23 JULY 2026

Welcome!

Unlock your personalized experience.
Sign Up

Nisar Satellite : ନାସା-ଇସ୍ରୋର ‘ନିସାର ସାଟେଲାଇଟ’ର କମାଲ, ଆଣ୍ଟାର୍କଟିକାର ବରଫରେ ଦେଖାଗଲା ବିଶାଳକାୟ ପକ୍ଷୀ

Jul 23, 2026 - 20:11
Nisar Satellite : ନାସା-ଇସ୍ରୋର ‘ନିସାର ସାଟେଲାଇଟ’ର କମାଲ, ଆଣ୍ଟାର୍କଟିକାର ବରଫରେ ଦେଖାଗଲା ବିଶାଳକାୟ ପକ୍ଷୀ

ନୂଆଦିଲ୍ଲୀ,୨୩।୭: ନାସା- ଇସ୍ରୋ ସିନ୍ଥେଟିକ୍ ଆପର୍ଚର ରାଡାର (NISAR) ସାଟେଲାଇଟ୍ ପୂର୍ବ ଆଣ୍ଟାର୍କଟିକାର ଏକ ଆଶ୍ଚର୍ଯ୍ୟଜନକ ଫଟୋ ଉତ୍ତୋଳନ କରିଛି, ଯାହା ଏକ ବିଶାଳକାୟ ପକ୍ଷୀ ପରି ଆକୃତିର ରହିଛି। ‘ନିସାର’ ବୈଜ୍ଞାନିକମାନେ ଏହାକୁ ‘ହମିଂବର୍ଡ’ ନାମ ଦେଇଛନ୍ତି। ଏହି ଅଦ୍ଭୁତ ଆକୃତି କୌଣସି ପ୍ରକୃତ ପକ୍ଷୀର ନୁହେଁ, ବରଂ ପର୍ବତ, ବରଫ ଏବଂ ରାଡାର ଟେକ୍ନୋଲୋଜିର ଏକ ଅଦ୍ଭୁତ ମିଶ୍ରଣ ଯାହା ପୃଥିବୀର ବରଫ ଆଚ୍ଛାଦିତ ମହାଦେଶର ଲୁକ୍କାୟିତ ସୂଚନା ପ୍ରକାଶ କରିଥାଏ।

ଏହି ଆକୃତି ପୂର୍ବ ଆଣ୍ଟାର୍କଟିକାର ବରଫ ଚାଦର ଉପରେ ଉଠିଥିବା ଏକ ଚଟାଣ ପର୍ବତ ଶୃଙ୍ଗ, ଯାହାକୁ ବୈଜ୍ଞାନିକ ଭାଷାରେ ’ନୁନାଟକ୍ ଜାତେରଜାଭାଶିଞ୍ଜା’ କୁହାଯାଏ। ବରଫରୁ ବାହାରି ଥିବା ଏଭଳି ଖୋଲା ଶୃଙ୍ଘକୁ ‘ନୁନାଟକ୍’ କୁହାଯାଏ। ଯେତେବେଳେ ଗ୍ଲାସିୟର ଉତ୍ତର-ପୂର୍ବ ଓ ସମୁଦ୍ର ଆଡକୁ ବୋହିଥାଏ ତେବେ ଏହା ଉଠିଥିବା ପାହାଡ ରାସ୍ତାରେ ଏକ ବାଧା ହୋଇଥାଏ। ଏହି କାରଣରୁ ଏହାର ଆଖପାଖରେ ଗତିଶୀତ ବରଫର ଚାପ ପଡିଥାଏ।

ଅଗଷ୍ଟ ୨୦୨୫ ରେ ନିସାର ଆଡଭାନ୍ସଡ ଏଲ୍ ବ୍ୟାଣ୍ଡ ରାଡାରରୁ ନିଆଯାଇଥିବା ଏହି ଫଟୋରେ ‘ନୁନାଟକ୍ ଜାତେରଜାଭାଶିଞ୍ଜା’ ଦେଖା ଯାଉଛି। ଏହି ଚଟାଣ ପାହାଡର ଶୃଙ୍ଗରୁ ଆଣ୍ଟାର୍କଟିକାର ବିଶାଳ ବରଫର ଚାଦର ଭିତରୁ ବାହାରି ଥିଲା। ଯେତେବେଳେ ଗ୍ଲାସିୟର ଉତ୍ତର-ପୂର୍ବ ଓ ସମୁଦ୍ର ଆଡକୁ ବଢିଥାଏ। ଏହା ବାହାରକୁ ବାହାରିଥିବା ପାହାଡର ଏକ ପ୍ରତିବନ୍ଧକ ଭାବରେ କାମ କରିଥାଏ। ଯାହାଫଳରେ ଏହାର ଆଖାପଖରେ ବୋହୁଥିବା ବରଫ ଉପରେ ବହୁତ ଅଧିକ ଚାପ ପଡିଥାଏ।

ଫଟୋରେ ଥିବା ରଙ୍ଗର ଅର୍ଥ ?

ନାସା ଏବଂ ଇସ୍ରୋ କହିଛନ୍ତି ଯେ ଏହି ଚିତ୍ରଟି ସୂର୍ଯ୍ୟକିରଣ ପରିବର୍ତ୍ତେ ମାଇକ୍ରୋୱେଭ୍ ସଙ୍କେତର ବ୍ୟବହାର କରି ନିଆଯାଇଛି, ଯାହା ବିଭିନ୍ନ ପ୍ରକାରର ବରଫ ପୃଷ୍ଠ ମଧ୍ୟରେ ପାର୍ଥକ୍ୟ ପ୍ରକାଶ କରେ। ପାରମ୍ପରିକ ଉପଗ୍ରହ କିମ୍ବା କ୍ୟାମେରାରୁ ଦେଖିଲେ, ଏହି ସମଗ୍ର ଅଞ୍ଚଳ କେବଳ ଧଳା ବରଫ ପରି ଦେଖାଯାଏ, କିନ୍ତୁ NISAR ର ରାଡାର ଟେକ୍ନୋଲୋଜି ଏହାକୁ ବିଭିନ୍ନ ରଙ୍ଗରେ ଦେଖାଇଛି। ଏହି ରଙ୍ଗଗୁଡ଼ିକ ମସୃଣ ପୃଷ୍ଠରୁ ପ୍ରତିଫଳିତ ସଙ୍କେତଗୁଡ଼ିକୁ ପ୍ରତିନିଧିତ୍ୱ କରେ। ଧଳା ଅଞ୍ଚଳଗୁଡ଼ିକ ଗଭୀର ଫାଟ ଏବଂ ରୁକ୍ଷ ଅଞ୍ଚଳ ଦେଖାଏ ଯେଉଁଠାରେ ରାଡାର ତରଙ୍ଗ ଆଭ୍ୟନ୍ତରୀଣ ବରଫ ଗଠନ ଦ୍ୱାରା ବିସ୍ତାରିତ ହୋଇଥାଏ।

ବୈଜ୍ଞାନିକମାନଙ୍କ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ?

ଏହି ଫଟୋ କେବଳ ଏକ କଳାକୃତି ନୁହେଁ, ବରଂ NISAR ସାଟେଲାଇଟର ଅତୁଳନୀୟ କ୍ଷମତାର ପ୍ରମାଣ। ଆଣ୍ଟାର୍କଟିକାର ମେଘ, ଘନ ଧୂଆଁ ଏବଂ ଅନ୍ଧାର ମଧ୍ୟ ଦେଇ ଦେଖିବାର ଏହାର କ୍ଷମତା ବୈଜ୍ଞାନିକମାନଙ୍କୁ ଗ୍ଲାସିୟରର ଗତି, ବରଫ ଚାଦରର ସ୍ଥିରତା ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବିଷୟରେ ଗଭୀର ଭାବରେ ବୁଝିବାରେ ସାହାଯ୍ୟ କରିବ।

ଆହୁରି ପଢନ୍ତୁ : ଖରାପ ଗୋଳା-ବାରୁଦ ଯୋଗୁଁ ୬୨ କୋଟି କ୍ଷତି, ‘ଧନୁଷ’ ପ୍ରୋଜେକ୍ଟକୁ ନେଇ ପିଏସି ଉଠାଇଲା ପ୍ରଶ୍ନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।