୁରାଟର ସରୋଜ ପଣ୍ଡା, ବଡ଼ଗଡ଼ ଥାନା ନୂଆଗାଁର ରଞ୍ଜନ ମଲ୍ଲିକ ପୁଲିସ କବଳରୁ ଖସି ଯାଉଥିବା ବେଳେ ପୁଲିସ ଉଭୟଙ୍କୁ ଏନକାଉଣ୍ଟର କରିଥିଲା । ସେମାନଙ୍କ ଗୋଡ଼ରେ ଆଘାତ ଲାଗିଥିବାରୁ ସେମାନଙ୍କୁ ବ୍ରହ୍ମପୁର ଏମ୍କେସିଜିରେ ଚିକିତ୍ସା ପରେ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା ।
ଅଧିକ ପଢ଼ନ୍ତୁ :- Sudhir Patra Case: ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା, ଡେମୋ ଦେଖାଇଲେ ଦୁଇ ଅଭିଯୁକ୍ତ