Online Game: ଅନ୍ଲାଇନ ଗେମ୍ ଖେଳି ଛାତ୍ର ପାଲଟିଲେ ଅକର୍ମଣ୍ୟ, ଖଟରୁ ଉଠୁନି, ଖାଲି ଡାକୁଛି ବାପା-ମାଆ
ଆଗରପଡ଼ା ୦୯/୦୭: ଅନ୍ଲାଇନରେ ପାଠ ପଢ଼ିବା ପାଇଁ ପୁଅକୁ ବାପା ଦେଇଥିଲେ ଆଣ୍ଡ୍ରଏଡ୍ ମୋବାଇଲ ଫୋନ୍ । ମାତ୍ର ପାଠ ପଢୁପଢୁ ପୁଅ ପଡ଼ିଗଲା ଅନ୍ଲାଇନ ଗେମ ନିଶାରେ । ପୁଅ ପାଇଁ ମାରାତ୍ମକ ହୋଇଯାଇଥିଲା ନିଶିଦ୍ଧ ବ୍ଲୁ-ହ୍ୱେଲ ଗେମ୍ । ବାରମ୍ବାର ଏହି ଗେମ ଖେଳି ପୁଅ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ସୌଭାଗ୍ୟବଶତଃ ସେ ବଞ୍ଚିଯାଇଛି ସତ ହେଲେ ଅକର୍ମଣ୍ୟ ପାଲଟିଯାଇଛି । ସେ ସ୍ମୃତିଶକ୍ତି ହରାଇ ବସିଛି । ଏହିପରି ଏକ ଅଘଟଣ ଘଟିଛି ଭଦ୍ରକ ଜିଲ୍ଲା ଆଗରପଡ଼ା ନିକଟ ଆଡ଼ିଆ ପଞ୍ଚାୟତ ଓଲଡାଙ୍ଗ ଗ୍ରାମରେ ।
ବାପା ବେଙ୍ଗାଲୁରୁରେ ଚାକିରି କରିଥିବାରୁ ପୁଅ ଅଂଶୁମାନ (୧୧) ସେଠାରେ ଏକ ସ୍କୁଲରେ ପଢ଼ୁଥିଲା । ସେ ଜଣେ ମେଧାବୀ ଛାତ୍ର ଥିଲା । ଗେମର ଟାସ୍କ୍ ପୂରଣ କରିବାକୁ ଯାଇ ଅଂଶୁମାନ ୨୦୨୨ ଫେବ୍ରୁଆରୀରେ ନିଜ ବାପାଙ୍କ ବେଲ୍ଟରେ ଫାଶି ଲଗାଇ ଝୁଲି ପଡିଥିଲା । ତାକୁ ଉଦ୍ଧାର କରାଯାଇ ଦୀର୍ଘ ୩ ମାସ ଆଇସିୟୁରେ ରଖାଯାଇଥିଲା । ହେଲେ ସେ କେବଳ ବାପା, ମା’ ଛଡ଼ା ଆଉ କିଛି କହିପାରୁ ନାହିଁ । ପୁଅର ଚିକିତ୍ସା ପାଇଁ ବାପା ମା’ ସର୍ବସ୍ୱାନ୍ତ ହୋଇସାରିଛନ୍ତି । ଏବେ ଭଦ୍ରକରେ ଏକ ଭଡା ଘରେ ରହି ପୁଅର ଚିକିତ୍ସା କରାଉଛନ୍ତି । ମାତ୍ର ଏଥିପାଇଁ ଅର୍ଥର ବହୁ ଆବଶ୍ୟକ ଥିବାରୁ ପରିବାର ବହୁ କଷ୍ଟରେ ଅଛନ୍ତି । ଶିଶୁକୁ ନୂଆ ଜୀବନ ଦେବା ପାଇଁ ସହୃଦୟ ବ୍ୟକ୍ତି ସହଯୋଗ କରିବାକୁ ପରିବାର ସମେତ ଗ୍ରାମବାସୀ ଅନୁରୋଧ କରିଛନ୍ତି ।
ଅଧିକ ପଢ଼ନ୍ତୁ :- Ama Bus Accident: ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ‘ଆମ ବସ୍’, ଗୁରୁତର ଆରୋହୀ ମେଡିକାଲ୍ରେ ଭର୍ତ୍ତି, ଡ୍ରାଇଭର ଫେରାର୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।