JMB Under Scanner: ଭାରତରୁ ସମ୍ପୂର୍ଣ୍ଣ ମୂଳପୋଛ ହେବ ଜେଏମ୍ବି, ବାଂଲାଦେଶରେ ୩୦ ମିନିଟ୍ରେ କରିଥିଲା ୫୦୦ ବିସ୍ଫୋରଣ
ନୂଆଦିଲ୍ଲୀ,୨୭।୬: ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜମାତ-ଉଲ-ମୁଜାହିଦ୍ଦିନ ବାଂଲାଦେଶ (JMB) ସହ ଜଡିତ ୧୧ ଅଭିଯୁକ୍ତ ଆତଙ୍କବାଦୀଙ୍କ ବିରୋଧରେ ଗୌହାଟୀର ଏକ ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ଏନ୍ଆଇଏ । ଚାର୍ଜସିଟ୍ ଅଭିଯୁକ୍ତମାନଙ୍କ ବିରୋଧରେ BNS, 2023 ଏବଂ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ ୧୯୬୭ ର ବିଭିନ୍ନ ଧାରା ଅନୁଯାୟୀ ଅଭିଯୋଗ ଆଣିଛି।
ଏନ୍ଆଇଏ ନିଜ ଯାଞ୍ଚରେ ଖୁଲାସା କରିଛି ଯେ, ଏହି ସବୁ ଅଭିଯୁକ୍ତଙ୍କ ଜମାତ୍-ଉଲ୍-ମୁଝାହିଦ୍ଦିନ୍ ର ବ୍ରାଞ୍ଚ ‘ଇମାମ ମହମୁଦ୍ଦର କଫିଲା’ ଅର୍ଥାତ ଆଇଏମ୍କେରେ ସକ୍ରିୟ ଭୂମିକା ଥିଲା। ଏହା ଜରିଆରେ ସେମାନେ ଗୁପ୍ତ ବୈଠକ କରିବା, ଧାର୍ମିକ ରୂପରେ ପ୍ରେରିତ କରୁଥିବା ପୋଗ୍ରାମ ଚଳଳାଇବା, ଭାରତ ବିରୋଧି ପ୍ରଚାର ପାଇଁ ଡିଜିଟାଲ ପ୍ଳାଟଫର୍ମର ବ୍ୟବହାର କରିବା ଭଳି ଷଡଯନ୍ତ୍ର କରୁଥିଲେ। ଏହା ସହ ପୂର୍ବୋତ୍ତର ରାଜ୍ୟକୁ ଅସ୍ଥିର କରିବା ଓ ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡ ଭଳି ରାଜ୍ୟରେ ଆତଙ୍କୀ ଗତିବିଧିରେ ସାହାଯ୍ୟ କରୁଥିଲେ।
ବାଂଲାଦେଶରେ ଶରିଆ ଭିତ୍ତିକ ଇସଲାମିକ ଶାସନ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଜମାତ-ଉଲ-ମୁଜାହିଦ୍ଦିନ ଗଠନ ହୋଇଥିବା କୁହାଯାଏ। ବାଂଲାଦେଶରେ ଗଣତାନ୍ତ୍ରିକ ଏବଂ ଧର୍ମନିରପେକ୍ଷ ବ୍ୟବସ୍ଥାକୁ ସମାପ୍ତ କରିବା ପାଇଁ ଏହା ପ୍ରତିଷ୍ଠା କରାଯାଇଥିଲା। ଏହି ସଂଗଠନ ସଲାଫି ଚିନ୍ତାଧାରା ଦ୍ୱାରା ପ୍ରଭାବିତ। ଏହାର ପ୍ରତିଷ୍ଠାତା ଥିଲେ ଶେଖ ଅବଦୁର ରହମାନ ଏବଂ ସିଦ୍ଦିକୁଲ ଇସଲାମ। ଆତଙ୍କବାଦୀ ସଂଗଠନ ମଧ୍ୟରେ ସିଦ୍ଦିକୁଲ ଇସଲାମଙ୍କୁ ବାଂଲା ଭାଇ ନାମରେ ମଧ୍ୟ ଜଣାଯାଉଥିଲା।
-ଫେବୃଆରୀ ୨୦୦୫ ରେ ବାଂଲାଦେଶ ସରକାରଙ୍କ ଦ୍ବାରା ନିଷିଧ ଆତଙ୍କବାଦୀ ସଂଗଠନ ଘୋଷିତ।
-ଅଗଷ୍ଟ ୨୦୦୫ ରେ ବାଂଲାଦେଶରେ ସିରିଜ୍ ବିସ୍ଫୋରଣ।
-୨୦୧୪ ରେ ବାଂଲାଦେଶକୁ ବର୍ଦୱାନ ଜିଲ୍ଲାରେ ବୋମା ବିସ୍ଫୋରଣ ହୋଇଥିଲା।
-୨୦୧୮ ରେ ବୋଧଗୟାରେ ବମ୍ ବିସ୍ଫୋରଣରେ ମଧ୍ୟ ଭୂମିକା ସାମନାକୁ ଆସିଥିଲା।
ବାଂଲାଦେଶରେ ୬୪ ରୁ ୬୩ ଜିଲ୍ଲାରେ କରିଛି ୫୦୦ ବିସ୍ଫୋରଣ।
ପ୍ରତିଷ୍ଠା ହେବା ପରଠାରୁ, ଜମାତ-ଉଲ-ମୁଜାହିଦ୍ଦିନ ବାଂଲାଦେଶରେ ଉଗ୍ରବାଦୀ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ଆରମ୍ଭ କରିଥିଲା। ୧୯୯୮ ରୁ ୨୦୦୫ ପର୍ଯ୍ୟନ୍ତ ଏହା ଅଣ-ସରକାରୀ ସଂଗଠନ ଏବଂ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଥିଲା। ୨୦୦୫ ଫେବୃଆରୀରେ, ବାଂଲାଦେଶ ସରକାର ହିଂସାତ୍ମକ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପର ଅଭିଯୋଗ ଆଣି ସଂଗଠନକୁ ନିଷିଦ୍ଧ କରିଥିଲେ। ତଥାପି, ସେହି ବର୍ଷ ଅଗଷ୍ଟରେ ଏହି ସଂଗଠନ ପ୍ରଥମେ ବିଶ୍ୱ ଦୃଷ୍ଟିକୁ ଆସିଥିଲା। ଜମାତ୍ ୧୭ ଅଗଷ୍ଟ ୨୦୦୫ ରେ ବାଂଲାଦେଶର ୬୪ ଜିଲ୍ଲା ଭିତରୁ ପ୍ରାୟ ୬୩ ଜିଲ୍ଳାରେ ୫୦୦ ବିସ୍ଫୋରଣ କରିଥିଲା। ଏହି ସବୁ ବିସ୍ଫୋରଣ ୩୦ ମିନିଟ୍ ଭିତରେ ହିଁ ହୋଇଥିଲା। ଏହି ଘଟଣାକୁ ସେ ‘ହରକତ୍-ଉଲ୍ ଜିହାଜ ଅଲ୍ଲ –ଇସ୍ଲାମୀ’ ନାମରେ କଟ୍ଟରପନ୍ଥୀ ସଂଗଠନ ସାହାଯ୍ୟରେ କରିଥିଲା।
୨୦୦୫ ରେ ଭାରତରେ ଏଣ୍ଟ୍ରି, ଏଭଳି ତିଆରି କଲା ନେଟଓ୍ବର୍କ
ଜମାତ-ଉଲ-ମୁଜାହିଦ୍ଦିନ ୨୦୦୫ ରେ ଯେଉଁ ସମୟରେ ବାଂଲାଦେଶରେ ଆତଙ୍କୀ ଘଟଣାକୁ ସଫଳ କରିଥିଲା, ଠିକ୍ ସେହି ସମୟରେ ସେ ଭାରତରେ ମଧ୍ୟ ଏଣ୍ଟ୍ରି କରିଥିଲା। ଏହାର ଦାୟିତ୍ବ ସଂସ୍ଥାପକ ସଦସ୍ୟ ସିଦ୍ଧିକୁଲ ଇସ୍ଲାମକୁ ଦିଆଯାଇଥିଲା। ଏହାର ଖୁଲାସା ୯ ବର୍ଷ ପରେ ବର୍ଦ୍ଧମାନର ଖଗରାଗଢରେ ଏକ ଘରେ ହୋଇଥିବା ବିସ୍ଫୋରଣର ଯାଞ୍ଚ ପରେ ହୋଇଛି। ଏଥିରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା। ସିଦ୍ଦିକୁଲ ପୂର୍ବରୁ ଅଲ୍କାଏଦା ସହ ଜଡିତ ସଂଗଠନ ‘ଜାଗ୍ରତ ମୁସଲିମ୍ ଜନତା ବାଂଲାଦେଶ’ର ମିଲିଟାରୀ କମାଣ୍ଡର ଥିଲା। ଏହାପରେ ୧୯୯୮ ରୁ ସେ ଜମାତ୍-ଉଲ୍ ମୁଜାହିଦ୍ଦିନ୍ ସହ ଯୋଡି ହୋଇଥିଲା। ସେ ବାଂଲାଦେଶରେ ଜେଏମ୍ବି ନେଟଓ୍ବର୍କ ଚଳାଇବାରେ ବଡ ଭୂମିକା ଗ୍ରହଣ କରିଥିଲା। ସେ କଟ୍ଟରପନ୍ଥୀ ବିଚାରଧାରାର ଲୋକଙ୍କୁ ହତିଆର ଚଳାଇବା ଓ ବିସ୍ଫୋରକ ତିଆରି କରିବାର ଟ୍ରେନିଂ ଦେବା ପାଇଁ କ୍ୟାମ୍ପ ବି କରିଥିଲା। ଅଗଷ୍ଟ ୨୦୦୫ରେ ହୋଇଥିବା ବାଂଲାଦେଶ ବୋମା ବିସ୍ଫୋରଣରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏହି ବୋମା ବିସ୍ଫୋରଣର ଲକ୍ଷ୍ୟ ଥିଲା ବିଚାରପତି ଏବଂ ଓକିଲମାନଙ୍କୁ ନିପାତ କରିବା ଏବଂ ନ୍ୟାୟିକ ବ୍ୟବସ୍ଥାକୁ ଶରିଆ ଆଇନ ଦ୍ୱାରା ବଦଳାଇବା। ୨୦୦୬ ରେ, ବାଂଲାଦେଶୀ ପୋଲିସ ସଫଳତାର ସହ ସିଦ୍ଦିକୁଲ ଇସଲାମଙ୍କୁ ଗିରଫ କରିଥିଲା। ୨୦୦୬ ରେ ତାକୁ ବିଚାର କରାଯାଇ ଫାଶି ଦିଆଯାଇଥିଲା। ଏନଆଇଏ ଅନୁସନ୍ଧାନ ଅନୁଯାୟୀ, ସିଦ୍ଦିକଲ ଇସଲାମ, ହଟକଟା ନାସିରୁଲ୍ଲାଙ୍କ ସହ ବଙ୍ଗଳାର ମୁର୍ସିଦାବାଦରେ ଜମାତ-ଉଲ-ମୁଜାହିଦ୍ଦିନର ପ୍ରଥମ ସଂଗଠନ (ୟୁନିଟ୍ ୬୫) ପ୍ରତିଷ୍ଠା କରିଥିଲେ। ପରବର୍ତ୍ତୀ ସମୟରେ ଏହା ନଦିଆ ଏବଂ ବିରଭୂମ ପରି ଜିଲ୍ଲାକୁ ବ୍ୟାପିବାରେ ଲାଗିଲା।
ଆଇଏସ୍ ବିଚାରଧାରାରେ ପ୍ରଭାବିତ
ଇନଷ୍ଟିଚ୍ୟୁଟ୍ ଅଫ୍ ପିସ୍ ଆଣ୍ଡ କନଫ୍ଲିଟ୍ ଷ୍ଟଡିଜ୍ ଆଣ୍ଡ ଅଷ୍ଟ୍ରେଲିଆନ୍ ନ୍ୟାସନାଲ ସିକ୍ୟୁରିଟି ଏଜେନ୍ସି ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜମାତ-ଉଲ-ମୁଜାହିଦ୍ଦିନର ଲସ୍କର-ଇ-ତୋଏବା, ହରକତ-ଉଲ-ଜିହାଦ ଅଲ-ଇସଲାମି ଏବଂ ଅଲ-କାଏଦା ଷ୍ଟୁଡେଣ୍ଟସ୍ ଇସଲାମିକ୍ ମୁଭମେଣ୍ଟ୍ ଅଫ୍ ଇଣ୍ଡିଆ ଭଳି ସଂଗଠନ ସହିତ ସମ୍ପର୍କ ରହିଛି। ଏହାର ଏକ ଗୋଷ୍ଠୀ ଇସଲାମିକ୍ ଷ୍ଟେଟ୍ (ISIS) ର ଚିନ୍ତାଧାରା ଦ୍ୱାରା ପ୍ରଭାବିତ ବୋଲି ମଧ୍ୟ କୁହାଯାଉଛି। ଜମାତ୍-ଉଲ୍-ମୁଝାହିଦ୍ଦିନ୍ର ଏକ ଗୋଷ୍ଠୀ ନିୟୋ-ଜେଏମ୍ବି ନାମକରେ ସାମନାକୁ ଆସିଛି। ଏହା ଉପରେ ତଥାକଥିତ ଇସଲାମିକ୍ ଷ୍ଟେଟ୍ ବା ଆଇଏସ୍ ବିଚାରଧାରାରେ ପ୍ରଭାବିତ ହେବାର ଅଭିଯୋଗ ଥିଲା ଏହି ଗୋଷ୍ଠୀ ଏକାକୀ ଆକ୍ରମଣ, ଛୋଟ ଗୋଷ୍ଠୀ ଆକ୍ରମଣ ଏବଂ ଆତ୍ମଘାତୀ ବିସ୍ଫୋରଣ ପାଇଁ ଜଣାଶୁଣା। ଢାକାର ହୋଲି ଆର୍ଟିସାନ୍ କାଫେରେ ୨୦୧୬ ଆକ୍ରମଣ, ଯେଉଁଥିରେ ଅନେକ ବିଦେଶୀଙ୍କ ମୃତ୍ୟୁ ହୋଇଥିଲା, ତାହା ମଧ୍ୟ ଏହି ଗୋଷ୍ଠୀ ଦ୍ୱାରା କରାଯାଇଥିଲା।
ଭାରତରେ କ’ଣ ରହିଛି ସ୍ଥିତି ?
ଭାରତ ସରକାର ୨୩ ମଇ ୨୦୧୯ରେ ଜେଏମବି ଏବଂ ଏହାର ସମସ୍ତ ସହଯୋଗୀ ସଂଗଠନଗୁଡ଼ିକୁ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA) ଅନୁଯାୟୀ ବେଆଇନ ଏବଂ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରିଥିଲେ। ୨୦୧୪ ବର୍ଦ୍ଧମାନ ଏବଂ ୨୦୧୮ ବୋଧଗୟା ବିସ୍ଫୋରଣରେ ଜମାତ-ଉଲ-ମୁଜାହିଦ୍ଦିନର ସମ୍ପୃକ୍ତି ପରେ ସରକାର ଏହି ପଦକ୍ଷେପ ନେଇଥିଲେ। ଗତ କି ବର୍ଷଗୁଡ଼ିକରେ, NIA, ATS ଏବଂ ସ୍ପେଶାଲ ଟାସ୍କ ଫୋର୍ସ (STF) ଏହାର କଥିତ ମଡ୍ୟୁଲ, ପାଣ୍ଠି ନେଟୱାର୍କ ଏବଂ ସ୍ଲିପର ସେଲ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ଯାହା ଫଳରେ ଅନେକ ଗିରଫଦାରୀ ହୋଇଛି।
ଆହୁରି ପଢନ୍ତୁ : ସୋଏବ୍ ଅଖତରଙ୍କ ଭାଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଲେ ମୁମ୍ବାଇ ଓ ପହଲଗାମ୍ ଆକ୍ରମଣର ମାଷ୍ଟରମାଇଣ୍ଡ, ଭିଡିଓ ଭାଇରାଲ ପରେ ବିବାଦ