02 JULY 2026

Welcome!

Unlock your personalized experience.
Sign Up

NASA X-59 aircraft : ନାସାର ଏକ୍ସ-୫୯ ବିମାନର ସଫଳ ପରୀକ୍ଷଣ, ଶବ୍ଦ ବିନା ଉଡ଼ିବ ସୁପରସୋନିକ୍ ବିମାନ

Jul 02, 2026 - 10:22
NASA X-59 aircraft : ନାସାର ଏକ୍ସ-୫୯ ବିମାନର ସଫଳ ପରୀକ୍ଷଣ, ଶବ୍ଦ ବିନା ଉଡ଼ିବ ସୁପରସୋନିକ୍ ବିମାନ

ନୂଆଦିଲ୍ଲୀ ୦୨/୦୭: ଆମେରିକୀୟ ମହାକାଶ ଏଜେନ୍ସି ନାସା ନିଜର ଏକ୍ସ-୫୯ ବିମାନର ସଫଳ ପରୀକ୍ଷଣ କରିଛି । କାଲିଫର୍ଣ୍ଣିଆରେ ଉଡ଼ାଣ ସମୟରେ ଏହା ଶବ୍ଦର ଗତିକୁ ଅତିକ୍ରମ କଲା, କିନ୍ତୁ ସାଧାରଣ ସୁପରସୋନିକ୍ ବିମାନ ଭଳି ଏତେ ତୀବ୍ର ସୋନିକ୍ ବୁମ୍ (ବିସ୍ଫୋରଣ ଭଳି ଶବ୍ଦ) ସୃଷ୍ଟି କଲାନାହିଁ । କମ୍ ଶବ୍ଦରେ ସୁପରସୋନିକ୍ ଉଡ଼ାଣର ଟେକ୍ନୋଲୋଜିକୁ ଯାଞ୍ଚ କରିବା ଏହି ପରୀକ୍ଷଣର ଉଦ୍ଦେଶ୍ୟ ଥିଲା । ନାସା ଓ ଲକ୍‌ହିଡ୍ ମାର୍ଟିନ୍ ମିଳିତ ଭାବେ ଏହି ବିମାନ ନିର୍ମାଣ କରିଛନ୍ତି । ପରୀକ୍ଷଣରେ ଏହା ପ୍ରାୟ ଘଣ୍ଟା ପ୍ରତି ୧୭୨୯ କିମି ବେଗ ହାସଲ କଲା । ପ୍ରାୟ ୫୫ ହଜାର ଫୁଟ ଉଚ୍ଚରେ ଏହା ଉଡ଼ିଥିଲା ।

ଯେତେବେଳେ କୌଣସି ବିମାନ ଶବ୍ଦର ଗତିଠୁ ଦ୍ରୁତ ଉଡ଼େ, ଭୂମିରେ ସୋନିକ୍ ବୁମ୍ ଅର୍ଥାତ୍ ତୀବ୍ର ବିସ୍ଫୋରଣ ଭଳି ଶବ୍ଦ ଶୁଣାଯାଏ । କିନ୍ତୁ ଏକ୍ସ-୫୯ କେବଳ ହାଲୁକା ‘ସୋନିକ୍ ଥମ୍ପ’ ଭଳି ଶବ୍ଦ ଉତ୍ପନ୍ନ କରିଥିଲା । ଶବ୍ଦର ଗତିଠୁ ଦ୍ରୁତ ଉଡୁଥିବା ବିମାନ ଆଗରେ ସୃଷ୍ଟ ବାୟୁର ଚାପ ଓ ତରଙ୍ଗ ପରସ୍ପର ମିଶି ତୀବ୍ର ବିସ୍ଫୋରଣ ଭଳି ଶବ୍ଦ ସୃଷ୍ଟି କରେ । ଏହାକୁ ସୋନିକ୍ ବୁମ୍ କୁହାଯାଏ । ଏହାର ଶବ୍ଦ ଏତେ ତୀବ୍ର ଯେ ଲୋକେ ଝଟ୍‌କା ଅନୁଭବ କରନ୍ତି । ଏପରିକି ଘରର ଝରକା ବି ଥରିଯାଏ । ଏହି କାରଣରୁ ଆମେରିକାରେ ୧୯୭୩ ମସିହାରୁ ଭୂମି ଉପରେ କମର୍ସିଆଲ ସୁପରସୋନିକ୍ ଉଡ଼ାଣ ଉପରେ କଟକଣା ରହିଛି ।

 

ଏକ୍ସ-୫୯ର ଆଗ ଭାଗ ଅତ୍ୟନ୍ତ ଲମ୍ବା ଏବଂ ମୁନିଆ । ଏହା ଦ୍ୱାରା ବାୟୁର ଚାପ ଧୀରେ ଧୀରେ ବ୍ୟାପେ । ଫଳରେ ତୀବ୍ର ବିସ୍ଫୋରଣ ଭଳି ଶବ୍ଦର ସମ୍ଭାବନା କମିଯାଏ । ବିମାନର ଇଞ୍ଜିନ ଉପରକୁ ଲାଗିଛି, ଯାହା ଦ୍ୱାରା ଶବ୍ଦର ପ୍ରଭାବ ଭୂମିକୁ କମ୍ ପହଞ୍ଚିଲା । ନାସା ଅନୁସାରେ, ଏକ୍ସ-୫୯ର ଶବ୍ଦ ପ୍ରାୟ ୭୫ ପ୍ରତିଶତ ହେବ, ଅନ୍ୟପକ୍ଷେ କନ୍‌କର୍ଡର ଶବ୍ଦ ୧୦୦ ପ୍ରତିଶତରୁ ଅଧିକ ଥିଲା । ସରଳ ଭାଷାରେ କହିଲେ ଏକ୍ସ-୫୯ର ଶବ୍ଦ ପୂର୍ବର ସୁପରସୋନିକ୍ ବିମାନ ତୁଳନାରେ ଖୁବ୍ କମ୍ ଏବଂ ସୋନିକ୍ ବୁମ୍ ପରିବର୍ତ୍ତେ କେବଳ ହାଲୁକା ଶବ୍ଦ ଶୁଣାଯିବ । ପରବର୍ତ୍ତୀ ପରୀକ୍ଷଣ ସଫଳ ହେଲେ, ଭବିଷ୍ୟତରେ ସୁପରସୋନିକ୍ ଯାତ୍ରୀ ବିମାନର ମାର୍ଗ ସହଜ ହୋଇପାରେ । ଏହା ଦ୍ୱାରା ଲମ୍ବା ଦୂରତାଯୁକ୍ତ ବିମାନ ଯାତ୍ରାର ସମୟ ଖୁବ୍ କମିଯିବ ।

ଆହୁରି ପଢ଼ନ୍ତୁ...India gasoline exports Russia: ଅଙ୍କ ବିଗାଡ଼ିଲା ୟୁକ୍ରେନ, ଶକ୍ତି ସଙ୍କଟରେ ମସ୍କୋ, ୬୦ ହଜାର ଟନ୍ ଗ୍ୟାସୋଲିନ୍ ପଠାଇଲା ଭାରତ