Welcome!

Unlock your personalized experience.
Sign Up

Nepalcoin : ନୂଆ କଏନରୁ ନେପାଳ ହଟାଇବ ବିବାଦୀୟ ନକ୍ସା, ସମାଧାନ ହୋଇପାରେ ଲିମ୍ପିୟାଧୁରା,କଳାପାଣି ଏବଂ ଲିପୁଲେଖ ବିବାଦ

Jul 20, 2026 - 20:36
Nepalcoin : ନୂଆ କଏନରୁ ନେପାଳ ହଟାଇବ ବିବାଦୀୟ ନକ୍ସା, ସମାଧାନ ହୋଇପାରେ ଲିମ୍ପିୟାଧୁରା,କଳାପାଣି ଏବଂ ଲିପୁଲେଖ ବିବାଦ

ନୂଆଦିଲ୍ଲୀ,୨୦।୭: ନେପାଳ ସହିତ କୁଟନୈତିକ ମଞ୍ଚରେ ଭାରତକୁ ବଡ଼ ସଫଳତା ମିଳିଛି। ନେପାଳ ଏକ ଟଙ୍କିଆ ନୂଆ କଏନ୍ ଜାରି କରିବାକୁ ଯାଉଛି। ଏହି କଏନରେ ବିବାଦୀୟ ମାନଚିତ୍ର ନାହିଁ। ଯେଉଁଥିରେ ଲିମ୍ପିୟାଧୁରା, କଳାପାଣି ଓ ଲିପୁଲେଖକୁ ନେପାଳର ଅଂଶ ବୋଲି କୁହାଯାଇଛି। ଏହା ବଦଳରେ ଏକ ଟଙ୍କିଆ ଏହି କଏନ୍‌ରେ ଏକ ମଠର ଫଟୋ ରହିବ।

ନେପାଳର କହିବା ଅନୁସାରେ, ଲିପୁଲେଖ ଓ କାଳାପାରି ତା’ର ଅଞ୍ଚଳର, ସେଭଳି ଭାରତର କହିବା ଅନୁସାରେ, ଏହି ଅଞ୍ଚଳର ତା’ର। ମଇ ୨୦୨୦ ରେ ନେପାଳର ତତ୍କାଳୀନ କେପି ଓଲି ସରକାର ‘କଳାପାଣି’ ଓ ‘ଲିପୁଲେଖ’ ସହିତ ଏହି ଅଞ୍ଚଳକୁ ନିଜର ଅଫିସିଆଲ ନକ୍ସାରେ ସାମିଲ କରିଥିଲେ। ସୂତ୍ର ଅନୁସାରେ ମନ୍ତ୍ରୀ ପରିଷଦ ଗୁରୁବାର ନେପାଳ ରାଷ୍ଟ୍ର ବ୍ୟାଙ୍କ ଦ୍ୱାରା ନୂତନ ଡିଜାଇନର ଟଙ୍କିକିଆ ଏବଂ ଦୁଇ ଟଙ୍କାର ମୁଦ୍ରା ପ୍ରଚଳନକୁ ଅନୁମୋଦନ କରିଛି। ସେମାନେ ଆହୁରି କହିଛନ୍ତି ଯେ ନେପାଳର ନୂତନ ରାଜନୈତିକ ମାନଚିତ୍ର ଟଙ୍କିକିଆ ମୁଦ୍ରାରୁ ହଟାଇ ଦିଆଯିବ। ନୂତନ ଭାବରେ ଡିଜାଇନ୍ ହୋଇଥିବା ମୁଦ୍ରାରେ ନେପାଳର ବିବାଦିତ ମାନଚିତ୍ର (ଯେଉଁଥିରେ ଲିମ୍ପିଆଧୁରା, ଲିପୁଲେଖ ଏବଂ କଳାପାଣି ଅନ୍ତର୍ଭୁକ୍ତ) ପରିବର୍ତ୍ତେ ମୁସ୍ତାଙ୍ଗର ମାରଙ୍ଗ ଗାଁରେ ଅବସ୍ଥିତ 'ଲୋ ଘ୍ୟାକର ମଠ'ର ଚିତ୍ର ରହିବ। ଏହି ମଠକୁ ନେପାଳର ସର୍ବପୁରାତନ ମଠ ବୋଲି କୁହାଯାଏ। ତେବେ କ୍ୟାବିନେଟ୍ ସୁତ୍ର ଅନୁ ସାରେ ଦୁଇ ଟଙ୍କିଆ ମୁଦ୍ରାରେ ପୂର୍ବରୁ ଥିବା ନକ୍ସା ରହିବ।

ବ୍ୟାଙ୍କ ମୁଖପାତ୍ର ଗୁରୁ ପ୍ରସାଦ ପୋଡେଲ କହିଛନ୍ତି, ନେପାଳର ରାଷ୍ଟ୍ରବ୍ୟାଙ୍କ କଏନର ଆକାର ଏବଂ ଓଜନ କମ୍ କରିବା ପାଇଁ ପୁରୁଣା ଡିଜାଇନ୍ ସ୍ଥାନରେ ନୂଆ ଡିଜାଇନର ପ୍ରସ୍ତାବ ଦେଇଥିଲା। ନୂଆ କଏନର ଓଜନ ଏକ ଟଙ୍କିଆ ମୁଦ୍ରା ପାଇଁ ପୂର୍ବରୁ ଥିବା ୪ ଗ୍ରାମ୍କୁ କମ୍ କରି ୩.୨ ଗ୍ରାମ୍ ଓ ଦୁଇ ଟଙ୍କିଆ କଏନକୁ ୫ ଗ୍ରାମରୁ ହ୍ରାସ କରି ୩.୮ ଗ୍ରାମ କରାଯିବ। ଏହା ସହିତ କଏନକୁ ମିଶ୍ରିତ ଧାତୁ ସ୍ଥାନରେ ଷ୍ଟିଲରେ ତିଆରି କରାଯିବ ଓ ଏହାର ରଙ୍ଗ ହଳଦିଆ ସ୍ଥାନରେ ଷ୍ଟିଲ ଭଳି ଧଳା ରହିବ।

ଆହୁରି ପଢନ୍ତୁ : ମୁଁ ୫୬ ବର୍ଷର ଯୁବକଙ୍କ ବାବଦରେ କହୁନାହିଁ,କାହାକୁ ଇଙ୍ଗିତ କରି କହିଲେ ମୋଦି ?

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।