16 JULY 2026

Welcome!

Unlock your personalized experience.
Sign Up

Rani Swarnkar: ଗୋବିନ୍ଦା ଅପକମିଙ୍ଗ ଫିଲ୍ମର ନାୟିକାଙ୍କ ସମ୍ପର୍କରେ ଜାଣନ୍ତୁ ଜଣା କଥା

Jul 15, 2026 - 18:40
Rani Swarnkar: ଗୋବିନ୍ଦା ଅପକମିଙ୍ଗ ଫିଲ୍ମର ନାୟିକାଙ୍କ ସମ୍ପର୍କରେ ଜାଣନ୍ତୁ ଜଣା କଥା

ନୂଆଦିଲ୍ଲୀ: 'ହିରୋ ନମ୍ବର୧'ଙ୍କ ଧମାକାଦାର ପ୍ରତ୍ୟାବର୍ତ୍ତନ। ବଲିଉଡର ପ୍ରସିଦ୍ଧ ଅଭିନେତା ଗୋବିନ୍ଦା ଦୀର୍ଘ ୭ ବର୍ଷ ପରେ ବଡ଼ ପରଦାରେ ନଜର ଆସିବେ । ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏଭଳି ବଡ଼ ଖବର ସମ୍ପର୍କରେ ଘୋଷଣା କରିଛନ୍ତି ଗୋବିନ୍ଦା । ତାଙ୍କର ଅପକମିଙ୍ଗ୍ ଫିଲ୍ମ ‘ରୂପା’ରେ ସେ ନଜର ଆସିବେ । ନୂଆ ଫିଲ୍ମକୁ ନେଇ ବେଶ ଉତ୍ସାହିତ ଥିବାବେଳେ ଏହି ସିନେମାରେ ଜଣେ ନୂଆ ନାୟିକା ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମ ଜରିଆରେ ରାନୀ ସ୍ବର୍ଣ୍ଣକାର ଡେବ୍ୟୁ କରିବା ପାଇଁ ଯାଉଛନ୍ତି । ଏବେ ଏହି ନାୟିକାଙ୍କ ସମ୍ପର୍କରେ ଜାଣିବା ପାଇଁ ଫ୍ୟାନ୍ସମାନେ ସର୍ଚ୍ଚ କରିବା ଆରମ୍ଭ କରିଛନ୍ତି ।

 
 
 
 
 
 
 
 
 
 
 
 
 
 
 

କିଏ ଏହି ରାଣୀ ସ୍ୱର୍ଣ୍ଣକାର ?

ଗୋବିନ୍ଦା ହୋମ ପ୍ରଡକ୍ସନ ଏହି ସିନେମା ନିର୍ମାଣ କରୁଛି । ରାନୀଙ୍କ ନାମ କାଷ୍ଟ ହେବା ପରେ ଫ୍ୟାନ୍ସମାନେ ତାଙ୍କ ସମ୍ପର୍କ ଜାଣିବା ପାଇ ସର୍ଚ୍ଚ କରିବା ଆରମ୍ଭ କରି ଦେଇଛନ୍ତି । କାରଣ ଗୋବିନ୍ଦାଙ୍କ ଡ୍ୟାନ୍ସ ଏବଂ ଅଭିନୟ ୯୦ ଦଶକରୁ ଦର୍ଶକେ ପସନ୍ଦ କରିବା ଆରମ୍ଭ କରିଛନ୍ତି । କରିସ୍ମା,ରବିନା ଟଣ୍ଡନ ଏବଂ ରାଣୀ ମୁଖାର୍ଜୀଙ୍କ ଭଳି ଅଭିଜ୍ଞ ନାୟିକାଙ୍କ ସହ ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି ଗୋବିନ୍ଦା । ଫିଲ୍ମରେ ନାୟିକା-ନାୟକଙ୍କ କେମେଷ୍ଟ୍ରି ପାଇଁ ମଧ୍ୟ ହିଟ୍ ହୋଇଥାଏ । ଏଣୁ ରାନୀଙ୍କ ସମ୍ପର୍କରେ ଅଧିକ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି ଫ୍ୟାନ୍ସ ।

ରାଣୀ ସ୍ୱର୍ଣ୍ଣକାର ଉତ୍ତର ପ୍ରଦେଶର ବାସିନ୍ଦା ଏବଂ ସେ ଜଣେ ଉଦୀୟମାନ କଳାକାର । ଗୋବିନ୍ଦା ନିଜେ ତାଙ୍କୁ ଏହି ଫିଲ୍ମ ପାଇଁ ଚୟନ କରିଛନ୍ତି। ଗୋବିନ୍ଦା କହିଛନ୍ତି ଯେ ତାଙ୍କ ସହ କାମ କରିଥିବା ଅନେକ ନାୟିକା ପୂର୍ବରୁ ସଫଳତା ପାଇଛନ୍ତି । ସେ ଆଶା ରଖିଛନ୍ତି ଯେ ରାଣୀଙ୍କ ସହ ମଧ୍ୟ ତାଙ୍କ ଯୋଡ଼ି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିବ। ଗୋବିନ୍ଦାଙ୍କ ଶେଷ ଫିଲ୍ମ 'ରଙ୍ଗୀଲା ରାଜା' ସେତେଟା ସଫଳ ହୋଇନଥିଲା। ଏବେ 'ରୂପା' ମାଧ୍ୟମରେ ସେ ପୁଣି ଥରେ ନିଜର ଯାଦୁ ଦେଖାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।