Rohit Sharma: ଲର୍ଡ୍ସରେ ଶାର୍ଦୁଳଙ୍କ ବ୍ୟାଟରେ ଶତକ ମାରିଥିଲେ ରୋହିତ, ସାମ୍ନାକୁ ଆସିଲା ମଜାଦାର କନେକ୍ସନ
ନୂଆଦିଲ୍ଲୀ,୨୪/୦୭: ସଦ୍ୟ ସମାପ୍ତ ଭାରତ ବନାମ ଇଂଲଣ୍ଡ ଦିନିକିଆ ସିରିଜରେ ଇତିହାସ ରଚିଥିଲେ ହିଟମ୍ୟାନ ରୋହିତ ଶର୍ମା । ଭାରତ ୨-୧ରେ ସିରିଜ ହାରିଥିଲା ସତ କିନ୍ତୁ ତୃତୀୟ ଦିନିକିଆରେ ଇତିହାସ ରଚିଥିଲେ ରୋହିତ । ମ୍ୟାଚ ପୂର୍ବରୁ ଯାହାଙ୍କ ଅବସର ନେଇ ଚର୍ଚ୍ଚା ହେଉଥିଲା । ତୃତୀୟ ଦିନିକିଆ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ହେବ ବୋଲି କୁହାଯାଉଥିଲା । କିନ୍ତୁ ଲର୍ଡ୍ସ ମୈଦାନରେ ପ୍ରଥମ ଭାରତୀୟ ଭାବେ ଶତକ ହାସଲ କରି ସମାଲୋଚକଙ୍କୁ ଜବାବ ଦେଇଛନ୍ତି ହିଟମ୍ୟାନ । ଲର୍ଡ୍ସ ଗ୍ରାଉଣ୍ଡରେ ରୋହିତଙ୍କ ରେକର୍ଡ ବ୍ରେକିଂ ସେଞ୍ଚୁରୀ ହାସଲ ପଛରେ ଏକ ବଡ଼ ଖୁଲାସା ହୋଇଛି । ସେ ଶାର୍ଦୁଳ ଠାକୁରଙ୍କ ବ୍ୟାଟରେ ମ୍ୟାଚ୍ ଖେଳିଥିଲେ ଏବଂ ଶତକ ହାସଲ କରିଥିବା ନିଜେ ଖୁଲାସା କହିଛନ୍ତି ଶାର୍ଦୁଳ ।
ଲର୍ଡ୍ସରେ ରୋହିତ ଇଂଲଣ୍ଡ ଦେଇଥିବା କଷ୍ଟକର ବିଜୟ ଲକ୍ଷ୍ୟ ପିଛା କରି ଭାରତକୁ ଆଶା ଦେଇଥିଲେ । ଦମଦାର ଶତକ ହାସଲ କରିବା ପଛରେ ଏକ କାହାଣୀ ସାମ୍ନାକୁ ଆସିଛି । ରୋହିତ ସେଞ୍ଚୁରୀ ହାସଲ କରିବା ପରେ ତାଙ୍କ ବ୍ୟାଟ୍ ଉପରେ କ୍ୟାମେରା ଫୋକସ ହୋଇଥିଲା । ଯେଉଁଥିରେ ଲେଖାଥିଲା ଶାର୍ଦୁଳ ଠାକୁର । ଶାର୍ଦୁଳ ଠାକୁର ନିଜେ ଖୁଲାସା କରିଛନ୍ତି କି, ରୋହିତ ଯେଉଁ ବ୍ୟାଟରେ ତାଙ୍କର ରେକର୍ଡ ବ୍ରେକଂ ଶତକ ହାସଲ କରିଥିଲେ, ବାସ୍ତବରେ ସେହି ବ୍ୟାଟ୍ ତାଙ୍କର ଥିଲା । କାରଣ ଭାରତୀୟ ଷ୍ଟାର ବ୍ୟାଟର ଚଳିତବର୍ଷ ଆରମ୍ଭରେ ତାଙ୍କୁ କିଛି ବ୍ୟାଟ ମାଗିଥିଲେ ।
ଏହା ବି ପଢନ୍ତୁ...CWG 2026: ବିନା ଲଢ଼େଇରେ ପଦକ ନିଶ୍ଚିତ କଲେ ଲଭଲିନା, ଲନ୍ ବଲରେ ଜିତିଲା ଭାରତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।