Panchalingeswar : ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼, ଶ୍ରାବଣୀ ଲିଙ୍ଗରେ କଲେ ଜଳଲାଗି
ନୀଳଗିରି, ୩/୮ : ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରରେ ଶ୍ରାବଣର ତୃତୀୟ ସୋମବାରରେ ଲକ୍ଷାଧିକ ଶ୍ରାଦ୍ଧକୁଙ୍କ ଭିଡ଼ ଜମିଛି। କାଉଡ଼ିଆମାନେ ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରୁ ଆସି ବାଲେଶ୍ଵର ଜିଲ୍ଲାରେ ଥିବା ବାଲିଘାଟ, ସୋନନଦୀ, ବୁଢାବଳଙ୍ଗ ନଦୀ, ଘାଘରା ନଦୀ ସମେତ ଆଖପାଖ ନଦୀରେ ପୂଜାର୍ଚ୍ଚନା ପରେ ଜଳସଂଗ୍ରହ କରିଥିଲେ।
ଗତକାଲି ଅପରାହ୍ନ ଠାରୁ ପୀଠ ଅଭିମୁଖେ ବାହାରିଥିଲେ। ରାତି ୧୨ଟା ପରେ ପଞ୍ଚଲିଙ୍ଗେଶ୍ୱର ପୀଠରେ ରୀତିନୀତିରେ ପୂଜାର୍ଚ୍ଚନା ପରେ ଆଳତୀ ହୋଇଥିଲା। ଏହାପରେ କାଉଡ଼ିଆମାନେ ଆଣିଥିବା ଜଳକୁ ଝରଣା ଭିତରେ ଥିବା ଶିବ ଲିଙ୍ଗ ଉପରେ ଜଳାଭିଷେକ କରିଥିଲେ। ତେବେ ବାବାଙ୍କ ଜଳାଭିଷେକ କଲେ କୋଟି ଜନ୍ମର ଫଳ ମିଳେ ବୋଲି ଭକ୍ତ କହିଛନ୍ତି।
ଆହୁରି ପଢନ୍ତୁ- ଶ୍ରାବଣ ପ୍ରଥମ ସୋମବାର : ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ଜଳ ଲାଗି କଲେ କାଉଡ଼ିଆ, ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ଧବଳେଶ୍ଵର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।