Mysterious Girl: ୮ ବର୍ଷର ବିସ୍ମୟ ବାଳିକା ନିରୁମିତା, ଆଖିରେ ପଟି ବାନ୍ଧି ପଢୁଛି ଓ ଟଙ୍କା ଗଣୁଛି..
ଦଶପଲ୍ଲା,୦୪/୦୮: ଆଖିରେ କଳା ପଟି ବାନ୍ଧିଦେଲେ ସବୁ ଅନ୍ଧାର ଦେଖାଯାଏ । କିନ୍ତୁ ଜଣେ ଆଠ ବର୍ଷର ନାବାଳିକାଙ୍କ ଆଖିରେ କଳା ପଟି ବାନ୍ଧିବା ପରେ ବି ସେ ସବୁ କିଛି ଦେଖି ପାରୁଛି । ଏପରିକି ଲେଖିବା, ପାଠ ପଢ଼ିବା, ଚିତ୍ର ଆଙ୍କିବା ସହ ନ ଦେଖି ରଙ୍ଗ ବି କହି ପାରୁଛି ଓ ଟଙ୍କା ଗଣୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ନଛିପୁର ଗ୍ରାମରେ ।
ଅଧିକ ପଢ଼ନ୍ତୁ :- Grandfather Begging With Granddaughter: ମା’ ଚାଲିଗଲେ...ବାପା ନିଖୋଜ, ଜଗା ଦୁଆରେ ନାତୁଣୀକୁ ଧରି ଭିକ୍ଷା ମାଗୁଛନ୍ତି ଜେଜେ!
ସୂଚନାରୁ ପ୍ରକାଶ, ଗ୍ରାମର ନବଘନ ଖମାରି ଓ ମମତାଙ୍କ କନ୍ୟା ନିରୁମିତା ଖମାରି (୮) ଦଶପଲ୍ଲା ଦୁର୍ଗାବଜାରରେ ଥିବା ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ତୃତୀୟ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ୧୫ ଦିନ ହେବ ନିରୁମିତାଙ୍କ ଏ ପ୍ରକାର ଅଲୌକିକ ଶକ୍ତି ଦେଖିବାକୁ ମିଳିଛି ବୋଲି ପରିବାର ଲୋକେ କହିଛନ୍ତି । ସେ ଆଖିରେ ପଟି ବାନ୍ଧି ବେଶ ଆରାମରେ ଲୁଡୁ, କ୍ୟାରମ୍ ଖେଳିପାରୁଛନ୍ତି । ଟଙ୍କା ଗଣିବା ସହ ପାଖରେ କେତେ ଜଣ ଛିଡ଼ା ହୋଇଛନ୍ତି ସାଙ୍ଗେ ସାଙ୍ଗେ କହି ଦେଉଛନ୍ତି । ଝିଅର ଏଭଳି ଅଲୌକିକ ଶକ୍ତି ଦେଖି ଏହା ଠାକୁରଙ୍କ ଆଶୀର୍ବାଦ ବୋଲି କହିଛନ୍ତି ବାପାମାଆ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ନବଘନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାମ କରନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।