mAadhaar ଆପ୍ ଆଜିଠୁ ବନ୍ଦ, UIDAI କହିଲା ତୁରନ୍ତ ଡାଉନଲୋଡ୍ କରନ୍ତୁ ଏହି ନୂଆ ଆପ୍
ନୂଆଦିଲ୍ଳୀ,୩୦।୬: ଯଦି ଆପଣଙ୍କ ଫୋନ୍ରେ ଏବେ ବି ପୁରୁଣା mAadhaar ଆପ୍ ଡାଉନଲୋଡ୍ ଅଛି, ତେବେ ତୁରନ୍ତ ତାକୁ ଅନଷ୍ଟଲ କରନ୍ତୁ। ଆଜିଠାରୁ ଏହି ଆପ୍ ବନ୍ଦ ହେଉଛି। ଭାରତ ସରକାର ଏହା ସ୍ଥାନରେ Aadhaar ଆପ୍ ଆଣିଛନ୍ତି। ଗତ ମାସରୁ ଲଗାତାର ଆପ୍ରେ ନୋଟିଫିକେସନ୍ ଦିଆଯାଉଛି ଯେ, ଏହା ଏବେ ବନ୍ଦ ହେବାକୁ ଯାଉଛି। ଏହି ଆପ୍ ପୁରୁଣା ହୋଇସାରିଛି। ନୂଆ ଆଧାର ଆପ୍କୁ ଆପଲ ୟୁଜର୍ସ ଆପ୍ ଷ୍ଟୋର ଓ ଆଣ୍ଡ୍ରଏଡ୍ ୟୁଜର ଗୁଗୁଲ ପ୍ଳେ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ।
ଆପ୍ ଡାଉନଲୋଡ୍ କରିବା ସମୟରେ ଧ୍ୟାନ ରଖନ୍ତୁ ସେ ପବ୍ଳିସର ଓ ଡେଭଲପରର ନାମ ସ୍ଥାନରେ UIDAI ରହିଥିବ। ମେକ ସ୍ୟୁର କରନ୍ତୁ ଯେପରି ତାହା ନକଲି ଆପ୍ ନହୁଏ। କାରଣ ଆପ୍ ଓ ପ୍ଲେ ଷ୍ଟୋରରେ ଆଧାର ନାମରେ ବହୁ ନକଲି ଆପ୍ ରହିଛି। ଏହି ନୂଆ ଆପ୍ରେ ବହୁ ନୂଆ ଫିଚର୍ସ ଦିଆଯାଇଛି। ଯାହାକି ପୂର୍ବଠାରୁ ଅଧିକ ଆଡଭାନ୍ସ ଓ ସୁରକ୍ଷିତ ବୋଲି କୁହାଯାଏ। UIDAI ନିଜର ଅଫିସିଆଲ ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ମଧ୍ୟ ନୂଆ ଆପ୍କୁ ଡାଉନଲୋଡ୍ କରିବାର ସୂଚନା ଦେଇଛି।
ଜାଣନ୍ତୁ ନୂଆAadhaar ଆପ୍ ବିଷୟରେ ଓ ଏହାର ଖାସ୍ ଫିଚର୍ସ
UIDAI ପକ୍ଷରୁ mAadhaar ଆପ୍ ବନ୍ଦ କରିବାର ଘୋଷଣା କରାଯାଇଥିଲା। ଏହାକୁ ବନ୍ଦ କରିବାର ଶେଷ ତାରିଖ ୩୦ ଜୁନ୍ ୨୦୨୬ ରଖାଯାଇଥିଲା। ଅର୍ଥାତ ଆଜିଠାରୁ ଏହି ଆପ୍ କାମ କରିବନି। ଏହା ସ୍ଥାରରେ ନୂଆ Aadhaar ଆପ୍ ଅଣାଯାଇଛି, ଯେଉଁଥିରେ ବହୁ ଆଡଭାନ୍ସ ଫିଚର୍ସ ରହିଛି। ଏହି ଆପ୍ରେ ସିମ୍ ବାଇଡିଂ ଓ ଫେସ୍ ରିକଗନେସନ୍ ଭଳି ଫିସର୍ଚ୍ଚ ଦିଆଯାଇଛି। ଯାହାଫଳରେ ଆପଣଙ୍କର ଆଧାର ପୂର୍ବଠାରୁ ଅଧିକ ସୁରକ୍ଷିତ ରଖିବ। ଯଦି ଆପଣଙ୍କ ରେଜିଷ୍ଟର୍ଡ ସିମ୍ ଫୋନ୍ରେ ନାହିଁ, ତେବେ ଆପ୍ ନିଜକୁ ନିଜେ ୟୁଜରଙ୍କୁ ଲଗଆଉଟ୍ କରିଦେବ। ପ୍ରାଇଭେସୀ ବଢାଇବା ପାଇଁ ଏଥିରେ କ୍ୟୁଆର ଭେରିଫିକେସନ୍ ଦିଆଯାଇଛି। ଏହି ଫିଚର ସାହାଯ୍ୟରେ ଆପଣଙ୍କ ସୂଚନା, ଯେପରିକି ନିଜର ଆଧାର ନମ୍ବର, ଠିକଣା ଓ ଅନ୍ୟ ସୂଚନା ଲୁଚାଇ ରଖାଯାଇଥାଏ। ଏହାଛଡା ଏହି ଆପ୍ରେ ଆଡ୍ରେସ ଅପଡେଟ୍, ମୋବାଇଲ ନମ୍ବର ଅପଡେଟ୍ ଓ ଅନ୍ୟ ବହୁ ଆଧାର ସେବା ମଧ୍ୟ ମିଳିବ। ଏହା ସହ ଆଧାରର ଫିଜିକାଲ କପି ସେୟାର କରିବାର ଆବଶ୍ୟକତା ହେବନି। ଏହି ଆପ୍ ଜରିଆରେ ଆପଣ ମାସ୍କଡ ଆଧାରରେ ଦେଇପାରନ୍ତି। ମାସ୍କଡ ଆଧାରର ଲାଭ ହେଉଛି ଏହାକୁ ମିସ୍ୟୁଜ କରିହେବନି।
କିଭଳି ଡାଉନଲୋଡ୍ କରିବେ ଆପ୍
ଯଦି ଆପଣ ମଧ୍ୟ ଆପଣଙ୍କର ଗୋପନୀୟତାକୁ ବଢାଇବାକୁ ଚାହୁଁଛନ୍ତି ଏବଂ ନୂତନ ଆଧାର ଆପ୍ର ଫିଚର୍ସକୁ ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଫୋନରେ ପ୍ଲେ ଷ୍ଟୋର କିମ୍ବା ଆପ୍ ଷ୍ଟୋର ଖୋଲନ୍ତୁ। ସେଠାରେ ଆଧାର ଖୋଜନ୍ତୁ ଏବଂ ଉପରେ ଦେଖାଯାଉଥିବା ଅଫିସିଆଲ୍ ଆପ୍ ଇନଷ୍ଟଲ କରନ୍ତୁ। ଆପ୍ ଇନଷ୍ଟଲ କରିବା ପରେ ଲଗଇନ୍ କରନ୍ତୁ ଓ କ୍ୟୁଆର କୋଡ୍ ଆଧାରିତ ଭେରିଫିକେସନ୍, ଭଲ ପ୍ରାଇଭେସୀ ଓ ଅନ୍ୟ ନୂଆ ଫିସର୍ଚ୍ଚ ବ୍ୟବହାର କରିପାରିବେ।
ଆହୁରି ପଢନ୍ତୁ :Trump-Modi: ସକାଳ ୬ଟା ବାଜିଥିଲା, ଟ୍ରମ୍ପ କହିଲେ ଚାଲ ମୋଦିଙ୍କୁ ଫୋନ୍ କରିବା ... ସର୍ଗିଓ ଗର୍ କହିଲେ ଦୁଇ ବିଶ୍ବ ନେତାଙ୍କ ବନ୍ଧୁତାର କାହାଣୀ