State Film Awards Announced : ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା  : ପୁଷ୍କରା, ମାଇଁ ସ୍ଵିଟ ହାଉସ୍ ଓ୍ବାଇଫ, ଆଶ୍ରମ ଶ୍ରେଷ୍ଠ ଫିଲ୍ମ

Jun 25, 2026 - 19:02
State Film Awards Announced :  ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା  : ପୁଷ୍କରା, ମାଇଁ ସ୍ଵିଟ ହାଉସ୍ ଓ୍ବାଇଫ,  ଆଶ୍ରମ ଶ୍ରେଷ୍ଠ ଫିଲ୍ମ

ଭୁବନେଶ୍ବର, ୨୫।୬ : ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ତରଫରୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ୨୦୨୩ ଓ  ୨୦୨୪ ବର୍ଷ ପାଇଁ  ପୁରସ୍କାର ଘୋଷଣା କରିଛନ୍ତି। ୨୦୨୩ ବର୍ଷ ପାଇଁ  ମୋହନ ସୁନ୍ଦରଦେବ ଗୋସ୍ୱାମୀ ସମ୍ମାନ ଅଭିନୋତ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମିଳିଥିବା ବେଳେ ୨୦୨୪ ପାଇଁ ଅଭିନେତ୍ରୀ ନମ୍ରତା ଦାସଙ୍କୁ ମିଳିଛି।

୨୦୨୩  ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର 

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର - ‘ପୁଷ୍କରା’, ‘ମାଇଁ ସ୍ଵିଟ ହାଉସ୍ ଓ୍ବାଇଫ ( ଯୁଗ୍ମ)

ଶ୍ରେଷ୍ଠ ନିର୍ଦ୍ଦେଶକ - ପିନାକୀ ସିଂ , ଶିଶିର କୁମାର ସାହୁ

ଶ୍ରେଷ୍ଠ ଅଭିନେତା - ହରିହର ମହାପାତ୍ର, ଭଗିଆ ଭାରିଜା

ଶ୍ରେଷ୍ଠ ଅଭିନେତ୍ରୀ - ନୈନା ଦାସ, ସୁପ୍ରିୟା ନାୟକ

ଶ୍ରେଷ୍ଠ ଖଳ  ଅଭିନେତା-  ଚୌଧୁରୀ ବିକାଶ ଦାସ

ଶ୍ରେଷ୍ଠ ଖଳ ଅଭିନେତ୍ରୀ-ପିଙ୍କି ପ୍ରଧାନ

ଶ୍ରେଷ୍ଠ ହାସ୍ୟ ଅଭିନେତା- ସନ୍ତୋଷ କୁମାର କାଣ୍ଡୀ

ଶ୍ରେଷ୍ଠ ଶିଶୁ ଅଭିନେତ୍ରୀ –ଆଲିଆ ନନ୍ଦ

୨୦୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର 

 ଶ୍ରେଷ୍ଠ ଚଳଚ୍ଚିତ୍ର - ଆଶ୍ରମ

ଶ୍ରେଷ୍ଠ ନିର୍ଦ୍ଦେଶକ - ଅଶୋକ ପତି

ଶ୍ରେଷ୍ଠ ଅଭିନେତା - ବାବୁଶାନ୍

ଶ୍ରେଷ୍ଠ ଅଭିନେତ୍ରୀ - ଦେବଯାନୀ ବେଘୁରିଆ

ଶ୍ରେଷ୍ଠ ଖଳ ଅଭିନେତା- ହର ରଥ

ଶ୍ରେଷ୍ଠ ଖଳ ଅଭିନେତ୍ରୀ-ଉଷସୀ ମିଶ୍ର

ଶ୍ରେଷ୍ଠ ହାସ୍ୟ ଅଭିନେତା -ଜୀବନ ପଣ୍ଡା