Welcome!

Unlock your personalized experience.
Sign Up

Police Encounter: ଆକ୍ସନ୍‌ ମୋଡ଼ରେ ବ୍ରହ୍ମପୁର ପୁଲିସ, ଦୁର୍ଦ୍ଦାନ୍ତ ଅପରାଧୀ କାଳିଆକୁ ଏନକାଉଣ୍ଟର୍

Jul 24, 2026 - 11:38
Police Encounter:  ଆକ୍ସନ୍‌ ମୋଡ଼ରେ ବ୍ରହ୍ମପୁର ପୁଲିସ, ଦୁର୍ଦ୍ଦାନ୍ତ ଅପରାଧୀ କାଳିଆକୁ ଏନକାଉଣ୍ଟର୍

ବ୍ରହ୍ମପୁର ୨୪/୦୭: ଅପରାଧୀଙ୍କୁ ସାବାଡ ପାଇଁ ଆକ୍ସନ୍‌ ମୋଡ଼ରେ ବ୍ରହ୍ମପୁର ପୁଲିସ। ଦୁର୍ଦ୍ଦାନ୍ତ ଅପରାଧୀ ଘନଶ୍ୟାମ ବେହେରା ଓରଫ କାଳିଆକୁ ଏନକାଉଣ୍ଟର କଲା ଗଞ୍ଜାମ ପୁଲିସ। କାଳିଆର ଆଣ୍ଠୁରେ ଗୁଳି ବାଜିଛି । ପୁଲିସ ଗୁରୁତର କାଳିଆକୁ ଉଦ୍ଧାର କରି ଏମ୍‌କେସିଜି ମେଡ଼ିକାଲ​‌ରେ ଭର୍ତ୍ତ କରିଥିବା ସୂଚନା ମିଳିଛି।   

​​​​​​​ଅଧିକ ପଢ଼ନ୍ତୁ :- Accident Breaking : ବ୍ରେକ୍ ଡାଉନ୍ ଟ୍ରକ୍‌କୁ ପିଟିଲା ଯାତ୍ରୀବାହୀ ବସ୍‌, ୧୦ରୁ ଅଧିକ ଯାତ୍ରୀ ଗୁରୁତର, ମେଡିକାଲରେ ଭର୍ତ୍ତି


ସୂଚନା ଅନୁଯାୟୀ, ଆଜି  ପୁରୁଷୋତ୍ତମପୁର ଥାନା ଅଧିକାରୀ କୁଳମଣି ସେଠୀ ଓ ତାଙ୍କ ଟିମ ସହ କୋଦଳା -ସିଂହାସିନି ରୋଡ଼ରେ ମୁହାଁ ମୁହିଁ ହୋଇଥିଲା କାଳିଆ।  ସେ ପୁଲିସ ଉପରକୁ ଗୁଳି ଚଳାଇଥିଲା। ପାଲଟା ଜବାବ ଦେଇଥିଲା ପୁଲିସ।  କାଳିଆର ଆଣ୍ଠୁରେ ବାଜିଛି ଗୁଳି। ହତ୍ୟା, ହତ୍ୟା ଉଦ୍ୟମ, ଚୋରି ଓ ଡକାୟତି ଭଳି ବହୁ ସଂଗୀନ ମାମଲା କାଳିଆ ନାମରେ ରହିଥିବା ଜଣାପଡିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।