India vs England 1st T20: ଭାରତ-ଇଂଲଣ୍ଡ ପ୍ରଥମ ଟି-ଟ୍ୱେଣ୍ଟି ଆଜି, ଅଧିନାୟକ ଆୟରଙ୍କ ପାଇଁ ଅଗ୍ନି ପରୀକ୍ଷା
ନୂଆଦିଲ୍ଲୀ,୩୧/୦୭: ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୫ ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ । ଆୟର୍ଲାଣ୍ଡରେ ୨ମ୍ୟାଚ ବିଶିଷ୍ଟ ସିରିଜ ପରାଜିତ ହେବାର ୨ଦିନ ମଧ୍ୟରେ ଭାରତ ପୁନର୍ବାର ନୂଆ ସିରିଜ ଖେଳିବାକୁ ଯାଉଛି । ଇଂଲଣ୍ଡ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ (୧-୨) ପରାଜିତ ହୋଇ ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଏହି ସିରିଜ ପାଇଁ ଉଭୟ ଦଳ ଉପଯୁକ୍ତ ସମୟ ପାଇ ନାହାନ୍ତି । ଭାରତୀୟ ଦଳ ମାତ୍ର ଗୋଟିଏ ଦିନ ଅଭ୍ୟାସ କରିଛି । ଇଂଲଣ୍ଡ ଦଳର ଅଧିକାଂଶ ଖେଳାଳି ଟେଷ୍ଟ ଖେଳି ସାରି ଡରହାମରେ ପହଞ୍ଚି ବିଶ୍ରାମ ନେଇଛନ୍ତି । ଏହି ସିରିଜକୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ଶେଷ ୬ଟି ଟି-ଟ୍ୱେଣ୍ଟି ମୁକାବିଲା ମଧ୍ୟରୁ ଭାରତ ୫ଟି ମ୍ୟାଚ ଜିତିଛି । ହେଲେ ଘରୋଇ ଗ୍ରାଉଣ୍ଡ୍ରେ ଖେଳୁଥିବା ଇଂଲଣ୍ଡର ପଲା ଭାରି ରହିବା ସ୍ୱାଭାବିକ ।
ଆୟର୍ଲାଣ୍ଡ ଭଳି ଦୁର୍ବଳ ଦଳ ବିପକ୍ଷରେ ପରାଜୟ ଭାରତର ମନୋବଳ ଭାଙ୍ଗି ଦେଇଛି । ତେଣୁ ଯଥା ସମ୍ଭବ ସହଳ ବିଜୟ ଧାରାକୁ ଫେରିବାପାଇଁ ଭାରତ ତତ୍ପରତାର ସହ ଚେଷ୍ଟା କରିବ । ପ୍ରଥମ ମ୍ୟାଚରେ ଉଭୟ ଦଳର ଅଧିନାୟକଙ୍କ ଉପରେ ନଜର ରହିବ । ଶ୍ରେୟାସ ଆୟର ଅଧିନାୟକ ଭାବେ ପ୍ରତ୍ୟାବର୍ତ୍ତନ କରିବା ସମସ୍ତଙ୍କୁ ଖୁସି କରିପାରି ନାହିଁ । ଅଧିନାୟକ ଭାବେ ପ୍ରଥମ ସିରିଜରେ ମଧ୍ୟ ଆୟର ନିରାଶ କରି ସମାଲୋଚିତ ହୋଇଛନ୍ତି । ହ୍ୟାରୀ ବ୍ରୁକ୍ ମଧ୍ୟ ଅଧିନାୟକ ଭାବେ ଦକ୍ଷତା ପ୍ରମାଣିତ କରିବାକୁ ଅପେକ୍ଷା କରିଛନ୍ତି ।
ଟେଷ୍ଟ ସିରିଜରେ ବେନ ଷ୍ଟୋକ୍ସଙ୍କୁ ଗୋଟିଏ ମ୍ୟାଚରୁ ନିଲମ୍ବିତ କରାଯିବା ପରେ ବ୍ରୁକଙ୍କୁ ନେତୃତ୍ୱ ଦିଆଯାଇ ନଥିଲା । ଜୋ ରୁଟ୍ କାମଚଳା ଅଧିନାୟକ ଭାବେ ଦଳର ଦାୟିତ୍ୱ ନେଇଥିଲେ । ବର୍ତ୍ତମାନ ଷ୍ଟୋକ୍ସ ଅବସର ନେଇ ସାରିଛନ୍ତି । ତେଣୁ ବ୍ରୁକଙ୍କ ଉପରେ ଚୟନକର୍ତ୍ତାଙ୍କ ନଜର ରହିଛି । ସେ ଅଧିନାୟକ ଭାବେ ଏହି ସିରିଜ ଜରିଆରେ ଦକ୍ଷତା ପ୍ରମାଣ କରି ଟେଷ୍ଟ ଦଳର ସ୍ଥାୟୀ ନେତୃତ୍ୱ ନେବାକୁ ପ୍ରୟାସ କରିବେ । ଜୋଫ୍ରା ଆର୍ଚର ଓ ଜୋସ ଟଙ୍ଗଙ୍କୁ ଟେଷ୍ଟ ସିରିଜ ପରେ ବିଶ୍ରାମ ଦିଆଯାଇଛି । ଫଳରେ ସାକିବ ମହମ୍ମଦ ଓ ଲ୍ୟୁକ ଉଡ୍ ପ୍ରଥମ ମ୍ୟାଚରେ ପେସ୍ ବୋଲିଂ ବିଭାଗ ସମ୍ଭାଳିବେ ।
ଏହା ବି ପଢନ୍ତୁ...IND VS ENG T20I Series: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଛକା ମାରି 'ମେଗା-ରେକର୍ଡ' କରିବେ ଅଭିଷେକ ଶର୍ମା !
ଭାରତ ବରୁଣ ଚକ୍ରବର୍ତ୍ତୀଙ୍କୁ ଏକାଦଶରେ ସ୍ଥାନ ଦେବାକୁ ଯୋଜନା କରୁଛି । ଫଳରେ ଅର୍ଶଦୀପ ସିଂହ, ହର୍ଷିତ ରାଣା ଓ ପ୍ରିନ୍ସ ଯାଦବଙ୍କ ମଧ୍ୟରୁ ଜଣଙ୍କୁ ଏକାଦଶରୁ ବାଦ ଦିଆଯିବ । ଚେଷ୍ଟର ଲି ଷ୍ଟ୍ରୀଟ୍ ଗ୍ରାଉଣ୍ଡ୍ର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଏଠାରେ କ୍ରିଜରେ ଜମି ରହିଲେ ବିଶାଳ ସ୍କୋର ସମ୍ଭବ । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
ସମ୍ଭାବ୍ୟ ଭାରତ ଏକାଦଶ: ସଞ୍ଜୁ ସାମସନ/ ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ଇଶାନ କିଷନ, ଶ୍ରେୟାସ ଆୟର (ଅଧିନାୟକ), ତିଳକ ବର୍ମା, ସୂର୍ୟାଂଶ ସେଡଗେ, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ହର୍ଷିତ ରାଣା, ପ୍ରିନ୍ସ ଯାଦବ/ବରୁଣ ଚକ୍ରବର୍ତ୍ତୀ ।
ସମ୍ଭାବ୍ୟ ଇଂଲଣ୍ଡ ଏକାଦଶ: ଫିଲ ସଲ୍ଟ, ଜୋସ ବଟଲର, ହ୍ୟାରୀ ବ୍ରୁକ୍ (ଅଧିନାୟକ), ଜାକବ ବେଥେଲ, ଟମ ବାଣ୍ଟନ, ସାମ କୁରାନ, ୱିଲ ଜ୍ୟାକ୍ସ, ଲାଏମ ଡାଓସନ, ଆଦିଲ