Accidnet News: ଖମ୍ଭରିଗୁଡ଼ା ନିକଟରେ ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ, ଫେରାର ଗାଡିକୁ ଧରିବାକୁ ପରିବାରର ଦାବି
ଗୁଣୁପୁର, ୩/୮ : ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ଖମ୍ଭରିଗୁଡ଼ା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖମ୍ବାରିଗୁଡା ଗ୍ରାମର ଜଗା ଶବର (ପ୍ରାୟ ୩୦ ବର୍ଷ)। ଏହି ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
ସୂଚନା ଅନୁସାରେ, ଗତ ମଧ୍ୟରାତ୍ରିରେ ବର୍ଷା ହୋଇଥିବାରୁ ଜଗା ଶବର ନିଜ ଚାଷ ଜମିକୁ ବର୍ଷା ପାଣି ରଖି ଚାଷ କାମ ପାଇଁ ଯାଇଥିଲେ। କାମ ସାରି ନିଜ ଘରକୁ ଫେରୁଥିବା ବେଳେ ଖମ୍ଭରିଗୁଡ଼ା ନିକଟ ୩୨୬ ନମ୍ବର ଜାତୀୟ ରାଜପଥରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ପଳାଇ ଯାଇଥିବା ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ :- Fire Breaks Out: ପାତ୍ରପଡ଼ା ତୁଳା କମ୍ପାନୀରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ରୋବୋଟିକ୍ ମନିଟର ନିୟୋଜିତ
ଆଜି ଭୋର ପ୍ରାୟ ୫ଟା ବେଳେ ସ୍ଥାନୀୟ ଲୋକେ ଯୁବକଙ୍କୁ ରକ୍ତାକ୍ତ ଅବସ୍ଥାରେ ରାସ୍ତା କଡ଼ରେ ପଡିଥିବା ଦେଖି ପରିବାରକୁ ଖବର ଦେଇଥିଲେ। ପରେ ସମ୍ପର୍କୀୟମାନେ ୧୦୮ ଆମ୍ବୁଲେନ୍ସ ଯୋଗେ ତାଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ପଦ୍ମପୁର ପୁଲିସ ଘଟଣାସ୍ଥଳ ଓ ମେଡିକାଲରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇ ଫେରାର ହୋଇଥିବା ଅଜଣା ଗାଡିକୁ ଚିହ୍ନଟ କରି ଶୀଘ୍ର ଗିରଫ କରିବାକୁ ମୃତକଙ୍କ ପରିବାର ଦାବି କରିଛନ୍ତି।
ସେପଟେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମୃତକଙ୍କ ସମ୍ପର୍କୀୟଙ୍କ କାନ୍ଦବୋବାଳିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପୁଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।ମୃତଦେହକୁ ଜବତ କରି ଗୁଣୁପୁର ଉପଖଣ୍ଡସ୍ତରିୟ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଛେଦ ପାଇଁ ପଠାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।