22 JULY 2026

Welcome!

Unlock your personalized experience.
Sign Up

Share Market Crash: ୪ ଘଣ୍ଟାର ଟ୍ରେଡିଂରେ ୪ ଲକ୍ଷ କୋଟି ଟଙ୍କାର ଝଟକା, ଖସିଲା ସେସସେକ୍ସ-ନିଫ୍ଟି

Jul 22, 2026 - 15:30
Share Market Crash: ୪ ଘଣ୍ଟାର ଟ୍ରେଡିଂରେ ୪ ଲକ୍ଷ କୋଟି ଟଙ୍କାର ଝଟକା, ଖସିଲା ସେସସେକ୍ସ-ନିଫ୍ଟି

ନୂଆଦିଲ୍ଲୀ,୨୨।୭:  ଭାରତୀୟ ସେୟାର ବଜାରରେ ‘ଭୂକମ୍ପ’। ବୁଧବାର ୨୨ ଜୁଲାଇରେ ମଧ୍ୟାହ୍ନ ଯାଏଁ ଏହି ଝଟକା ଏତେ ଜୋରଦାର ଥିଲା ଯେ, ସେନସେକ୍ସ ଓ ନିଫ୍ଟି ଭଳି ପ୍ରମୁଖ ସୂଚକାଙ୍କରେ ୧% ହ୍ରାସ ଦେଖିବାକୁ ମିଳିଛି। ସେଭଳି ମିଡକ୍ୟାପ୍ ଓ ସ୍ମଲକ୍ୟାପ୍ ସେୟାରରେ ଏଥିରେ ଅଧିକ ହ୍ରାସ ହୋଇଛି। ଚାରିଘଣ୍ଟା ଟ୍ରେଡିଂରେ ବିଏସ୍‌ଇ ନିବେଶକଙ୍କୁ ପ୍ରାୟ ୪ ଲକ୍ଷ କୋଟିର କ୍ଷତି ସହିବାକୁ ପଡିଛି। ଏହି ଲିଷ୍ଟେଡ୍ କମ୍ପାନୀର ମାର୍କେଟ କ୍ୟାପ୍ ୪,୮୦,୩୪,୩୪୦.୨୭ ଟଙ୍କା ରହି ଯାଇଛି। ଏହା ପୂର୍ବରୁ ୨୧ ଜୁଲାଇରେ ମୋଟ ମାର୍କେଟ କ୍ୟାପ୍ ୪,୮୪,୨୯,୮୩୯.୧୦ ଟଙ୍କା ଥିଲା।

ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ସେନସେକ୍ସ ୮୦୦ ପଏଣ୍ଟରୁ ଅଧିକ (ପ୍ରାୟ ୧%) ହ୍ରାସ ପାଇ ୭୬,୬୪୧.୧୯ ନିମ୍ନ ସ୍ତରରେ ପହଁଞ୍ଚି ଯାଇଛି। ସେଭଳି ନିଫ୍ଟି ୫୦% ନିଜର ଗୁରୁତ୍ବପୂର୍ଣ୍ଣ ସମର୍ଥନ ସ୍ତର ୨୪,୦୦୦ ରେ ତଳକୁ ଖସି ୨୩,୯୬୧.୪୦ ପର୍ଯ୍ୟନ୍ତ ଆସିଯାଇଛି, ଯାହାକି ୨୦୦ ପଏଣ୍ଟ (ପ୍ରାୟ ୧%) ହ୍ରାସ ଥିଲା। ନିଫ୍ଟି ମିଡକ୍ୟାପ୍‌ ୧୦୦ ଓ ସ୍ମଲକ୍ୟାପ୍‌ ୧୦୦ ଇଣ୍ଡେକ୍ସରେ ପ୍ରାୟ ଦେଢ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିଥିଲା।

ସେୟାର ବଜାରରେ ଆଜି ହ୍ରାସର ୫ କାରଣ

୧- ଟ୍ରମ୍ପଙ୍କ ଟାରିଫ୍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ହୋ ଟ୍ରମ୍ପ ୧ ଅଗଷ୍ଟ ୨୦୨୮ରୁ ଆମେରିକାରୁ ଆସୁଥିବା ସବୁ ଜେନେରିକ୍ ଔଷଧ ଉପରେ ୧୦୦% ଟାରିଫ ଲଗାଇବାର ନିଷ୍ପତ୍ତି ନେଇଥିଲେ, ଯାହାପି ଆସନ୍ତା ବର୍ଷରୁ ବଢି ୨୦୦% ହୋଇଯିବ। ଏହାଛଡା, ଆମେରିକା ବାଣିଜ୍ୟ ପ୍ରତିନିଧି ସଙ୍କେତ ଦେଇଛନ୍ତି ଯେ, ବହୁ ଦେଶ ଉପରେ ଖୁବ୍ ଶୀଘ୍ର ନୂଆ ଟାରିଫ୍ ଲାଗିପାରେ। ଏହାଦ୍ବାରା ବଜାରର ଧାରଣା ଦୁର୍ବଳ ହୋଇଛି।

୨- ଆମେରିକା-ଇରାନ ସଂଘର୍ଷ ବଢିବା : କୁଏତରେ ଥିବା ଆମେରିକାର ଆଡ୍ଡା ଉପରେ ଇରାନ ଡ୍ରୋନ୍ ହମଲା କରିବା ଏବଂ ଆମେରିକା ଇରାନର ପରମାଣୁ ୟୁନିଟ୍ ନିକଟରେ ଆକ୍ରମଣ କରିବା ଏହାର ଏକ କାରଣ। ଇରାନ ଚେତାବନୀ ଦେଇଛି ଯେ, ଯଦି ଆକ୍ରମଣ ଜାରି ରୁହେ ତେବେ ସଂଘର୍ଷ ଆହୁରି ବଢିବ।ଏହି ବିବାଦ କାରଣରୁ ତୈଳ ଦର ବଢିବାରେ ଲାଗିଛି, ଯାହା ଭାରତ ଭଳି ବଡ ଅଏଲ ଆମଦାନୀ କରୁଥିବା ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି।

୩- ତୈଳ ଦାମ୍ ୯୨ ଡଲାର ପ୍ରତି ବ୍ୟାରେଲ ପାର: ଲଗାତାର ଚତୁର୍ଥ ଦିନ ତୈଳ ଦର ବୃଦ୍ଧି ଓ ବ୍ରେଣ୍ଟ କ୍ରୁଡ୍ ୯୨.୬୭ ଡଲାର ପ୍ରତି ବ୍ୟାରେଲ୍ ପହଁଞ୍ଚି ଯାଇଛି, ଯାହାକି ଚଳିତ ବର୍ଷ ୧୧ ଜୁନ୍ ପରେ ସବୁଠାରୁ ଉଚ୍ଚସ୍ତରରେ ରହିଛି। ଏହାଦ୍ବାରା ଦରଦାମ୍ ବୃଦ୍ଧି ଓ ସୁଧ ହାର ବଢିବାର ଡର ରହିଛି।   

୪- ଟଙ୍କା ଦୁର୍ବଳ ହେବା : ବୁଧବାର ପ୍ରାରମ୍ଭିକ କାରବାରରେ ଟଙ୍କା ୧୧ ପଇସା ହ୍ରାସ ପାଇ ୯୬.୩୬ ଟଙ୍କା ପ୍ରତି ଡଲାରରେ ଆସିଯାଇଥିଲା। ତୈଳ ଦାମ୍ ଓ ଆମେରିକା-ଇରାନ ବିବାଦ କାରଣରୁ ଡଲାର ଆବଶ୍ୟକତା ବଢିଯାଇଥିଲା, ଯାହାଫଳରେ ଚାପ ପଡିଥିଲା। ଏହାଦ୍ବାରା ଭାରତର ବିଲ୍ ଓ ଦରଦାମ୍ ବୃଦ୍ଧ ଚିନ୍ତା ବଢି ଯାଇଥିଲା।

୫- ଡଲାର ଓ ଆମେରିକା ବଣ୍ଡ ୟିଲ୍ଡରେ ବୃଦ୍ଧି : ଡଲାର ଇଣ୍ଡେକ୍ସ ୧୦୧ ଉପରେ ରହିଛି ଓ ଆମେରିକା ୧୦ ବର୍ଷର ବଣ୍ଡର ୟିଲ୍ଡ ୪.୫୪୫% ରୁ ବଢି ୪.୬୩୫% ହୋଇଯାଇଛି। ସେଭଳି ଡଲାର ଓ ବଣ୍ଡ ୟିଲ୍ଡ ଯଦି ବଢେ, ତେବେ ବିଦେଶୀ ନିବେଶକ ଭାରତ ଭଳି ଉଦୀୟମାନ ଅର୍ଥ ବ୍ୟବସ୍ଥାରୁ ନିଜର ଟଙ୍କା ବାହାର କରି ଆମେରିକାରେ ସୁରକ୍ଷିତ ନିବେଶରେ ଲଗାଇବା ଆରମ୍ଭ କରିଦେଇଥାନ୍ତି। ଯାହାଫଳରେ ସେୟାର ବଜାରରେ ବିକ୍ରିର ଚାପ ବଢିଥାଏ।

ଆହୁରି ପଢନ୍ତୁ :US Attack on Iran: ମହାଯୁଦ୍ଧ ଆଡ଼କୁ ମୁହାଁଉଛି ବିଶ୍ୱ ! ୧୧ ଦିନରେ ପହଞ୍ଚିଲା ଆମେରିକା-ଇରାନ ଯୁଦ୍ଧ, ବୃଦ୍ଧି ପାଉଛି କ୍ରୁଡ୍ ଅଏଲ୍ ଦର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।