Karisma Kapoor Blockbuster Films: କରିସ୍ମାଙ୍କ ହିଟ୍ ଫିଲ୍ମ: ଜନ୍ମଦିନରେ ଜାଣନ୍ତୁ ସର୍ବାଧିକ ରୋଜଗାର କରିଥିବା ୫ ଫିଲ୍ମ
ନୂଆଦିଲ୍ଲୀ: ବଲିଉଡର ଆଗ ଧାଡ଼ିର ଅଭିନେତ୍ରୀ କରିସ୍ମା କପୁରଙ୍କୁ କିଏ ବା ନଜାଣେ । ଏହି ଫେମସ ଅଭିନେତ୍ରୀଙ୍କ ବଳିଷ୍ଠ ଅଭିନୟ ସାଙ୍ଗକୁ ଡ୍ୟାନ୍ସର ଯାଦୁ ଦର୍ଶକଙ୍କ ମନ ଜିଣିଥିଲା । ୯୦ ଦଶକରେ ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ ଥିବା କରିସ୍ମାଙ୍କ ଆଜି ହେଉଛି ଜନ୍ମଦିନ । ତେବେ ଜନ୍ମଦିନରେ ଆସନ୍ତୁ ନଜର ପକାଇବା ୫ ହିଟ୍ ଫିଲ୍ମ ଉପରେ । ଯାହା କରିଛି ଅଧିକ ରୋଜଗାର ଏବଂ କରିସ୍ମାଙ୍କୁ ଦେଇଛି ଅଧିକ ପ୍ରସିଦ୍ଧି ।
ରାଜା ହିନ୍ଦୁସ୍ତାନୀ
୧୯୯୬ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’ କରିସ୍ମାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା । ଆମୀର ଖାନଙ୍କ ସହ ତାଙ୍କର କେମେଷ୍ଟ୍ରୀକୁ ଦର୍ଶକେ ବେଶ ପସନ୍ଦ କରିଥିଲେ । ବ୍ଲକବ୍ଲାଷ୍ଟର ହିଟ୍ ହୋଇଥିଲା ଏହି ସିନେମା । ଫିଲ୍ମର କାହାଣୀ ସାଙ୍ଗକୁ ଗୀତ ବେଶ ହିଟ୍ ହୋଇଥିଲର । ଏହା କରିସ୍ମାଙ୍କ ସର୍ବକାଳୀନ ହିଟ୍ ଫିଲ୍ମ ରହିଛି । ଏହି ଫିଲ୍ମଟି ବିଶ୍ବବ୍ୟାପୀ କଲେକ୍ସନରେ ୪୩.୧୪ କୋଟି ଟଙ୍କା ରୋଜଗାର କରିଥିଲା ।
ହମ୍ ସାଥ୍ ସାଥ୍ ହେ
୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ହମ୍ ସାଥ୍ ସାଥ୍ ହେ ଫିଲ୍ମ ମଧ୍ୟ ବ୍ଲକବ୍ଲାଷ୍ଟର ହୋଇଥିଲା । ଶାହାରୁଖ, ମାଧୁରୀଙ୍କ ସହ ଏହି ଫିଲ୍ମରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ କରିସ୍ମା । ଏହି ଫିଲ୍ମଟି ୩୯.୧୭ କୋଟି ଟଙ୍କାର ରୋଜଗାର କରିଥିଲା ।
ଦିଲ୍ ତୋ ପାଗଲ ହେ
୧୯୯୭ ମସିହାରେ ରିଲିଜ୍ ହୋଇଥିବା ଏହି ସିନେମାଟି ରୋଜଗାର କରିଥିଲା ୩୪.୯୭ କୋଟି ଟଙ୍କା । ରୋଜଗାର ସହ ଫିଲ୍ମକୁ ବେଶ ପସନ୍ଦ କରିଥିଲେ ଦର୍ଶକ ।
ବିଓ୍ବି ନମ୍ବର ଓ୍ବାନ
ବିଓ୍ବି ନମ୍ବର ଓ୍ବାନ୍ ଫିଲ୍ମଟି ଦର୍ଶକଙ୍କ ହୃଦୟକୁ ପସନ୍ଦ ଆସିଥିଲା । ୧୯୯୯ ମସିହାରେ ରିଲିଜ୍ ହୋଇଥିବା ଏହି ସିନେମାଟି ୨୫.୫୮ କୋଟି ଟଙ୍କାର ବ୍ୟବସାୟ କରିଥିଲା ।
ଦୁଲହନ୍ ହମ୍ ଲେ ଜାଏଙ୍ଗେ
ଭାରତରେ କେବଳ ଏହି ଫିଲ୍ମଟି ୧୮.୮୫ କୋଟି ଟଙ୍କା ଆୟ କରିଥିଲା । ଫିଲ୍ମର କାହାଣୀ ହୃଦୟସ୍ପର୍ଶୀ ରହିଥିଲା ।
ଏହାସହ ପଢ଼ନ୍ତୁ : ଏହି କାରଣରୁ ବଦଳିଲା ଭାରତ-ଆୟାର୍ଲାଣ୍ଡ ମ୍ୟାଚ୍ ସମୟ