Sniffer Dog Greets CM Vijay : ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ସ୍ନିଫର ଡଗ୍ର ହୃଦୟସ୍ପର୍ଶୀ ସ୍ୱାଗତ, ଭିଡ଼ିଓ ଭାଇରାଲ
ନୂଆଦିଲ୍ଲୀ : ଶୁକ୍ରବାର ଚେନ୍ନାଇର ଏକ ଉତ୍ସବରେ ସିଏମ ବିଜୟଙ୍କର ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି। ଉଲ୍ଲେଖନୀୟ ଯେ, ଏକ ମେଡାଲ ସମାରୋହ ବେଳେ ରକି ନାମକ ଏକ ସ୍ନିଫର ଡଗ୍ ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟଙ୍କର ଦମଦାର ସ୍ୱାଗତ କରି ଥିଲା। ଏହି ମୁହୂର୍ତ୍ତ ଏତେ ଭାବପ୍ରବଣର ଥିଲା ଯେ, ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ସ୍ନିଫର ଡଗକୁ ଏକ ଲୟରେ ଦେଖୁ ଥିଲେ।
ମୁଖ୍ୟମନ୍ତ୍ରୀ ଶୁକ୍ରବାର ପୁଲିସ ଅଧିକାରୀଙ୍କୁ ୨୦୨୩ -୨୦୨୬ ପାଇଁ ଭାରତ ସରକାର ଓ ରାଜ୍ୟ ସରକାରଙ୍କର ମେଡାଲ ବଣ୍ଟନ କରିଥିଲେ। ସମାରୋହ ବେଳେ , ବିଜୟଙ୍କୁ ଔପଚାରିକ ଭାବେ ଗାର୍ଡ ଅଫ୍ ଅନର ଦିଆ ଯାଇ ଥିଲା। ଏହି ସମୟରେ ‘ରକି’ ପ୍ରଧାନମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବାର ଏକ ଭିଡିଓ ଭାଇରାଲ ହୋଇଥିଲା।
ଭିଡିଓରେ, ‘ରକି’ ତା ପାଟିରେ ଏକ ବାସ୍କେଟ ଧରି ଦୁଇଜଣ ସୁରକ୍ଷା କର୍ମୀଙ୍କ ସହିତ ମଞ୍ଚ ଆଡ଼କୁ ଯାଉଥିବାର ଦେଖିବାକୁ ମିଳୁଛି। ମଞ୍ଚରେ ପହଞ୍ଚିବା ପରେ , ସେ ବିଜୟଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଉଛି। ବିଜୟ ମଧ୍ୟ ପ୍ରତି ଜବାବରେ ତାକୁ ସାଲ୍ୟୁଟ କରୁଛନ୍ତି।
ଶୁକ୍ରବାର ୬୬୫ ଜଣ ପୁଲିସକର୍ମୀଙ୍କୁ ୨୦୨୩ , ୨୦୨୪ ଓ ୨୦୨୫ ମସିହା ପାଇଁ ମେଡାଲ ଦିଆଯାଇ ଥିଲା। ଉକ୍ତ କାର୍ଯ୍ୟକ୍ରମ ବେଳେ ବିଜୟଙ୍କ ଫିଲ୍ମର ଗୀତ ମଧ୍ୟ ବାଜୁ ଥିଲା। ଉକ୍ତ ଭାଇରାଲ ଭିଡିଓ, ବିଜୟଙ୍କ ମେଟ୍ରୋ ଟ୍ରେନରେ ଯାତ୍ରା କରି କାର୍ଯ୍ୟର ତଦାରଖ ନେବାର କିଛି ଦିନ ପରେ ସାମ୍ନାକୁ ଆସିଛି। ଏହି ସମୟରେ ତାଙ୍କର ଏକ ଝଲକ ପାଇବାକୁ ପ୍ରଶଂସକମାନେ କରିଡର ଓ ସିଡିରେ ଭିଡ଼ ଜମାଇ ଥିଲେ।
ଆହୁରି ମଧ୍ୟ ପଢନ୍ତୁ - Honey Trap: ରାଜନେତା ଏବଂ ଭିଆଇପିଙ୍କୁ ‘ହନି ଟ୍ରାପ’ ଷଡଯନ୍ତ୍ରର ପର୍ଦ୍ଦାଫାଶ, ଅଭିଯୁକ୍ତ ମହିଳା ଏବଂ ଜେଇଏମ୍ ସନ୍ଦିଗ୍ଧ ଗିରଫ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।