Rath Khala Update: ଏଥର ୩ ରଥରେ ଲାଗିବ ନୂଆ ‘ବ୍ରେକ୍’, ଦେବାଦେବୀଙ୍କ ମୂର୍ତ୍ତିରେ ରଙ୍ଗ ଦେଉଛନ୍ତି ଚିତ୍ରକର ସେବକ
ପୁରୀ,୨୬/୦୬: ରଥ ଚାଳନା ବେଳେ ରଥକୁ ରୋକିବା ମୁସ୍କିଲ୍ ହୋଇଯାଏ । ରଥ ଚାଳନା ବନ୍ଦ ସୂଚନା ମିଳିଲେ ମଧ୍ୟ ଶ୍ରଦ୍ଧାଳୁମାନେ ଜାଣି ନପାରି ରଥ ଟାଣିନିଅନ୍ତି । ଏଣୁ ବ୍ରେକ୍ ପଡ଼ି ଚକର ଗତି ରୋଧ କରାଯାଏ । ଚଳିତ ବର୍ଷ ତିନି ରଥ ପାଇଁ ତିନୋଟି ନୂତନ ବ୍ରେକ୍ ତିଆରି କରାଯାଉଛି । ଶାଳ ଗଣ୍ଡିକୁ ବାରିସିରେ ହାଣି ଚଉପଟ କରୁଛନ୍ତି ବିଶ୍ୱକର୍ମା। ଏହାପରେ ଇଂଜିନିୟରଙ୍କ ଦ୍ୱାରା ସ୍ୱତନ୍ତ୍ର ଶୈଳୀରେ ରଥ ବ୍ରେକ୍ ପ୍ରସ୍ତୁତ ହେବ ।
ଶୁକ୍ରବାର ଚାଳିରେ ଶାଳ କାଠକୁ କାଟି ‘ମାଲ’ ତିଆରି ହେଉଛି । ଠାକୁରେ ଚାରମାଳରେ ପହଣ୍ଡି ହୋଇ ଓହ୍ଲାଇବେ । ଚାରମାଳ ତଳେ ରହିବ ମାଲ । ତିନି ରଥ ବିଶ୍ୱକର୍ମା ମିଶି ଠାକୁରଙ୍କ ଏହି ସେବା କରୁଛନ୍ତି । ରଥରେ ନିର୍ମାଣକାରୀ କନକମୁଣ୍ଡି କାମ କରୁଛନ୍ତି । ଏଥିରେ ଚୁନାଟପଟା ଲଗାଯାଇଛି । ଚାରିନାହାକାରେ ପଟା ବାଡ଼ିଆ ହୋଇ ଚୁନାଟପଟା ଲାଗିଲେ କନକମୁଣ୍ଡି ପ୍ରସ୍ତୁତ ହେବ । ରଥରେ ବେଦ ତିଆରି ଜାରି ରହିଛି । ରୂପକାରମାନେ ପ୍ରଭା ଖୋଦେଇ ଜାରି ରଖିଛନ୍ତି । ରଥ ଓ ରଥରେ ଅଧିଷ୍ଠିତ ହେବାକୁ ଥିବା ମୂର୍ତ୍ତରେ ରଙ୍ଗ ଦେଉଛନ୍ତି ଚିତ୍ରକର ସେବକ । ଓଝା ସେବକମାନେ ଦୋଳବେଦି ଶାଳରେ ବିଭିନ୍ନ ରକମର କଣ୍ଟା ତିଆରୁଛନ୍ତି ।
ଅଧିକ ପଢ଼ନ୍ତୁ : - Rath Yatra 2026 : ସ୍ନାନ ଯାତ୍ରା ଓ ରଥଯାତ୍ରା ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ କଲେ ଦଇତାପତି