Odisha Flood Crisis: ଆଜି ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ, ବନ୍ୟା ସ୍ଥିତିର କରିବେ ସମୀକ୍ଷା
ଭୁବନେଶ୍ୱର ୦୧/୦୮: ଆଜି ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଜିଲ୍ଲାର ବନ୍ୟାଞ୍ଚଳ ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ । ସକାଳ ୧୦ରେ ସେ ଏରିଏଲ୍ ସର୍ଭେରେ ଯିବେ । ତାଙ୍କ ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍ବତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ ମଧ୍ୟ ବନ୍ୟାଞ୍ଚଳ ପରିଦର୍ଶନରେ ଯିବେ । ଦିଲ୍ଲୀରେ ରହି ମଧ୍ୟ ଲଗାତର ଭାବେ ବନ୍ୟା ସ୍ଥିତି ଉପରେ ନଜର ରଖିଥିଲେ ମୁଖ୍ୟମନ୍ତ୍ରୀ ଏସ୍, ମୁଖ୍ୟ ଶାସନ ସଚିବ ଏବଂ ରାଜସ୍ବ ମନ୍ତ୍ରୀଙ୍କ ସହ ଲଗାତର ଆଲୋଚନା କରୁଥିଲେ।
ଅଧିକ ପଢ଼ନ୍ତୁ :- Odisha Flood Crisis: ବନ୍ୟା ଯୋଗୁ ୨ ଲକ୍ଷ ୬୮ ହଜାର ଜଳବନ୍ଦୀ, ଉତ୍ତର ଓଡ଼ିଶାରେ ପାଣି ଖସୁଛି, ଦୁର୍ଦ୍ଦଶା ବଢ଼ୁଛି...
ଚଳିତ ବନ୍ୟାରେ ୧୪ ଜିଲ୍ଲା ଅନ୍ତର୍ଗତ ୬୫ଟି ବ୍ଲକ ଅଧୀନସ୍ଥ ୪୯୨ଟି ପଞ୍ଚାୟତର ୧୪୪୬ଟି ଗାଁ ଓ ୧୩ଟି ସହରାଞ୍ଚଳର ୨୦୧ଟି ୱାର୍ଡ ପ୍ରଭାବିତ ହୋଇଛି । ରାଜ୍ୟର ପ୍ରାୟ ୮ ଲକ୍ଷ ୩୪ ହଜାର ୭୪୧ ଲୋକେ ପ୍ରଭାବିତ ହୋଇଛନ୍ତି । ପାଣି ଘେରରେ ୨ ଲକ୍ଷ ୬୮ ହଜାର ୯୪୩ ଲୋକେ ଅଛନ୍ତି । ୨ ଲକ୍ଷ ୬୭ ହଜାର ୩୦୧ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସୁଦ୍ଧା ହସ୍ତଗତ ରିପୋର୍ଟ ଅନୁସାରେ ବନ୍ୟାରେ ୧୦୮୨ ଘର ନଷ୍ଟ ହେବା ସହ ୨୧ ହଜାର ୩୮୦ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।