Rath Yatra 2026 : ଆଜି ବଡ଼ଦେଉଳକୁ ପ୍ରବେଶ କରିବେ ଦଇତାପତି ସେବକ, ଦେବସ୍ନାନ ପୂର୍ଣ୍ଣିମା ପାଇଁ ଆରମ୍ଭ ହେବ ସ୍ୱତନ୍ତ୍ର ରୀତିନୀତି
ପୁରୀ,୨୭/୦୬: ଦିନକ ପରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ସ୍ନାନମଣ୍ଡରେ ଠାକୁରଙ୍କ ପ୍ରତ୍ୟକ୍ଷ ସ୍ନାନ ଓ ଗଜାନନ ବେଶ ଦର୍ଶନ ଦେବେ। ସ୍ନାନପୂର୍ଣ୍ଣମୀ ପାଇଁ ବଡ଼ଦେଉଳରେ ଆରମ୍ଭ ହେବ ସ୍ୱତନ୍ତ୍ର ରୀତିନୀତି । ଏଣୁ ଶନିବାର ସକାଳେ ଦଇତାପତି ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ରଥ ଯାତ୍ରା କାଳୀନ ଦେବନୀତିର ଶୁଭାରମ୍ଭ ହେବ ।
ଶନିବାର ସକାଳେ ଦଇତାପତିମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବେ । ରାତିରୁ ଦେବସ୍ନାନ ପୂର୍ଣ୍ଣିମାର ପ୍ରାକ୍ ପ୍ରସ୍ତୁତି ହେବ । ଠାକୁରଙ୍କ ଠାରେ ଠିଆ ପହୁଡ଼ ଖଣ୍ଡୁଆ ପଡ଼ିବା ପରେ ବାହୁଟ କଣ୍ଟ ହେବ । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ବାହୁଟକଣ୍ଟ କରାଯାଏ । ତ୍ରୟୋଦଶୀରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଠାକୁରଙ୍କ ସେବାରେ ଦଇତାପତିମାନେ ରହିବେ। ଶ୍ରୀମନ୍ଦିରର ପ୍ରାପ୍ୟ ପାଉଣା ମଧ୍ୟ ଦଇତାପତିଙ୍କ ବୋଲି ବିଧି ରହିଛି।
ଅଧିକ ପଢ଼ନ୍ତୁ :- CSR Conclave 2026: ପୁରୀରେ ପ୍ରମେୟ ଓ ନ୍ୟୁଜ-7ର ସିଏସଆର କନକ୍ଲେଭ-୨୦୨୬