Mirzapur : ‘ମିର୍ଜାପୁର’ ଓ୍ବେବ ସିରିଜରୁ କେତେ ଭିନ୍ନ ଏହି ଫିଲ୍ମ ? ରିଲିଜ୍ ପୂର୍ବରୁ ଗୁଡ୍ଡୁ ପଣ୍ଡିତଙ୍କ ବଡ଼ ଖୁଲାସା
ମୁମ୍ବାଇ,୨/୭ : ‘ମିର୍ଜାପୁର ଦ ମୁଭି’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି । ଆସନ୍ତା ସେପ୍ଟେମ୍ବରରେ ଏହା ରିଲିଜ ହେବ । ରିଲିଜ ପୂର୍ବରୁ ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ବହୁ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏହାର ନିର୍ମାଣ ଶୈଳୀକୁ ନେଇ ବିନ୍ନ ମହଲରେ ଚର୍ଚ୍ଚା ଲାଗି ରହିଛି । ସିନେମା କିଭଳି ହେବ ଏହା ଏବେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି । ଓ୍ବେବ ସିରିଜ ଭଳି ହୋଇଥିବ କି ସମ୍ପୂର୍ଣ୍ଣ ଭିନ୍ନ କାହାଣୀକୁ ନେଇ ନିର୍ମାଣ କରାଯାଇଥିବ ଏହି ଫିଲ୍ମ ଏହା ଏବେ ସମସ୍ତଙ୍କ ମନରେ ଆଶଙ୍କା ଭରି ଦେଇଛି ।
ସେପ୍ଟେମ୍ବର ୪ରେ ଫିଲ୍ମ ‘ମିର୍ଜାପୁର ଦ ମୁଭି’ ରିଲିଜ ହେବାକୁ ଯାଉଛି । ଦର୍ଶକଙ୍କ ପ୍ରିୟ ମୁନ୍ନା ଭେୟା, କାଲୀନ ଭେୟା, ଗୁଡ୍ଡୁ ପଣ୍ଡିତ ବଡ଼ ପରଦାରେ ଆସୁଛନ୍ତି । ନିକଟରେ ଏହାର ଧମାକାଦାର ଟିଜର ସାମ୍ନାକୁ ଆସିଛି । ଏହି ଟିଜରରେ ‘ମିର୍ଜାପୁର’ ଓ୍ବେବ ସିରିଜର ସମସ୍ତ ଚରିତ୍ର ପୁଣି ଥରେ ଏକାସାଥିରେ ଦେଖାଯାଇଛନ୍ତି । ଫିଲ୍ମରେ ଏଥର କିଛି ନୂଆ ଚେହେରା ଦେଖିବାକୁ ମିଳିଛି, ଯାହା ସିରିଜର ଭାଗିଦାରୀ ନ ଥିଲା । ରବି କିଶନ ଏବଂ ଜିତେନ୍ଦ୍ର କୁମାରଙ୍କଠାରୁ ବହୁ ଆଶା ରହିଛି । କିନ୍ତୁ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଲମ୍ବା ସମୟରୁ ଥିଲା କି ଏହି ଫିଲ୍ମ ମିର୍ଜାପୁର ଓ୍ବେବ ସିରିଜଠାରୁ କେତେ ଭିନ୍ନ ହେବ । ଏହାର ଉତ୍ତର ଗୁଡ୍ଡୁ ପଣ୍ଡିତ ତଥା ଅଲୀ ଫଜଲ ଦେଇଛନ୍ତି । ସେ କହିଛନ୍ତି କି, ଓ୍ବେବ ସିରିଜର କୌଣସି ବି ସିଜନରେ ଫିଲ୍ମର କୌଣସି ସମ୍ପର୍କ ନାହିଁ ।
‘ମିର୍ଜାପୁର ଦ ମୁଭି’ର ଟିଜରକୁ ଜବରଦ୍ସତ ରେସପନ୍ସ ମିଳିଛି । ପ୍ରତ୍ୟେକ ନିଜର ଫେବୋରାଇଟ୍ ଚରିତ୍ର ପାଇବା ନେଇ ଖୁସି ଅଛନ୍ତି। ଏବେ ଏହାକୁ ନେଇ ଅଲୀ ଫଜଲ କହିଛନ୍ତି କି, ଏହି ସମୟରେ କୁହାଯାଇଛି କି ଓ୍ବେବ ସିରିଜ ଏବଂ ଫିଲ୍ମ ଜଣେ ଅନ୍ୟଠାରୁ କେତେ ଭିନ୍ନ । ଅଭିନେତା କହିଛନ୍ତି କି, ‘ଏହା ସମ୍ପୂର୍ଣ୍ଣ କାହାଣୀ ଅଟେ । ଏହା ଏକ ଲେବୁଲ ଉପରେ ଏବଂ ମୋତେ ବିଶ୍ବାସ କରନ୍ତୁ, ଲୋକ ଏହି ସତ୍ୟତାକୁ ପସନ୍ଦ କରିବେ । ଏହା ପ୍ରଥମ ଥର ହେଉଛି,ଏଥିଲାଗି ଆପଣଙ୍କ ପାଖରେ କେଣସି ରେଫରେନ୍ସ ପଏଣ୍ଟ ନାହିଁ। ଭାରତରେ ଏଭଳି କେବେ ହୋଇନାହିଁ’ ।
ପ୍ରକାଶ ଯେ, ମିର୍ଜାପୁର ଓ୍ବେବ ସିରିଜର ପ୍ରଥମ ଏବଂ ଦ୍ବିତୀୟ ସିଜନକୁ ଜବରଦସ୍ତ ରେସପନ୍ସ ମିଳିଥିଲା । କିନ୍ତୁ ସିଜନ ୩ ରେ ଫ୍ୟାନ୍ସ ବହୁ ନିରାଶ ହୋଇଥିଲେ । କାରଣ ମୁନ୍ନା ଭେୟା ତଥା ଦିବ୍ୟେନ୍ଦୁଙ୍କ ଚରିତ୍ର ଶେଷ ହୋଇଯାଇଥିଲା । ଏଭଳି ସ୍ଥଳେ ଲୋକଙ୍କ କହିବା ଥିଲାକି ତାଙ୍କର ଫେରିବା ଆବଶ୍ୟକ । ଯେଉଁଠାରେ ପ୍ରତ୍ୟେକ ସିଜନ ୪ର ଅପେକ୍ଷାରେ ଥିଲେ, ମେକର୍ସ ମଧ୍ୟ ଫିଲ୍ମର ଘୋଷଣା କରିଦେଲେ । କିନ୍ତୁ ପ୍ରତ୍ୟେକଙ୍କ ମୁଣ୍ଡରେ ଏହି କଥା ଅଛି କି ଫିଲ୍ମକୁ ଓ୍ବେବ ସିରିଜରୁ କେତେ ଭିନ୍ନ ନିର୍ମାଣ କରାଯାଇଛି । ଯଦି ଆମେ ଦେଖିବା ତେବେ ଚରିତ୍ର ସବୁ ପୁରୁଣା । ଏହା ଉପରେ ଅଲୀ ଫଜଲ କହିଛନ୍ତି କି, ମୋତେ ଲାଗୁଛି କି ଭଲ କଥା ଏହା କି ଏହି ଶୋ ଲୋକଙ୍କ ଶୋ ହୋଇଯାଇଛି । ଆମେ ଏହାକୁ ସାଥି ହୋଇ ଖୋଜିବା । ଆଶା ଅଛି କି ଲୋକେ ଏହାକୁ ଦେଖିବା ଲାଗି ଥିଏଟର ଆସିବେ । ଆମେ ଏହାକୁ ଏକ ଫିଲ୍ମ ଭଳି ସୁଟ୍ କରିଛୁ ଏବଂ ଏହା ସମ୍ପୂର୍ଣ୍ଣ ଫ୍ରେଶ ଅଟେ ।
ଆଗକୁ ମଧ୍ୟ ସେ କହିଛନ୍ତି କି, ମିର୍ଜାପୁର ଓ୍ବେବ ସିରିଜର ସିଜନ ୩,୪ କିମ୍ବା ଏହାପରେ କୌଣସି ବି ସିଜନରେ ଫିଲ୍ମର କୌଣସି ସମ୍ପର୍କ ନାହିଁ । ଏହା ନୂଆ ଅଭିନେତାଙ୍କ ସହ ସିଜନ ୧ ଭଳି ଅନୁଭବ ହେବ । ବଡ଼ ପରଦାର ଫିଲ୍ମ ଭଳି ମଜା ଅଛି ଏବଂ ଆମେ ଏହାକୁ ନେଇ ବହୁ ଉତ୍ସାହିତ ବି ଅଛୁ ।