Welcome!

Unlock your personalized experience.
Sign Up

SIM card cut : ସିମକାର୍ଡର ଗୋଟିଏ କୋଣ କାହିଁକି କଟା ? ଆପଣ ବି ଜାଣି ନଥିବେ...

Jul 24, 2026 - 13:44
SIM card cut : ସିମକାର୍ଡର ଗୋଟିଏ କୋଣ କାହିଁକି କଟା ? ଆପଣ ବି ଜାଣି ନଥିବେ...

ଭୁବନେଶ୍ଵର, ୨୪/୦୭ : ସିମକାର୍ଡର ଗୋଟିଏ କୋଣ କଟା ଥାଏ। ଏହି କଟ୍ ମାର୍କ ଯୋଗୁଁ ସିମ୍‌ କୁ ମୋବାଇଲରେ ଇନସର୍ଟ କରିବା ସହଜ ହୁଏ। ଠିକ୍ ପୋଜିସନରେ ସିମକାର୍ଡ ସହଜରେ ଫିଟ୍ ହୋଇଯାଏ। ତେବେ ଆପଣ ଜାଣିଛନ୍ତି କି ସିମରେ ଏହି କଟ୍ କାହିଁକି ମରାଯାଏ ? ୯୯ ପ୍ରତିଶତ ଲୋକ ବୋଧହୁଏ ଏହା ବିଷୟରେ ଜାଣି ନଥିବେ। ଆମେ ଆଜି ଏହା ପଛର କାରଣ କହିବୁ...

୧୯୯୦ ପୂର୍ବର ସିମକାର୍ଡ କୋଣରେ କୌଣସି କଟ୍ ମାର୍କ ନଥିଲା। ଏଥିପାଇଁ ବହୁ ଲୋକ ମୋବାଇଲ୍ ରେ ଏହାକୁ ଇନସର୍ଟ କରିବା ବେଳେ ବାଉଳା ହେଉଥିଲେ। ଏଥିପାଇଁ ୧୯୯୧ରେ ସିମ୍ ର ଡିଜାଇନ୍ ପରିବର୍ତ୍ତନ କରାଗଲା। ସେବେଠାରୁ ସିମକାର୍ଡର ଗୋଟିଏ କୋଣରେ କଟ୍ କରାଯାଉଛି। କାରଣ ସିମକାର୍ଡ ଠିକ୍ ଭାବରେ ଇନସର୍ଟ ନହେଲେ ଏଥିରେ ଥିବା ଛୋଟ ମେଟାଲ କଣ୍ଟାକ୍ଟ ଖରାପ ହେବାର ସମ୍ଭାବନା ରହିଛି। ଏହାଦ୍ଵାରା ଫୋନ ମଧ୍ୟ ଖରାପ ହୋଇପାରେ। ତେଣୁ ସିମକାର୍ଡର ଏହି କଟ୍ ଡିଜାଇନ୍ ସବୁ କମ୍ପାନୀ ଆପଣେଇଲେ। ସିମ୍ ଟ୍ରେକୁ ମଧ୍ୟ ଏହି ଅନୁସାରେ ଡିଜାଇନ୍ କରାଗଲା। 

ଆଜିକା ସମୟରେ ସିମକାର୍ଡ ସାଇଜ୍ ଖୁବ୍ ଛୋଟ ହୋଇଗଲାଣି। ଏହାଦ୍ଵାରା ଫୋନରେ ଅଧିକ ସ୍ପେସ୍ ରହୁଛି। ଏହାକୁ ନାନୋ ସିମ୍ କାର୍ଡ କୁହାଯାଏ। ଏଥିରେ ମଧ୍ୟ ସମାନ କଟ୍ ରହିଛି। ସିମକାର୍ଡ ବାମ ପଟେ ଉପରେ ଥିବା ୪୫ ଡିଗ୍ରୀର ଏକ ଛୋଟ କଟ୍ ହିଁ ସିମକାର୍ଡର ଠିକ୍ ଦିଗ ନିର୍ଦ୍ଦେଶ କରୁଛି। ସେହିପରି ଏବେ ଇ-ସିମ୍ ମଧ୍ୟ ଆସିଲାଣି। ଏହାଦ୍ଵାରା ଆଉ ଫିଜିକାଲ୍ ସିମକାର୍ଡର ଆବଶ୍ୟକତା କମିଲାଣି। 

ଆହୁରି ପଢନ୍ତୁ-  Nameless railway station : ଭାରତର ଅନାମ ରେଲୱେ ଷ୍ଟେସନ, ୨ ଗାଁର କଳିରୁ ହଟିଲା ସାଇନବୋର୍ଡ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।