06 JULY 2026

Welcome!

Unlock your personalized experience.
Sign Up

Rath Khala Update: ନେତ୍ରୋତ୍ସବର ଯଥେଷ୍ଟ ପୂର୍ବରୁ ସରିଥିବ ରଥ ନିର୍ମାଣ, କଳସ ଉଠିଲା ପରେ କଣିଫାଉଡ଼ା ବାଡ଼ିଆ ଶେଷ ହେବ

Jul 06, 2026 - 11:36
Rath Khala Update: ନେତ୍ରୋତ୍ସବର ଯଥେଷ୍ଟ ପୂର୍ବରୁ ସରିଥିବ ରଥ ନିର୍ମାଣ, କଳସ ଉଠିଲା ପରେ କଣିଫାଉଡ଼ା ବାଡ଼ିଆ ଶେଷ ହେବ

ପୁରୀ,୦୬/୦୭: ନେତ୍ରୋତ୍ସବର ଯଥେଷ୍ଟ ପୂର୍ବରୁ ସରିଥିବ ରଥ ନିର୍ମାଣ । ଏଣୁ ରଥ ତିଆରି ଶେଷ କରିବାକୁ ଲାଗିଛନ୍ତି ନିର୍ମାଣକାରୀ । ରବିବାର ରଥରେ ଲାଗିଲା କଣିଫାଉଡ଼ା । ଲମ୍ବା ପଟାବଟମ ଭଳି ୧୨ଟି କଣିଫାଉଡ଼ା ରଥରେ ଲାଗୁଛି । ୯ଟି ଲାଗିଛି ବଟମ୍ । ଗୋଟେ କୋଣରୁ ୩ଟି ପଟାବଟମ୍ ଛଡ଼ାଯାଇଛି । କଳସ ଉଠିଲା ପରେ କଣିଫାଉଡ଼ା ବାଡ଼ିଆ ଶେଷ ହେବ । ଭୂଇଁ କାଠର କୋଣରେ ଫାଉଡ଼ା ଲଗାଯାଇ କଣି ତଥା ବଟମ୍ ଲଗାଯାଉଛି ।

ରଥର ଚାରିପାଶ୍ୱର୍ରେ କଣିଫାଉଡ଼ା ଓ ମଣ୍ଡଣି ବତା ଲଗାଯାଉଛି । ଏଥିସହ ଲାଗୁଛି ହାତୀଆଳମାଳ । ରଥରେ କନାମଣ୍ଡଣିରେ ଏହା ସହାୟକ ହେବ । ଏହାଯୋଗୁଁ ରଥ ହୃଷ୍ଟପୃଷ୍ଟ ଓ ସୁନ୍ଦର ହେଖାଯିବ । ଉପର ଚାରି ପାଶ୍ୱର୍ରେ ଚାରିକୋଣରେ ପଟାବାଡ଼ିଆ ଶେଷ ହୋଇଛି । ଚିତ୍ରକରଙ୍କ ତୂଳୀରେ ରଥରେ ଶୋଭା ପାଇଲାଣି ‘ବୃନ୍ଦାବନ’ର ଅପୂର୍ବ ଦୃଶ୍ୟ । ଠାକୁରେ ଗୋ’ବଚ୍ଛାଙ୍କ ଗହଣରେ ସିଂହାସନରେ ବିଜେ ହେବେ । ଏଣୁ ରଥରେ ‘ଗାଈପଲ’ ଚିତ୍ର ସମ୍ପନ୍ନ ହେବ । ରଥର ପ୍ରଭା ରଙ୍ଗ କାର୍ଯ୍ୟ ଜାରି ରହିଛି । ରଥ ଚକରେ ରଙ୍ଗ ଦିଆଯାଉଛି । ଶ୍ରୀମନ୍ଦିର କାର୍ଯ୍ୟାଳୟ ଉପର ମହଲାରେ ରଥ କନାମଣ୍ଡଣି କାର୍ଯ୍ୟ ଆଗେଇ ଚାଲିଛି ।

ଅଧିକ ପଢ଼ନ୍ତୁ :- Rath Yatra 2026: ଆଜି ରଥଯାତ୍ରା ଶେଷ ସ୍ୱତନ୍ତ୍ର ସମନ୍ୱୟ ବୈଠକ, ସବୁ ବିଭାଗର ପ୍ରସ୍ତୁତି ରିପୋର୍ଟ ଦେଖିବେ ମୁଖ୍ୟମନ୍ତ୍ରୀ