01 AUGUST 2026

Welcome!

Unlock your personalized experience.
Sign Up

Sam Altman : ପିଲାଙ୍କୁ ପାଳନପୋଷଣ କରିବା ସହଜ କରିବ ChatGPT , ଅଲ୍ଟମ୍ୟାନ ସେୟାର କଲେ ଏହି ନିଆରା ଉପାୟ

Aug 01, 2026 - 18:39
Sam Altman : ପିଲାଙ୍କୁ ପାଳନପୋଷଣ କରିବା ସହଜ କରିବ ChatGPT , ଅଲ୍ଟମ୍ୟାନ ସେୟାର କଲେ ଏହି ନିଆରା ଉପାୟ

ନୂଆଦିଲ୍ଲୀ : OpenAIର CEO ସାମ୍ ଅଲ୍ଟମ୍ୟାନ ChatGPTର ବ୍ୟବହାର କରି ପିଲାଙ୍କ ଲାଳନପାଳନ ସଂପର୍କିତ ଏକ ଉପାୟ ସେୟାର କରିଛନ୍ତି। କିନ୍ତୁ କିଛି ୟୁଜର ଏହାକୁ ଚମତ୍କାର କହିଥିବା ବେଳେ ଆଉ କିଛି ଲୋକଙ୍କ କହିବାନୁସାରେ, ମାତା ପିତା ସିଧାସଳଖ ନିଜ ପିଲାଙ୍କ ସହ କଥା କାହିଁକି ହୋଇ ପାରିବେ ନାହିଁ। ପ୍ରକୃତ କଥା ହେଲା ଅଲମ୍ୟାନ ଏକ୍ସରେ ଏକ ପୋଷ୍ଟରେ ଏହି ଉପାୟକୁ ସେୟାର କରିଥିଲେ , ଯାହାକି ଇଣ୍ଟରନେଟରେ ଖୁବ୍ ଭାଇରାଲ ହେଉଛି। ସେ ଚ୍ୟାଟଜିପିଟିକୁ ବ୍ୟବହାର କରିବାର ଏକ ଏମିତି ଉତ୍ତମ ଉପାୟ ବିଷୟରେ କହିଥିଲେ ,ଯାହା ବିଷୟରେ ସେ ଗତ ରାତିରେ ଶୁଣି ଥିଲେ। ହେଲେ ଏହି ଉପାୟ ଉପରେ ଲୋକଙ୍କ ମତ ଭିନ୍ନ ଭିନ୍ନ ରହିଛି। ଆସନ୍ତୁ ବିସ୍ତୃତରେ ଜାଣିବା ପୂରା ମାମଲାଟି କଣ ….

ଅଲ୍ଟମ୍ୟାନ ଲେଖିଥିଲେ – ମାତା ପିତା ତାଙ୍କ ଫ୍ୟାମିଲି କ୍ୟାଲେଣ୍ଡରକୁ ଚାଟ୍ ଜିପିଟି ସହ ଯୋଡ଼ି ପାରିବେ , ପ୍ରତି ପିଲାଙ୍କ ରୁଚିକୁ ଜାଣି ପାରିବେ ଏବଂ ଏଆଇ ଠାରୁ ପ୍ରତି ସକାଳେ ସ୍କୁଲ ଯିବା ପାଇଁ ଏକ ପର୍ସନଲାଇଜଡ୍ ବ୍ୟକ୍ତିଗତ ପଡକାଷ୍ଟ ପ୍ରସ୍ତୁତ କରି ପାରିବେ। ସେ ପରାମର୍ଶ ଦେଇ ଥିଲେ ଯେ, ପୋଡକାଷ୍ଟରେ ପରିବାରର କାର୍ଯ୍ୟସୂଚୀ ହିସାବରେ କିଛି ଜିନିଷ ଅନ୍ତର୍ଭୁକ୍ତ କରାଯାଇ ପାରିବ, ଯେପରିକି ସେହି ଦିନ ପରେ ହେବାକୁ ଥିବା ଜଣେ ପିଲାର ଫୁଟବଲ ଖେଳ ବିଷୟରେ ମନେପକାଇବା , ଅନ୍ୟ ଜଣେ ପିଲାର ଆଗାମୀ ଜନ୍ମଦିନ , ଜରୁରୀ ଖବର ଓ ଅନ୍ୟାନ୍ୟ ସୂଚନା।

ଅଲ୍ଟମ୍ୟାନ୍ ଏକ୍ସରେ ଲେଖିଥିଲେ – କାଲି ରାତିରେ ମୁଁ ଚାଟ୍ ଜିପିଟିର ବ୍ୟବହାରର ଏକ ବଢିଆ ଉପାୟ ଶୁଣିଲି। ନିଜ ପରିବାରର କ୍ୟାଲେଣ୍ଡରକୁ ଏହାସହ କନେକ୍ଟ କରନ୍ତୁ ଏବଂ ପିଲାଙ୍କ ପସନ୍ଦ –ନାପସନ୍ଦ ବିଷୟରେ କୁହନ୍ତୁ। ପ୍ରତି ସକାଳେ ସ୍କୁଲ ଯିବା ସମୟରେ , ଏଥିରେ ଏକ ପୋଡକାଷ୍ଟ ପ୍ରସ୍ତୁତ କରନ୍ତୁ ,ଯେଉଁଥିରେ ସେହି ଦିନ ଦ୍ୱିପ୍ରହରରେ ହେବାକୁ ଥିବା କୌଣସି ପିଲାର ଫୁଟବଲ ଖେଳ , କୌଣସି ପିଲାର ଆସନ୍ତା ଜନ୍ମଦିନ ଓ କିଛି ଖବର ଇତ୍ୟାଦି ବିଷୟରେ କଥା ହେଉ।

ହେଲେ , ଏହି ବିଚରା ଅନଲାଇନରେ ଯୁକ୍ତିତର୍କ ଆରମ୍ଭ କରି ଦେଇଛି, ଯେଉଁଥିରେ ୟୁଜର୍ସ ଏହି କଥା ଉପରେ ବିଭାଜିତ ହୋଇ ଯାଇଛନ୍ତି ଯେ, ଏହା କଣ ଏକ ଇନୋଭେଟିଭ୍ ପେରେଣ୍ଟିଂ ଟୁଲ୍ ନା ପ୍ରତିଦିନର କଥାବାର୍ତ୍ତା ପାଇଁ ଏକ ଜବରଦସ୍ତ ରିପ୍ଲେସମେଣ୍ଟ।

କିଛି ଲୋକ ଏହି କନସେପ୍ଟର ପ୍ରଶଂସା କରି ଏହାକୁ ଫ୍ୟାମିଲ ରୁଟିନକୁ ପର୍ସନଲାଇଜ କରିବାର ଏକ ସ୍ମାର୍ଟ ଉପାୟ କହିଥିବା ବେଳେ ଆଉ କିଛି ଲୋକ ପ୍ରଶ୍ନ କରିଛନ୍ତି ଯେ, ଏଆଇକୁ ମାତାପିତାଙ୍କ ପାରମ୍ପରିକ ଭୂମିକା ତୁଳାଇବା ଉଚିତ୍। ଅନେକ ୟୁଜର୍ସ ଟିପ୍ପଣୀ କରିଛନ୍ତି ଯେ, ମାତା ପିତା ଚାଟ୍ ଜିପିଟି ଉପରେ ଭରସା କରିବା ପରିବର୍ତ୍ତେ ନିଜେ ହିଁ କଥାବାର୍ତ୍ତା କରି ପାରିବେ।

ଅନେକ ଲୋକ ଥଟ୍ଟା କରୁଛନ୍ତି ଯେ, ଏହି ପ୍ରସ୍ତାବ ଏମିତି ଲାଗୁଛି , ଯେମିତି କି ଏଆଇ ମଣିଷର ସାମାଜିକ ସଂପର୍କ ଉପରେ କବଜା କରୁଛି, ଆଉ କିଛି ଚିନ୍ତା ବ୍ୟକ୍ତି କରିଛନ୍ତି ଯେ, ପିଲାଙ୍କୁ ପ୍ରଥମରୁ ହିଁ ବହୁତ ଅଧିତ ଏଆଇ –ଜେନେରେଟେଡ୍ କଣ୍ଟେଣ୍ଟ ସହ ଅବଗତ କରାଯାଉଛି ଏବଂ ସେମାନଙ୍କୁ ନିଜର ଦୈନିକ ରୁଟିନରେ ଏହାର ଅଧିକ ଆବଶ୍ୟକତା ନାହିଁ।

ଆହୁରି ମଧ୍ୟ ପଢନ୍ତୁ - ଟ୍ରମ୍ପ ସରକାରଙ୍କ ବଡ଼ ପଦକ୍ଷେପ , ଦେଶ ସୁରକ୍ଷାରେ ବିପଦ ଦର୍ଶାଇ ବ୍ୟାନ୍ କଲେ ଚୀନ ରୋବୋଟିକ୍ ଭାକ୍ୟୁମ୍ କ୍ଲିନର୍

ତଥାପି ,କିଛି ୟୁଜରଙ୍କ କହିବାର ଥିଲା ଯେ, ପର୍ସନଲାଇଜଡ୍ ପୋଡକାଷ୍ଟର ଧାରଣ ଯୁକ୍ତିଯୁକ୍ତ ଏବଂ ସେମାନେ ଭାବୁଛନ୍ତି ଯେ, ସ୍କୁଲ ଯିବା ସମୟରେ ନିଜ ଜୀବନ ସହ ଜଡ଼ିତ କାହାଣୀ ଶୁଣିବା ଅନେକ ପିଲାଙ୍କୁ ପସନ୍ଦ ଆସିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।