11 JULY 2026

Welcome!

Unlock your personalized experience.
Sign Up

Robbery News: କବାଟ ତାଡ଼ି ସଶସ୍ତ୍ର ଡକାୟତି, ସୁନା ଗହଣା ସହ ୧୫ ଲକ୍ଷରୁ ଅଧିକ ଟଙ୍କାର ଲୁଟ୍, ପୁଲିସର ଛାନ୍‌ଭିନ୍‌

Jul 11, 2026 - 14:07
Robbery News: କବାଟ ତାଡ଼ି ସଶସ୍ତ୍ର ଡକାୟତି, ସୁନା ଗହଣା ସହ ୧୫ ଲକ୍ଷରୁ ଅଧିକ ଟଙ୍କାର ଲୁଟ୍, ପୁଲିସର ଛାନ୍‌ଭିନ୍‌

ଝରିଗାଁ ୧୧/୦୭: ଶିକ୍ଷକଙ୍କ ଘରେ ସଶସ୍ତ୍ର ଡକାୟତି । ଘରେ କବାଟ ଭାଙ୍ଗି ପଶିଲେ ୪ ଡକାୟତ। ଶିକ୍ଷକ ଓ ତାଙ୍କ ପତ୍ନୀଙ୍କୁ ମାରିବାକୁ ଧମକ ଦେଇ ଲୁଟିଲେ ନେଲେ ସୁନା ଅଳଙ୍କାର ସହ ପ୍ରାୟ ୧୫ ଲକ୍ଷରୁ ଅଧିକ ଟଙ୍କା। ଡକାୟତମାନେ ମୁଖା ପିନ୍ଧିବା ସହ ଏକ ଗାଡ଼ିରେ ଆସିଥିବା ଅଭିଯୋଗ ହୋଇଛି। ଏଭଳି ଲୁଟ୍ ଝରିଗାଁ ଥାନା ଅଧୀନ ବାଣୁଆ ଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ରାଜାମୁଣ୍ଡା ଗ୍ରାମରେ ଘଟିଛ। ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିଛି।

ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ମୁଖା ପିନ୍ଧା ୪ଜଣ ଡକାୟତ ମାରଣାସ୍ତ୍ର ସହ ଶିକ୍ଷକଙ୍କ ଘରେ ପ୍ରବେଶ କରିଥିଲେ। ଶୋଇବା ଘର ,ରୋଷେଇ ଘର ଓ ଷ୍ଟୋର ରୁମରେ କବାଟ ଭାଙ୍ଗି ଭିତରକୁ ପଶିଥିଲେ। ନିଦରେ ଶୋଇଥିବା ସ୍ୱାମୀ-ସ୍ତ୍ରୀକୁ ଉଠାଇ ଟଙ୍କା ସୁନା ରଖିଥିବା ଆଲମାରୀ ଚାବି ମାଗିଥିଲେ। ବିରୋଧ କରିବାରୁ ଛୁରୀ,ଭୁଜାଲି ଫାର୍ସା ଆଦି ମାରଣାସ୍ତ୍ର ଦେଖାଇ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଭୟରେ ଶିକ୍ଷକ ଲୁଟେରାଙ୍କୁ ଚାବି ଦେଇ ଦେଇଥିଲେ। ଚାବି ନେଇ ଆଲମାରୀ ଖୋଲି ଘରେ ଥିବା ନଗଦ ଟଙ୍କା ସୁନା ଅଳଙ୍କାର ଲୁଟି କରିଥିଲେ। ପରେ ଲୁଟ ସାମଗ୍ରୀକୁ ଧରି ଚମ୍ପଟ ମାରିଥିଲେ ଡକାୟତ। ସେତେବେଳକୁ ସମୟ ଦେଖିଲା ବେଳକୁ ମଧ୍ୟରାତ୍ରି ପ୍ରାୟ ୨ ଘଣ୍ଟା ହେବ ବୋଲି ଶିକ୍ ଲଛମନ ଠାକୁର କହିଛନ୍ତି।

ଅଧିକ ପଢ଼ନ୍ତ :- Illegal fishing : ହୀରାକୁଦ ନିଷିଦ୍ଧାଞ୍ଚଳରେ ଚାଲିଛି ମାଛଧରା, କାହିଁକି କଡ଼ାକଡ଼ି ହେଉନି ପାଟ୍ରୋଲିଂ ?

ଦୃବୁର୍ତ୍ତ ଯିବା ପରେ ଘରୁ ପରିବାର ସମସ୍ତେ ବାହାରକୁ ଆସିଥିଲେ। ଘର ସମ୍ମୁଖରେ ଚାରିଚକିଆ ଗାଡ଼ି ଚକର ଚିହ୍ନ ରହିଥିବା ଦେଖିବାକୁ ପାଇଥିଲେ। ଘଟଣା ନେଇ ଝରିଗାଁ ଥାନାରେ ଏତଲା ଦେବା ପରେ ଘଟଣାସ୍ଥଳରେ ଥାନା ଅଧିକାରୀ ରଚିତା ମାଡ଼କାମୀଙ୍କ ନେତୃତ୍ୱରେ ପୁଲିସ ଟିମ ପହଞ୍ଚିଥିଲା। ପରେ ପୁଲିସ ଟିମ୍ ପାରିପାର୍ଶ୍ୱିକ ପରିସ୍ଥିତି ଅନୁଧ୍ୟାନ କରି ସାଇଣ୍ଟି ଫିକ୍ ଟିମର ସହାୟତା ନେଇଥିଲା। ଏନେଇ ନବରଙ୍ଗପୁର ଏସ୍‌ପି କଶ୍ୟପ ପାର୍ଥ ଜଗଦୀଶ, ଏସଡିପିଓ ଶୁଭେନ୍ଦୁ କୁମାର ଶବର ଓ ସାଇଣ୍ଟି ଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।