25 JULY 2026

Welcome!

Unlock your personalized experience.
Sign Up

Tiger Fear : ଗାଁ ନିକଟ ନଦୀ ଘାଟକୁ ପାଣି ପିଇବାକୁ ଆସୁଛି ବାଘ, ପଠାରେ ପଡିଛି ପାଦ ଚିହ୍ନ, ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ...

Jul 25, 2026 - 11:33
Tiger Fear : ଗାଁ ନିକଟ ନଦୀ ଘାଟକୁ ପାଣି ପିଇବାକୁ ଆସୁଛି ବାଘ, ପଠାରେ ପଡିଛି ପାଦ ଚିହ୍ନ, ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ...

ବୈପାରୀଗୁଡ଼ା, ୨୫/୦୭ : କୁନ୍ଦୁରା ଓ କୋଟପାଡ଼ରେ ବାଘ ଭୟ । ସୀମାନ୍ତ ଅଞ୍ଚଳରେ ବାଘର ପାଦଚିହ୍ନ ଠାବ ପରେ ଲୋକଙ୍କ ମନରେ ଛନକା ପଶିଛି। କୋଟପାଡ଼ ବ୍ଳକ ଚତର୍ଲା ପଞ୍ଚାୟତ କଟ୍ରିଗୁଡା ଗାଁ ନଦୀ ଘାଟ ନିକଟରେ ବାଘର ପାଦଚିହ୍ନ ଦେଖିଛନ୍ତି ଲୋକେ।

ସ୍ଥାନୀୟ ଲୋକେ ବାଘର ପାଦ ଚିହ୍ନ ଭିଡିଓ କରିବା ସହ ଏହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏହା ମହାବଳ ନା କଲରାପତରିଆ ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ଲୋକେ ବନ ବିଭାଗକୁ ଖବର ଦେଇଥିବା ବେଳେ ବନ ବିଭାଗ ତଦନ୍ତ ଆରମ୍ଭ କରିଛି। ଏହା ବାଘ ନା ଅନ୍ୟ କୌଣସି ଜନ୍ତୁର ପାଦ ଚିହ୍ନ ତାହା ତଦନ୍ତ ସରିବା ପରେ ଜଣାପଡ଼ିବ ବୋଲି କୁହାଯାଉଛି। ତେବେ ସ୍ଥାନୀୟ ଲୋକମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି। 

ଆହୁରି ପଢନ୍ତୁ- କେଜିବିଭି ବିଦ୍ୟାଳୟରେ ୯୨ ଛୁଇଁଲା ଝାଡ଼ା ବାନ୍ତି ଆକ୍ରାନ୍ତ ସଂଖ୍ୟା, ହଷ୍ଟେଲରୁ ପିଲାଙ୍କୁ ନେଇଯିବାକୁ ଅଡ଼ି ବସିଲେ ଅଭିଭାବକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।