30 JULY 2026

Welcome!

Unlock your personalized experience.
Sign Up

Mid-Day Meal Scheme: ଅଣ୍ଡା ପରେ ଏବେ ମିଳିବ ଚିକେନ୍ ବିରିୟାନୀ, ଏହି ରାଜ୍ୟରୁ ପ୍ରଥମେ ହେବ ଆରମ୍ଭ

Jul 30, 2026 - 16:59
Mid-Day Meal Scheme: ଅଣ୍ଡା ପରେ ଏବେ ମିଳିବ ଚିକେନ୍ ବିରିୟାନୀ, ଏହି ରାଜ୍ୟରୁ ପ୍ରଥମେ ହେବ ଆରମ୍ଭ

ଚେନ୍ନାଇ,୩୦।୭:  ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ  ଖୁବ୍ ଶୀଘ୍ର ସ୍କୁଲ ପିଲାମାନଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି। ଚର୍ଚ୍ଚା ହେଉଛି ଯେ ବିଜୟଙ୍କ ଟିଭିକେ ସରକାର ପ୍ରତି ସପ୍ତାହରେ ସ୍କୁଲ ପିଲାଙ୍କୁ ଚିକେନ୍ ବିରିୟାନି ଖାଇବାକୁ ଦେବେ। ଏହି ସମ୍ବନ୍ଧୀୟ ଏକ ପ୍ରସ୍ତାବର ସମୀକ୍ଷା କରାଯାଉଛି ଏବଂ ଏହାକୁ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହୋଇପାରେ।ଏକ ରିପୋର୍ଟ ଅନୁସାରେ, ଏହି ଯୋଜନାର ଲାଗୁ କରିବା ପାଇଁ ତାମିଲନାଡୁର ସ୍କୁଲ ପୋଷଣ ଯୋଜନାରେ ପରିବର୍ତ୍ତନ କରାଯିବ। ନୂଆ ପରିର୍ବତ୍ତନରେ ସରକାର ସ୍କୁଲର ଛାତ୍ରଙ୍କୁ ପ୍ରତି ସପ୍ତାହରେ ଦିନକ ପାଇଁ ଚିକେନ୍ ବିରିୟାନି ଖାଇବାକୁ ଦିଆଯିବାର ପ୍ରସ୍ତାବ ଉପରେ ଗମ୍ଭୀରତାର ସହ ବିଚାର କରାଯାଉଛି। ରିପୋର୍ଟ ଅନୁସାରେ, ରାଜ୍ୟ ସ୍କୁଲ ଶିକ୍ଷାମନ୍ତ୍ରୀ ରାଜମୋହନ ଗତ କିଛି ଦିନ ତଳେ ଏହି ବିଚାର ମୁଖ୍ୟମନ୍ତ୍ରୀ ସି​‌ ଜୋସେଫ୍ ବିଜୟଙ୍କ ଆଗରେ ରଖିଥିଲେ।

ପ୍ରସ୍ତାବ ଉପରେ କଥା ହୋଇ ସ୍କୁଲ ଶିକ୍ଷାମନ୍ତ୍ରୀ ରାଜମୋହନ ତାମିଲନାଡୁର ରାଜନୈତିକ ଇତିହାସ ଓ ପିଲାଙ୍କ ପାଇଁ ପୂର୍ବରୁ ଥିବା ପୋଷଣ କାର୍ଯ୍ୟକ୍ରମର ଆଲୋଚନା କରିଛନ୍ତି। ରାଜମୋହନ କହିଚନ୍ତି, କେ କାମରାଜ ସ୍କୁଲରେ ମଧ୍ୟାହ୍ନ ଭୋଜନ ଯୋଜନାର ଆରମ୍ଭ ହୋଇଛି। କଲାଇଗ୍ନାର କରୁଣାନିଧି ଏଥିରେ ଅଣ୍ଡା ଯୋଡିଥିଲେ, ଏମ୍‌ଜିଆର ଏହାକୁ ‘ନ୍ୟୁଟ୍ରିସିୟନ୍ସ ମିଲ୍ ପୋଗ୍ରାମ୍’ରେ ବଦଳିଥିଲେ।  ଏହାପରେ ଜୟଲଳିତା ପୁରା ସପ୍ତାହରେ ଅଣ୍ଡା ବାଣ୍ଟିବାର ବ୍ୟବସ୍ଥା କରିଥିଲେ। ଏଭଳି ଭାବରେ ଆମେ ସ୍କୁଲରେ ସପ୍ତାହରେ ଦିନକ ପାଇଁ ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଚିକେନ୍ ବିରିୟାନୀ ଦେବାକୁ ଇଚ୍ଛା ରଖିଛୁ।’ ମୁଖ୍ୟମନ୍ତ୍ରୀ ବିଜୟ ଏହି ପ୍ରସ୍ତାବର ସମୀକ୍ଷା କରୁଛନ୍ତି ଓ ବର୍ତ୍ତମାନ ଅନ୍ତିମ ନିଷ୍ପତ୍ତି ନେବା ବାକି ରହିଛି।

ରାଜ୍ୟରେ ମଧ୍ୟାହ୍ନ ଭୋଜନରେ ପରିବର୍ତ୍ତନ ସହିତ,ପେରୁନ୍ଥଲାଇଭର କାମରାଜର ବ୍ରେକଫାଷ୍ଟ ସ୍କିମ୍ ମେନ୍ୟୁକୁ ମଧ୍ୟ ନୂଆ ରୂପ ଦେବାର ଯୋଜନା କରାଯାଇଛି। ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ପ୍ରତି ଛାତ୍ର ପାଇଁ ପ୍ରାୟ ୧୫ ଟଙ୍କାର ବଜେଟ୍ ସ୍ଥିର କରାଯାଇଛି। ତେଣୁ, ଗହମ ଏବଂ ରାଭା ଉପମା ଭଳି ଖାଦ୍ୟକୁ ବାଦ୍ ଦେଇ, ଛାତ୍ରଛାତ୍ରୀମାନଙ୍କୁ ଅଧିକ ସ୍ୱାଦିଷ୍ଟ ଏବଂ ପୁଷ୍ଟିକର ବିକଳ୍ପ ପ୍ରଦାନ କରାଯିବ। ଏହା ଉଲ୍ଲେଖନୀୟ ଯେ ତାମିଲନାଡୁର ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ପୂର୍ବରୁ ଦିନକୁ ଦୁଇଥର ଖାଦ୍ୟ ପ୍ରଦାନ କରୁଛନ୍ତି, ଯେପରିକି ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନ। ତାମିଲନାଡୁ ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠି ୧୯୫୦ ରୁ ମିଡ୍‌ ଡେ ମିଲ୍ ମିଳୁଛି। ତତ୍କାଳୀନ ମୁଖ୍ୟମନ୍ତ୍ରୀ କେ. କାମରାଜଙ୍କ ନେତୃତ୍ବରେ ମିଡ୍‌ ଡେ ମିଲ୍‌ ଆରମ୍ଭ ହୋଇଥିଲା। ଏହାପରେ ପ୍ରତି ସରକାର ପିଲାଙ୍କ ଉପସ୍ଥିତି ସ୍କୁଲରେ ବଢାଇବା ଓ କୁପୋଷଣକୁ ଦୂର କରିବା ପାଇଁ ଲଗାତାର ଏଥିରେ ପରିବତ୍ତନ କରିଥିଲେ। ଏବେ ଯଦି ସିଏମ୍ ବିଜୟ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦିଅନ୍ତି ତେବେ ଏହା ଭାରତର ଯେ କୌଣସି ରାଜ୍ୟ ତୁଳନାରେ ସବୁଠାରୁ ଅଲଗା ରହିବ।

ଆହୁରି ପଢନ୍ତୁ : Supreme Court: ଅସାଧାରଣ ସ୍ଥିତିରେ ଚଳାଇ ହେବ ‘ପେଲେଟ୍ ଗନ୍‌’, ଆହତ ଛାତ୍ରଙ୍କ ଚିକିତ୍ସା କରିବାକୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।