Rohit Sharma: ବିଶ୍ୱକପ ପୂର୍ବରୁ ଦମ ଦେଖାଇବେ ହିଟ୍ମ୍ୟାନ୍, ବିଜୟ ହଜାରେ ଟ୍ରଫିରେ ଗର୍ଜିବ ବ୍ୟାଟ୍
ନୂଆଦିଲ୍ଲୀ,୨୫/୦୭: ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଘରୋଇ ଦିନିକିଆ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫି ଖେଳିବେ ବୋଲି ଜଣାପଡ଼ିଛି । ରୋହିତ ଟେଷ୍ଟ ଓ ଟି-ଟ୍ୱେଣ୍ଟିରୁ ଅବସର ନେଇ ସାରିଛନ୍ତି । ୨୦୨୭ ବିଶ୍ୱକପ୍ ଖେଳିବାର ଆଶା ରଖି ସେ ନିଜ ଫିଟନେସ୍ ଉପରେ ବେଶ୍ ଧ୍ୟାନ ଦେଉଛନ୍ତି । ତଥାପି ତାଙ୍କୁ ଦିନିକିଆ ଦଳରୁ ବାଦ ଦେବା ପାଇଁ ଜୋରଦାର ଯୋଜନା ଚାଲିଛି । ଇଂଲଣ୍ଡ ଗସ୍ତରେ ସେ ଲର୍ଡ୍ସ ଗ୍ରାଉଣ୍ଡ୍ରେ ଶତକ ଅର୍ଜନ କରି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ଥିବା ପ୍ରମାଣ କରିବା ସହ ସବୁ ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଥିଲେ । ଆଗାମୀ ବିଶ୍ୱକପ୍କୁ ଆଉ ୧୩ ମାସ ସମୟ ରହିଥିବାରୁ ରୋହିତଙ୍କ ଖେଳିବା ନେଇ ଏବେଠୁ ନିଶ୍ଚିତ ରହିବା ଅସମ୍ଭବ । ତଥାପି ସବୁ ଯୋଜନା ଠିକ୍ ରହିଲେ ସେ ବିଜୟ ହଜାରେ ଟ୍ରଫି ଖେଳି ଫିଟନେସ ଓ ଫର୍ମର ପ୍ରମାଣ ଦେବେ ।
ରୋହିତ ଶର୍ମା ସାତ ବର୍ଷ ପରେ ଗତ ୮ ମାସ ତଳେ (ଡିସେମ୍ବରରେ) ବିଜୟ ହଜାରେ ଟ୍ରଫିରେ ଖେଳିଥିଲେ। ସେ ଶେଷ ଥର ପାଇଁ ୨୦୧୮ରେ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିଥିଲେ । ମିଡିଆ ରିପୋର୍ଟ ଅନୁସାରେ, ରୋହିତ ମୁମ୍ବାଇ କ୍ରିକେଟ ଆସୋସିଏସନ (ଏମ୍ସିଏ)କୁ ଟୁର୍ଣ୍ଣାମେଣ୍ଟ ପାଇଁ ତାଙ୍କର ଉପଲବ୍ଧତା ବିଷୟରେ ଅବଗତ କରାଇଥିଲେ । ପୂର୍ବରୁ ବିସିସିଆଇ ରୋହିତ ଶର୍ମାଙ୍କୁ ଏକଦିବସୀୟ ଦଳରେ ସ୍ଥାନ ବଜାୟ ରଖିବା ପାଇଁ ସେମାନଙ୍କୁ ଘରୋଇ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ପଡିବ । କିଛି ଦିନ ତଳେ ଲର୍ଡ୍ସ ଦିନିକିଆ ତାଙ୍କର ଶେଷ ମ୍ୟାଚ୍ ହେବ ବୋଲି ଗୁଜବ ଉଠିଥିଲା । ଫର୍ମରେ ନାହାନ୍ତି କହି ସମାଲୋଚନା କରାଯାଇଥିଲା କିନ୍ତୁ ଦମଦାର ଶତକ ହାସଲ କରି ବ୍ୟାଟରେ ଜବାବ ଦେଇଥିଲେ ହିଟ୍ମ୍ୟାନ୍ ରୋହିତ ଶର୍ମା । ପ୍ରଥମ ଭାରତୀୟ ଭାବେ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଶତକ ହାସଲ କରିଥିଲେ ।
ଏହା ବି ପଢନ୍ତୁ...Rohit Sharma: ଲର୍ଡ୍ସରେ ଶାର୍ଦୁଳଙ୍କ ବ୍ୟାଟରେ ଶତକ ମାରିଥିଲେ ରୋହିତ, ସାମ୍ନାକୁ ଆସିଲା ମଜାଦାର କନେକ୍ସନ
ରୋହିତ ଉଭୟ ଟେଷ୍ଟ ଏବଂ ଟି-ଟ୍ୱେଣ୍ଟି ଫର୍ମାଟରୁ ଅବସର ନେଇସାରିଛନ୍ତି । ୨୦୨୪ ବିଶ୍ୱକପ୍ ଜିତିବା ପରେ ଟି୨୦ କ୍ରିକେଟରୁ ଅବସର ନେଇଥିଲେ ରୋହିତ । ଅଷ୍ଟ୍ରେଲିଆ ଗସ୍ତ (୨୦୨୪-୨୫) ପରେ ଟେଷ୍ଟ କ୍ରିକେଟରୁ ମଧ୍ୟ ଅବସର ନେଇଥିଲେ । ଏବେ କେବଳ ଦିନିକିଆ ଖେଳୁଥିବା ରୋହିତଙ୍କ ଗୋଟିଏ ସ୍ୱପ୍ନ ଦିନିକିଆ ବିଶ୍ୱକପ ଜିତିବା । ୨୦୨୩ରେ ତାଙ୍କର ଦିନିକିଆ ବିଶ୍ୱ ଜିତିବା ସ୍ୱପ୍ନ ଅଧାରେ ରହିଥିଲା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।