09 JULY 2026

Welcome!

Unlock your personalized experience.
Sign Up

Missing Fishermen: ସପ୍ତାହେ ହେଲା ୧୫ ମତ୍ସ୍ୟଜୀବୀଙ୍କ ପତ୍ତା ମିଳୁନି, ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ୍‌ ଜାରି

Jul 09, 2026 - 13:05
Missing Fishermen: ସପ୍ତାହେ ହେଲା ୧୫ ମତ୍ସ୍ୟଜୀବୀଙ୍କ ପତ୍ତା ମିଳୁନି, ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ୍‌ ଜାରି

ଚନ୍ଦନେଶ୍ୱର,୦୯/୦୭: ପଡ଼ୋଶୀ ପଶ୍ଚିମବଙ୍ଗର ପ୍ରମୁଖ ମତ୍ସ୍ୟ ଅବତରଣ କେନ୍ଦ୍ର ଶଙ୍କରପୁରରୁ ଏକ ସପ୍ତାହ ହେଲାଣି ୧୫ଜଣ ମତ୍ସ୍ୟଜୀବୀଙ୍କ କୌଣସି ପତ୍ତା ମିଳୁନାହିଁ । ଏମାନଙ୍କ ମଧ୍ୟରେ ଓଡ଼ିଶାର ୩ ଜଣ ଥିବା ଜଣାପଡିଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ଉଲୁଡା ଗାଁର ଗୋଟିଏ ପରିବାରର ୩ ଭାଇ ନିଖୋଜ ଅଛନ୍ତି । ଉଦ୍ଧାର ଏବଂ ତଦନ୍ତ ପାଇଁ ସରକାର ତଥା ପ୍ରଶାସନକୁ ନିବେଦନ କରିଛନ୍ତି ଶଙ୍କରପୁର ମତ୍ସ୍ୟଜୀବୀ ସଂଘର ସମ୍ପାଦକ ତଥା ପୂର୍ବତନ ବିଧାୟକ ସ୍ୱଦେଶ ରଞ୍ଜନ ନାୟକ ।

ସୂଚନା ଅନୁଯାୟୀ, ଗତ ୨ ତାରିଖ ଗୁରୁବାର ମା’ କାଳୀ ନାମକ ଏକ ମାଛ ଧରା ଟ୍ରଲର ଇଲିସି ଧରିବା ଜାଲ ନେଇ ସମୁଦ୍ରକୁ ବାହାରି ଯାଇଥିଲେ । ଟ୍ରଲର ମାଲିକ ଦେଉଳୀ ବାଂଲା ଅଞ୍ଚଳର ଅଭିଜିତ ବେରାଙ୍କ ନିର୍ଦ୍ଦେଶ କ୍ରମେ ୧୫ ଜଣ ମତ୍ସ୍ୟଜୀବୀ ଇଲିସି ସନ୍ଧାନରେ ଯାଇଥିଲେ । ମାତ୍ର ଘଟଣାକୁ ଏକ ସପ୍ତାହ ବିତିଥିଲେ ମଧ୍ୟ ମତ୍ସ୍ୟଜାବୀଙ୍କ କୌଣସି ସନ୍ଧାନ କିମ୍ବା ଯୋଗାଯୋଗ କରାଯାଇ ପାରୁନାହିଁ । ଯାହାକୁ ନେଇ ଟ୍ରଲର ମାଲିକଙ୍କ ଠାରୁ ଆରମ୍ଭ କରି ମତ୍ସ୍ୟଜୀବୀଙ୍କ ପରିବାର ଚିନ୍ତାରେ ଅଛନ୍ତି । ଏନେଇ ସ୍ଥାନୀୟ ସାଂସଦ, ବିଧାୟକ, ପ୍ରାଶାସନିକ ଅଧିକାରୀଙ୍କୁ ଅବଗତ କରାଯାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେଣୁ ପରିବାରବର୍ଗ ଏବଂ ମତ୍ସ୍ୟଜୀବୀ ସଂଘର ଦାବୀ ଅନୁଯାୟୀ ଉଭୟ ଜଳ, ଆକାଶ ପଥ ଯୋଗେ ପତ୍ତା ମିଳୁନଥିବା ମତ୍ସ୍ୟଜୀବୀଙ୍କୁ ଠାବ କରିବାର ଆକୁଳ ନିବେଦନ କରାଯାଇଛି। ତେବେ ନିଖୋଜ ମତ୍ସ୍ୟଜୀବୀଙ୍କୁ ଖୋଜିବା କାର୍ଯ୍ୟରେ ନୌସେନାର ହେଲିକପ୍ଟର ନିୟୋଜିତ ହୋଇଥିବା ସୂଚନା ମିଳିଛି।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।