National Ambulance Services: ନ୍ୟାସନାଲ ଆମ୍ବୁଲାନ୍ସ ସର୍ଭିସେସ୍ ମାର୍ଗଦର୍ଶିକା ଜାରି, ରୋଗୀଙ୍କୁ ମିଳିବ ଅତ୍ୟାଧୁନିକ ଜରୁରିକାଳୀନ ଆମ୍ବୁଲାନ୍ସ ସେବା
ଭୁବନେଶ୍ୱର,୩୦/୦୬: ଦେଶରେ ଏକକମାନଙ୍କ ଅତ୍ୟାଧୁନିକ ଜରୁରିକାଳୀନ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ । ଏନେଇ କେନ୍ଦ୍ର ସରକାର ନ୍ୟାସନାଲ ଆମ୍ବୁଲାନ୍ସ ସଭି ର୍ସେସ୍ (ଏନ୍ଏଏସ୍-୨୬) ମାର୍ଗଦର୍ଶିକା ଆଣିଛନ୍ତି । ଆମ୍ବୁଲାନ୍ସ ଗୁଡ଼ିକ (ଏଆଇଏସ୍-୧୨୫) ବର୍ଗ ବିଶିଷ୍ଟ ରହିବ । ସେଥିରେ ରୋଗୀଙ୍କ ପାଇଁ ଅତ୍ୟାଧୁନିକ ଯନ୍ତ୍ରାଂଶ ସହିତ ଜିଆଇଏସ୍ ଯୋଗାଯୋଗ କ୍ଷମତା ଉପଲବ୍ଧ ରହିବ ।
ଦେଶରେ ପ୍ରଥମ ଥର ପାଇଁ ସମସ୍ତ ରାଜ୍ୟ ସମେତ କେନ୍ଦ୍ରଶାସିତ ଅଞ୍ଚଳରେ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଯୋଜନା, ପରିଚାଳନା ଓ ନିରୀକ୍ଷଣ ପାଇଁ ଏକ ବ୍ୟାପକ ଜାତୀୟ ରୂପରେଖ ପ୍ରଦାନ କରାଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ନାଗରିକଙ୍କ ପାଇଁ ସମୟାନୁବର୍ତ୍ତୀ ଆମ୍ବୁଲାନ୍ସ ଯୋଗାଣ, ସୁରକ୍ଷିତ ଓ ଗୁଣବତ୍ତାପୂର୍ଣ୍ଣ ଜରୁରିକାଳୀନ ଚିକିତ୍ସା ପରିବହନ ସେବା ଯୋଗାଇବା ।
ଜନସଂଖ୍ୟାକୁ ଆଧାର କରି ଆମ୍ବୁଲାନ୍ସ ମୁତୟନ କରାଯିବ । ଯେଉଁ ଅଞ୍ଚଳ ଓ ରୋଗୀଙ୍କ ପାଇଁ କି ପ୍ରକାର ଆମ୍ବୁଲାନ୍ସ ଆବଶ୍ୟତ, ତାହାକୁ ଅନୁଧ୍ୟାନ କରି ଆମ୍ବୁଲାନ୍ସ ଯୋଗାଇ ଦିଆଯିବ । ଆମ୍ବୁଲାନ୍ସରେ ରୋଗୀଙ୍କ ଜରୁରିକାଳୀନ ଚିକିତ୍ସା ପାଇଁ ଅତ୍ୟାଧୁନିକ ମେଡିକାଲ ଯନ୍ତ୍ରାଂଶ ସହିତ ଔଷଧ ରହିବ । ସେଥିରେ ପ୍ରଶିକ୍ଷଣପ୍ରାପ୍ତ କର୍ମଚାରୀ ନିୟୋଜିତ ହେବେ । ସ୍ୱତନ୍ତ୍ର ଭାବେ ଆମ୍ବୁଲାନ୍ସ ପରିଚାଳନ ପାଇଁ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ ଡେସ୍ପାଚ୍ ସେଣ୍ଟର(ଆଇସିଡିସି) ସ୍ଥାପନ କରାଯିବ ।
ଅଧିକ ପଢ଼ନ୍ତୁ :- Crime News : ବନ୍ଧୁକ ଧରି ୩ ଯୁବକଙ୍କ ଆତଙ୍କରାଜ, ଜଣକୁ କାବୁ କଲା ପୁଲିସ, ୨ ଫେରାର୍
ସେଥିରେ ଆମ୍ବୁଲାନ୍ସ ଟ୍ରାକିଂ, ଡିଜିଟାଲ୍ କଲ୍ ମ୍ୟାନେଜମେଣ୍ଟ ସିଷ୍ଟମ୍, ଡିସପାଚ୍ ମେକାନିଜିମ୍ ଏବଂ ରିଅଲ ଟାଇମ ମନିଟରିଂ କରାଯିବ । ଆମ୍ବୁଲାନ୍ସ ଯୋଗାଯୋଗ ପାଇଁ ଅନ୍ୟ ଜରୁରିକାଳୀନ ନମ୍ବର ସହ ‘୧୧୨’ ନମ୍ବର ସମ୍ମନ୍ୱୟ କରି ବ୍ୟବହାର କରାଯିବ । ଦୁର୍ଘଟଣା ସ୍ଥାନ ଚିହ୍ନଟ କରାଯାଇ ଆମ୍ବୁଲାନ୍ସ ମୁତୟନ କରାଯିବ । ବିଶେଷ କରି ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଜରୁରିକାଳୀନ ଚିକିତ୍ସା ସେବା ଯୋଗାଇ ଦିଆଯିବ ।