16 JULY 2026

Welcome!

Unlock your personalized experience.
Sign Up

Rath yatra 2026: ଘୋଷଯାତ୍ରାର ଆକର୍ଷଣୀୟ ପରମ୍ପରା, ମୟୂରପୁଚ୍ଛ ଟାହିଆରେ ଝୁଲି ଝୁଲି ଆସନ୍ତି ହଳଧର ଓ ନୀଳାଦ୍ରିନାଥ

Jul 16, 2026 - 11:34
Rath yatra 2026: ଘୋଷଯାତ୍ରାର ଆକର୍ଷଣୀୟ ପରମ୍ପରା, ମୟୂରପୁଚ୍ଛ ଟାହିଆରେ ଝୁଲି ଝୁଲି ଆସନ୍ତି ହଳଧର ଓ ନୀଳାଦ୍ରିନାଥ

ପୁରୀ, ୧୬/୦୭ : ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇ ଦାରୁବ୍ରହ୍ମଙ୍କ ପହଣ୍ଡି ବିଜେ ନୀତି। ରତ୍ନସିଂହସନ ଛାଡ଼ି ନୀଳକନ୍ଦରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ନୀଳାଦ୍ରନାଥ । ଘୋଷଯାତ୍ରାର ଆକର୍ଷଣୀୟ ପରମ୍ପରା ପହଣ୍ଡି ବିଜେ। ଘଣ୍ଟ, ଘଣ୍ଟା, ହରିବୋଲ ହୁଳହୁଳି ଧ୍ଵନିରେ କମ୍ପୁଛି ଅଞ୍ଚଳପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପହଣ୍ଡି କରିଥିଲେ। ପରେ ସେବାୟତମାନଙ୍କ କାନ୍ଧରେ ପ୍ରଭୁ ସୁଦର୍ଶନ ମା ସୁଭଦ୍ରାଙ୍କ ରଥ ଦର୍ପଦଳନ ଉପରେ ବିଜେ କରିଛନ୍ତି। ସୁଦର୍ଶନଙ୍କ ପରେ ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ତାଙ୍କ ପରେ ଦେବୀ ସୁଭଦ୍ରା ଏବଂ ଶେଷରେ କାଳିଆ ସାଆନ୍ତେଙ୍କ ପହଣ୍ଡି ହେବ। ଏହି ଦିବ୍ୟ ମୁହୂର୍ତ୍ତର ସାକ୍ଷୀ ହେବାକୁ ବଡ଼ଦାଣ୍ଡରେ ଗହଣି ଲାଗିଛି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଚର୍ମଚକ୍ଷୁରେ ଏହି ଦିବ୍ୟ ଦୃଶ୍ୟ ଦେଖି କୃତାର୍ଥ ମଣୁଛନ୍ତି। ତେବେ ଏହି ପହଣ୍ଡି ସମୟରେ ବଡ଼ ଠାକରୁ ବଳଦ୍ର ଓ ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମସ୍ତକରେ ଝଟକୁଛି ମୟୂରପୁଚ୍ଛ ଟାହିଆ । ପହଣ୍ଡିର ମୁଖ୍ୟ ଆକର୍ଷଣ ଶ୍ରୀବିଗ୍ରହଙ୍କ ଦୋୟାଳମାନ ଟାହିଆ । ଟାହିଆ ତିଆରିରେ ବ୍ୟବହାର ହୁଏ ବାଉଁଶ, ବେତ, ସୋଲ, ଜରି, କଇଁଥ ଅଠା । ତୁଳସୀ, ଦୟଣା, ମଲ୍ଲୀ, ଜୁଇ,ଚମ୍ପା, ଶୁକ୍ଳ ପଦ୍ମ,କଦମ୍ବ, ମାଳତୀ ସାଙ୍ଗକୁ ଲାଗେ ରଙ୍ଗଣୀ ଫୁଲ ।

ଅଧିକ ପଢ଼ନ୍ତୁ :- Ratha yatra 2026 : ବିଶ୍ଵନିୟନ୍ତାଙ୍କ ଘୋଷଯାତ୍ରାର ଆକର୍ଷଣୀୟ ପରମ୍ପରା ପହଣ୍ଡି ବିଜେ ଆରମ୍ଭ, ରଥରେ ବିଜେ ହେବେ ଠାକୁରେ

ରଥଯାତ୍ରା ଏବଂ ନୀଳାଦ୍ରି ବିଜେ ଦିନ ୭ଫୁଟ ଉଚ୍ଚତାର ବଡ ଟାହିଆ ପ୍ରସ୍ତୁତ କରାଯାଏ । ବାହୁଡା ଏବଂ ସ୍ନାନ ପୂର୍ଣ୍ଣିମା ଦିନ ୫ ଫୁଟ ଉଚ୍ଚତାର ଛୋଟ ଟାହିଆ ଲଗାନ୍ତି ଶ୍ରୀବିଗ୍ରହ । ସେହିଭଳିି ରଥ ଯାତ୍ରା ଏବଂ ନୀଳାଦ୍ରି ବିଜେ ଦିନ ମା’ସୁଭଦ୍ରାଙ୍କ ନିମନ୍ତେ ସ୍ୱତନ୍ତ୍ର ଭାବେ ଦୁବ ଓ ତୁଳସୀର ପ୍ରସ୍ତୁତ ଟାହିଆ ପ୍ରସ୍ତୁତ ହୁଏ । ଏହାକୁ ପାନିଆ ବୋଲି କୁହାଯାଏ । ବାହୁଡା ଦିନ ବ୍ୟବହୃତ ଟାହିଆକୁ ଚୂଳ ବୋଲି ବର୍ଣ୍ଣନା କରାଯାଏ । କାରିଗରମାନେ ହବିଷାନ୍ନରେ ରହି ମହାପ୍ରଭୁଙ୍କ ନିମନ୍ତେ ଟାହିଆ ପ୍ରସ୍ତୁତ କରିଛନ୍ତି । ଟାହିଆ ଲାଗିହେଲେ ଦାରୁଦିଅଁଙ୍କ ପହଣ୍ଡି ବିଜେ କରନ୍ତି । ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପଯ୍ୟନ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ (୨୪)ଟି ଟାହିଆ ଯୋଗାନ୍ତି ରାଘବା ଦାସ ମଠ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।