16 JULY 2026

Welcome!

Unlock your personalized experience.
Sign Up

Jennifer Winget : ୪୧ ବର୍ଷରେ ଦ୍ବିତୀୟଥର ଦୁଲହନ୍ ହେବେ ଜେନିଫର୍ ,ଜାଣନ୍ତୁ ସେ କେତେ ସମ୍ପତ୍ତିର ମାଲିକିଆଣି..

Jul 16, 2026 - 09:27
Jennifer Winget : ୪୧ ବର୍ଷରେ ଦ୍ବିତୀୟଥର ଦୁଲହନ୍ ହେବେ ଜେନିଫର୍ ,ଜାଣନ୍ତୁ ସେ କେତେ ସମ୍ପତ୍ତିର ମାଲିକିଆଣି..

ମୁମ୍ବାଇ,୧୬\୭ : ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍ ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି । ଏହାର କାରଣ ତାଙ୍କ ଦ୍ବିତୀୟ ବିବାହ । ଜେନିଫର୍ ୧୬ ଜୁଲାଇ ମାନେ ଆଜିର ଦିନରେ ସିଙ୍ଗାପୁରର ବଡ଼ ବିଜନେସ୍ ମ୍ୟାନ ୱିଲିୟମ୍ ଇସଲାଏଲଙ୍କୁ ବିବାହ କରିବାକୁ ଯାଉଛନ୍ତି । ଜେନିଫରଙ୍କ ବିବାହ ଉତ୍ସବରେ କେବଳ ତାଙ୍କ ପରିବାର ଓ ସମ୍ପର୍କୀୟ ହିଁ ଯୋଗ ଦେବେ । ପ୍ରଶଂସକ ମାନେ ଅଭିନେତ୍ରୀଙ୍କ ବିବାହକୁ ନେଇ ଉତ୍ସାହିତ ଅଛନ୍ତି । ଏବେ ଆସନ୍ତୁ ଜାଣିବା ତାଙ୍କ ଆୟ କେତେ । ଆପଣଙ୍କ ଫେଭେରାଇଟ୍ ଅଭିନେତ୍ରୀ କେତେ ସମ୍ପତ୍ତିର ମାଲିକିଆଣି ?

ଜେନିଫର୍ ୱିଙ୍ଗେଟ୍ ହେଉଛନ୍ତି ଟିଭିର ଜଣାଶୁଣା ଚେହେରା । ଅନେକ ପପୁଲାର ଟିଭି ସିରିଏଲ୍ ଓ ସୋ ରେ ନିଜ ଅଭିନୟର ଛାପ ଛାଡ଼ିଛନ୍ତି । ସେଗୁଡିକ ମଧ୍ୟରେ ରହିଛି ସିରିଏଲ୍ ସରସ୍ବତୀଚନ୍ଦ୍ର,ବେହଦ୍,ବେପନ୍ହା, । ଯାହାକୁ ଦେଶ ବାହାରେ ମଧ୍ୟ ପ୍ରଶଂସା ମିଳିଛି । ସେ ସର୍ବାଧିକ ପେମେଣ୍ଟ ପାଉଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ୨୦୦୯ରେ ଆସିଥିବା ଟିଭି ଶୋ ଦିଲ୍ ମିଲ୍ ଗୟେରୁ ତାଙ୍କୁ ପରିଚୟ ମିଳିଥିଲା । ଯେଉଁଥିରେ ସେ ଡକ୍ଟର ରିଦ୍ଧିମା ଗୁପ୍ତାଙ୍କ ଭୂମିକାରେ ଅଭିନୟ କରିଥିଲେ। ରିପୋର୍ଟ ଅନୁସାରେ, ସେ ପ୍ରତି ଏପିସୋଡ୍ ପାଇଁ ୧.୫ ରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରନ୍ତି।

ଯଦି ତାଙ୍କ ଶୋ’ରେ ୨୦୦ଏପିସୋଡ୍ ଅଛି ତେବେ ଆପଣ ସହଜରେ ଅନୁମାନ କରିପାରୁଥିବେ ଯେ ଅଭିନେତ୍ରୀ କୋଟି କୋଟି ଟଙ୍କା ରୋଜଗାର କରନ୍ତି । ସେ ବର୍ତ୍ତମାନ ଟିଭିରୁ OTTଆଡକୁ ପାଦ ଥାପିଛନ୍ତି । ରିପୋର୍ଟ ଅନୁସାରେ, ସେ ପ୍ରତି ଧାରାବାହିକ ପାଇଁ ୬-୮ କୋଟି ଟଙ୍କା ନିଅନ୍ତି । ରିପୋର୍ଟରୁ ଜଣା ଯାଇଛି, ଜେନିଫର ୱିଙ୍ଗେଟ୍ ଙ୍କର ମୋଟ ସମ୍ପତ୍ତି ୪୫ ରୁ ୫୮ କୋଟି (ପ୍ରାୟ $୧.୫ ବିଲିୟନ) । ସେ ୧୫ ରୁ ଅଧିକ ବ୍ରାଣ୍ଡର ଆମ୍ବାସାଡର ବି ଅଛନ୍ତି ଏବଂ ସେ ବାର୍ଷିକ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।