School Bag : ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣା ବ୍ୟାଗ୍
ଭୁବନେଶ୍ୱର, ୨୬/୦୬: ଶିଶୁବାଟିକାରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣା ବ୍ୟାଗ୍ ଯୋଗାଇ ଦିଆଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି ।
ଅଧିକ ପଢ଼ନ୍ତୁ :- Textbook errors : ଶିକ୍ଷକଙ୍କ ପାଖେ ପହଞ୍ଚିନି ସଂଶୋଧିତ ପୁସ୍ତିକା, ତ୍ରୁଟି ସୁଧାରିବାକୁ ସାର୍ ଅମଙ୍ଗ
ଚିଠିରେ ଉଲ୍ଲେଖ କରାଯାଇଛି, ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଥିବା ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ଯାଏ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ବ୍ୟାଗ୍ ଯୋଗାଇ ଦିଆଯିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଏସ୍ସି , ଏସ୍ଟି ଉନ୍ନୟନ ବିଭାଗ ପକ୍ଷରୁ ଏହି ବ୍ୟାଗ୍ ଓଏସ୍ଆଇସିକୁ ପଠାଯିବ । ବ୍ଲକ୍ ପଏଣ୍ଟରେ ଏହି ବ୍ୟାଗ୍ ପହଞ୍ଚିବ । ଏହା ପରେ ପିଲାଙ୍କ ପାଖେ ଯେପରି ଏହି ସମସ୍ତ ବ୍ୟାଗ୍ ପହଞ୍ଚିବ ତାକୁ ସୁନିଶ୍ଚିତ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ।
ଏହି ଚିଠିରେ ଉଲ୍ଲେଖ କରାଯାଇଛି, ଶିଶୁବାଟିକା ଏବଂ ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ସାଇଜ୍ର ବ୍ୟାଗ୍ ଯୋଗାଇ ଦିଆଯିବ । ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀ ପାଇଁ ଗୋଟିଏ ପ୍ରକାର ଓ ସାଇଜ୍ର ବ୍ୟାଗ୍ ଯୋଗାଇ ଦିଆଯିବ ।