Plastic Currency: ୧୦ ଏବଂ ୨୦ ଟଙ୍କିଆ ନୋଟ୍ ଛାପିବାରେ କେତେ ଖର୍ଚ୍ଚ ଆସେ ? ସରକାରଙ୍କୁ କେତେ ମହଙ୍ଗା ପଡିବ ?
ନୂଆଦିଲ୍ଳୀ,୧୮।୭: ବହୁବାର ଟେକ୍ନୋଲୋଜିରେ ସମସ୍ୟା ଯୋଗୁଁ ଅନଲାଇନ୍ ପେମେଣ୍ଟ ହୋଇପାରୁନି। ତେଣୁ ଆଜି ବି ବହୁ ଲୋକ ନିଜ ପର୍ସରେ କ୍ୟାସ୍ ନିହାତି ରଖିଥାନ୍ତି। ଏଭଳି ସ୍ଥିତିରେ ଆଗାମୀ ସମୟରେ ଆପଣଙ୍କୁ ୧୦ ଏବଂ ୨୦ ଟଙ୍କାର ନୋଟ୍ ରୂପରେ ବଦଳୁଥିବା ନଜର ଆସିପାରେ। ଅର୍ଥାତ ସାମାନ୍ୟ ନୋଟ୍ କାରଣରୁ ଏବେ ଆପଣଙ୍କୁ ପ୍ଲାଷ୍ଟିକ୍ ନୋଟ୍ ଦେଖାଯାଇ ପାରେ। ଭାରତୀୟ ରିଜର୍ଭ ବ୍ୟାଙ୍କ ଅର୍ଥାତ ଆରବିଆଇ ଏହି ନୋଟକୁ ନେଇ ପାଇଲଟ୍ ପ୍ରୋଜେକ୍ଟ ଉପରେ କାମ କରୁଛି। ଏଭଳି ସ୍ଥିତିରେ ଏବେ ଏକ ପ୍ରଶ୍ନ ବହୁ ଲୋକଙ୍କ ମନରେ ଆସିଯାଉଛି। ତେବେ ଆସନ୍ତୁ ଜାଣିବା ଏହି ପ୍ଲାଷ୍ଟିକ୍ ନୋଟ୍ ଛାପିବପାରେ କେତେ ଖର୍ଚ୍ଚ ଆସେ। କ’ଣ ଏହା ସାଧାରଣ ନୋଟ୍ ତୁଳନାରେ ମହଙ୍ଗା ?
୧୦ ଏବଂ ୨୦ ନୋଟ୍ ଛାପିବାର ଖର୍ଚ୍ଚ କେତେ ?
ଭାରତରେ ଥିବା ୧୦ ଓ ୨୦ ସାଧାରଣ ନୋଟ୍କୁ ଅଧିକାଂଶ ଲୋକ ବୁଝି ନିଅନ୍ତି, କିନ୍ତୁ ପ୍ରକୃତରେ ଏହା ୧୦୦% କଟନ୍ରେ ତିଆରି ହୋଇଥାଏ। ଆରଟିଆଇ ଜରିଆରେ ଆସିଥିବା ସୂଚନା ଅନୁସାରେ, ଏହି ନୋଟ୍ ଛପାର ଖର୍ଚ୍ଚ ଖୁବ୍ କମ୍ ହୋଇଥାଏ।
-୧୦ ଟଙ୍କିଆ ନୋଟ୍ ପ୍ରାୟ ୭୦ ପଇସାରୁ ୧.୦୧ ଟଙ୍କା ପ୍ରତି ନୋଟ୍ ଆସିଯାଏ।
-ସେଭଳି ୨୦ ଟଙ୍କାର ନୋଟ୍ ପ୍ରାୟ ୯୫ ପଇସାରୁ ୧ ଟଙ୍କା ପ୍ରତି ନୋଟ୍ ଆସିଥାଏ।
ଅର୍ଥାତ ଏହା ସ୍ପଷ୍ଟ ଯେ, ଏହାର ଛପାରେ ଖର୍ଚ୍ଚ ଖୁବ୍ କମ୍ ହୋଇଥାଏ।
ପ୍ଳାଷ୍ଟିକ୍ ନୋଟ୍ ପାଇଁ କେତେ ଖର୍ଚ୍ଚ ଆସେ ?
ଉଲ୍ଲେଖନୀୟ ଯେ, ଆରବିଆଇର ନୋଟ୍ ଛାପିଥିବା କମ୍ପାନୀBRBNMPLଅର୍ଥାତ ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ୍ ମୁଦ୍ରଣ ପ୍ରାଇଭେଟ୍ ଲିମିଟେଡ୍ ୧୦ ଓ ୨୦ ଟଙ୍କାର ପ୍ଲାଷ୍ଟିକ୍ ନୋଟ୍ର ଟ୍ରାଏଲ ପାଇଁ ଗ୍ଲୋବାଲ ଟେଣ୍ଡର ଜାରି କରାଯାଇଛି। ଏହି ନୋଟକୁ ସାଧାରଣ ନୋଟ୍ ଭଳି କଟନ ପେପର ତିଆରି କରାଯିବନି, ବଂର ଏହାକୁ ଖାସ୍ ପଲିମର ସିଟ୍ରେ ତିଆରି କରାଯିବ।
ଏବେ ଆସନ୍ତୁ ଜାଣିବା ଏକ ପ୍ଲାଷ୍ଟିକ୍ ନୋଟ୍ ଛାପିବା ପାଇଁ କେତେ ଖର୍ଚ୍ଚ ହୁଏ। ଗୋଟିଏ ପ୍ଲାଷ୍ଟିକ୍ ନୋଟ୍ ଛାପିବା ପାଇଁ ୨ ରୁ ୬ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରେ। ଏହାର ଅର୍ଥ ହେଉଛି ଏହି ନୋଟ୍ ଗୁଡିକୁ ଛାପିବା ସାଧାରଣ ନୋଟ୍ ଛାପିବା ଅପେକ୍ଷା ଯଥେଷ୍ଟ ଅଧିକ ମହଙ୍ଗା ହୋଇପାରେ। ତେଣୁ, ଅନେକ ଲୋକଙ୍କ ପାଇଁ ଏହା ଭାବିବା ସ୍ୱାଭାବିକ: ଯଦି ଏହି ନୋଟ ଗୁଡ଼ିକ ସାଧାରଣ ନୋଟ୍ ତୁଳନାରେ ଅଧିକ ମହଙ୍ଗା, ତେବେ ଏଗୁଡ଼ିକୁ କାହିଁକି ପ୍ରଚଳନ କରାଯାଉଛି?
ମହଙ୍ଗା ହେବା ପରେ ବି କାହିଁକି ଅଣାଯାଉଛି ପ୍ଲାଷ୍ଟିକ୍ ନୋଟ୍ ?
ପ୍ଲାଷ୍ଟିକ୍ ନୋଟ୍ ଛାପିବାରେ ଅଧକା ଟଙ୍କା ଖର୍ଚ୍ଚ ହୁଏ। ତେବେ କାହିଁକି ଏହାକୁ ଛପା ଯାଉଛି। କାରଣ ଏହା ଅଧିକ ସମୟ ପର୍ଯ୍ୟନ୍ତ ଚାଲିବ। ୧୦ ଓ ୨୦ ଟଙ୍କିଆ ନୋଟ୍ ଅଧିକ ବ୍ୟବହାର ହେଉଥିବା କାରଣରୁ ଏହା ଜଲଦି ଚିରି ଯାଏ କିମ୍ବା ଫାଟି ଯାଏ। ଯଦି ଏହି ନୋଟ୍ ସାଧାରଣ ନୋଟ୍ ତୁଳନାରେ ଅଧିକ ଚାଲିବ। ପଲିମର ନୋଟ୍ ପାଣି, ଧୁଳି ଓ ଆଦ୍ରତା ଯୋଗୁଁ ଖରାପ ହୁଏନି। ଏହି କାରଣରୁ ପ୍ଲାଷ୍ଟିକ୍ ନୋଟ୍କୁ ସାଧାରଣ ନୋଟଠାରୁ ଭଲ ବୋଲି ମନେକରାଯାଉଛି।
ଆହୁରି ପଢନ୍ତୁ :Bulldozer action: ଅଭିଷେକ ବାନାର୍ଜୀଙ୍କ ‘ବେଆଇନ୍ କାର୍ଯ୍ୟାଳୟ’, ୫ ମହଲା କୋଠା ଭାଙ୍ଗିବାକୁ ଲାଗିଲା ୩ ଜେସିବି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।