15 JUNE 2026

Welcome!

Unlock your personalized experience.
Sign Up

Sanchita Ugale: ଆଉ ନାହାନ୍ତି 'କୁମକୁମ ଭାଗ୍ୟ' ଆକ୍ଟ୍ରେସ୍ ସଞ୍ଚିତା ଉଗଲେ, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

Jun 15, 2026 - 17:18
Sanchita Ugale: ଆଉ ନାହାନ୍ତି 'କୁମକୁମ ଭାଗ୍ୟ' ଆକ୍ଟ୍ରେସ୍ ସଞ୍ଚିତା ଉଗଲେ, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ନୂଆଦିଲ୍ଲୀ,୧୫/୦୬; ଟେଲିଭିଜନ ଜଗତରୁ ଏକ ଦୁ୍ଃଖଦ ଖବର ଆସିଛି । 'କୁମକୁମ ଭାଗ୍ୟ' ସିରିଏଲ ଷ୍ଟାର ଅଭିନେତ୍ରୀ ସଞ୍ଚିତାଙ୍କର ପରଲୋକ ହୋଇଛି । ଟିଭି ଅଭିନେତ୍ରୀ ସଞ୍ଚିତା ଉଗଲେ ମୁମ୍ବାଇରେ ତାଙ୍କ ଘରେ ଆତ୍ମହତ୍ୟା କରିଥିବା ଖବର ଆସୁଛି । ଝୁଲନ୍ତ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେ ଏପରି ଚରମ ନିଷ୍ପତ୍ତି କାହିଁକି ନେଲେ ତାର କାରଣ ଜଣାପଡିନାହିଁ । ଏହି ଖବର ଶୁଣି ତାଙ୍କ ପ୍ରଶଂସକମାନେ ସ୍ତବ୍ଧ ହୋଇଛନ୍ତି । ସେଲିବ୍ରିଟିଙ୍କୁ ଆଶ୍ଚର୍ଯ୍ୟ କରିଛି ସଞ୍ଚିତାଙ୍କ ଦେହାନ୍ତ ଖବର । ସଞ୍ଚିତାଙ୍କୁ ମାତ୍ର ୩୦ ବର୍ଷ ବୟସ ହୋଇଥିଲା । ଝିଅକୁ ହରାଇ ପରିବାର ଅସହାୟ ହୋଇପଡିଛନ୍ତି ।

ସଞ୍ଚିତା ଉଗାଲେ ଶାଢ଼ୀରେ ଫାଶି ତିଆରି କରି ସିଲିଂ ଫ୍ୟାନରେ ଝୁଲି ଜୀବନ ହାରିଛନ୍ତି । ପୁଲିସର ସୂଚନା ଅନୁଯାୟୀ, ସଞ୍ଚିତା ତାଙ୍କ ବାପାମାଆ ଏବଂ ୧୫ ବର୍ଷୀୟା ଭଉଣୀଙ୍କ ସହିତ ନାଲାସୋପାରା ପୂର୍ବର ଆଚୋଲେ ଗାଁରେ ରହୁଥିଲେ । ଘଟଣା ଘଟିବା ସମୟରେ ସେ ଘରେ ଏକା ଥିଲେ। ରୁମରୁ କୌଣସି ସୁଇସାଇଟ୍ ନୋଟ୍ ମିଳିନାହିଁ ଏବଂ ପୁଲିସ ଘଟଣାର ତଦନ୍ତ କରୁଛି । ସଞ୍ଚିତା ଉଗଲେ ଟିଭି ଇଣ୍ଡଷ୍ଟ୍ରି ଏବଂ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ । ଟିଭି ଶୋ’ ବ୍ୟତୀତ, ସେ "ଛାଭା" ଭଳି ପ୍ରମୁଖ ପ୍ରୋଜେକ୍ଟ ସମେତ ଅନେକ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ । ବହୁତ କମ ବୟସରେ, ସଞ୍ଚିତା ଉଗଲେ ଟିଭି ଜଗତରେ ନିଜକୁ ପ୍ରତିଷ୍ଠିତ କରିଥିଲେ । ତାଙ୍କ ଦେହାନ୍ତ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଛି ଏବଂ ସେମାନେ ଜାଣିବାକୁ ଚାହୁଁଛନ୍ତି ଯେ ସଞ୍ଚିତା ଏପରି କଠୋର ପଦକ୍ଷେପ କାହିଁକି ନେଲେ । ଜୁନ୍ ୧୪ ତାରିଖରେ ସଞ୍ଚିତାଙ୍କ ମୃତ୍ୟୁ ହୋଇଛି । ୨୦୨୦ରେ ସୁଶାନ୍ତ ସିଂହ ରାଜପୁତଙ୍କ ମଧ୍ୟ ଏହି ତାରିଖରେ ମୃତ୍ୟୁ ହୋଇଥିଲା । 

ଏହା ବି ପଢନ୍ତୁ...Sanchita Ugale: ଆଉ ନାହାନ୍ତି 'କୁମକୁମ ଭାଗ୍ୟ' ଟିଭି ସିରିଏଲ୍ ଆକ୍ଟ୍ରେସ୍ ସଞ୍ଚିତା ଉଗଲେ, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ  

ସଞ୍ଚିତାଙ୍କ ଶେଷ ପୋଷ୍ଟ- ସଞ୍ଚିତା ଉଗଲେ ଆତ୍ମହତ୍ୟାର କିଛି ଘଣ୍ଟା ପୂର୍ବରୁ ସୋସିଆଲ ମିଡିଆରେ ଆକ୍ଟିଭ ଥିଲେ ଏବଂ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ । ତାଙ୍କ ମୃତ୍ୟୁ ଖବର ଆସିବା ମାତ୍ରେ ତାଙ୍କର ଶେଷ ପୋଷ୍ଟ ଭାଇରାଲ ହୋଇଥିଲା । ଆତ୍ମହତ୍ୟା ପୂର୍ବରୁ, ସଞ୍ଚିତା ଏକ ଭିଡିଓ ମଧ୍ୟ ସେୟାର କରିଥିଲେ ଯେଉଁଥିରେ ସେ ବହୁତ ଖୁସି ଦେଖାଯାଉଛନ୍ତି । ଏଥିରେ, ସଞ୍ଚିତା "ଷ୍ଟୁଡେଣ୍ଟ ଅଫ୍ ଦି ଇୟର" ର ଆଲିଆ ଭଟ୍ଟଙ୍କ ଗୀତରେ ନାଚୁଥିବା ଏବଂ ଗାଉଥିବାର ଦେଖିବାକୁ ମିଳିଛି । ଭିଡିଓ ସେୟାର କରି ସଞ୍ଚିତା କ୍ୟାପସନରେ ଲେଖିଛନ୍ତି, "ମୁଁ ନାଚୁଛି, ତୁମେ ନାଚୁ..." ସଞ୍ଚିତାଙ୍କ ଶେଷ ଭିଡିଓ ଦେଖି, ବିଶ୍ୱାସ କରିବା କଷ୍ଟକର ଯେ, ଏତେ ଖୁସି ଦେଖାଯାଉଥିବା ଝିଅଟି କିଛି ଘଣ୍ଟା ପରେ କିପରି ଆତ୍ମହତ୍ୟା କରିପାରିବେ। କାହିଁକି ସଞ୍ଚିତା ଏପରି ନିଷ୍ପତ୍ତି ନେଲେ ତାକୁ ନେଇ ପ୍ରଶ୍ନ ଉଠିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।