WEDNESDAY
01 JULY 2026

Welcome!

Unlock your personalized experience.
Sign Up

MGNREGS Fraud: ମନରେଗା ଟଙ୍କା ଆତ୍ମସାତ କରି ୨ ଯନ୍ତ୍ରୀ ଗିରଫ, ୩୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ

Jul 01, 2026 - 13:03
MGNREGS Fraud: ମନରେଗା ଟଙ୍କା ଆତ୍ମସାତ କରି ୨ ଯନ୍ତ୍ରୀ ଗିରଫ, ୩୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ

କନ୍ଧମାଳ ୦୧/୦୭: କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ ମହାଦୁର୍ନୀତିର ପର୍ଦାଫାସ୍। ବ୍ଲକର AE, JE, ADO, PEO ମିଳିମିଶି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିଲେ। କୋଟଗଡ଼ ବ୍ଲକ ଧରାକୋଟ ପଞ୍ଚାୟତରେ MGNREGA ରେ ମିଥ୍ୟା ବିଲ କରି ୩୮ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ବ୍ଲକର ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାତ୍ର ଏବଂ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରାଙ୍କୁ ଫୁଲବାଣୀ ଭିଜିଲାନ୍ସ ଟିମ୍ ଗିରଫ କରିଛି।

ପୂର୍ବରୁ ଏହି ଦୁର୍ନୀତି ମାମଲାରେ ଧରାକୋଟ ପଂଚାୟତର ନିର୍ବାହୀ ଅଧିକାରୀ ସୁତନ୍ୟ ମହାକୁଡ଼ ଏବଂ କୋଟଗଡ଼ ବ୍ଲକର ସହକାରୀ ଉନ୍ନୟନ ଅଧିକାରୀ କଂଶିରାମ ଦିଗାଲଙ୍କୁ କନ୍ଧମାଳ ଜିଲ୍ଲାପାଳ ନିଲମ୍ବନ କରିଥିଲେ। ଦୁର୍ନୀତିର ଅଧିକ ତଦନ୍ତ ପାଇଁ ମାମଲାକୁ ଜିଲ୍ଲା ପରିଷଦ ପକ୍ଷରୁ ଭିଜିଲାନ୍ସକୁ ଦିଆଯାଇଥିଲା। ମାମଲାର ତଦନ୍ତ କରି ଫୁଲବାଣୀ ଭିଜିଲାନ୍ସ ଟିମ ଉଭୟ AE ଏବଂ JE ଙ୍କୁ ଗିରଫ କରିଛି। ଏହି ସୂଚନା ଦେଇଛନ୍ତି ଫୁଲବାଣୀ ଭିଜିଲାନ୍ସ DSP ହେମନ୍ତ କୁମାର ମହାନ୍ତି।

ଆହୁରି ପଢ଼ନ୍ତୁ...Bird Poaching : ବନ ବିଭାଗର ବଡ଼ ଆକ୍ସନ୍: ଧରା ପଡିଲେ ପକ୍ଷୀ ଶିକାରୀ, ୨୯୭ ଜୀବନ୍ତ ପକ୍ଷୀ ଉଦ୍ଧାର