India statement on PoK : ୪୦ରୁ ଅଧିକ ନିର୍ଦ୍ଦୋଷ ଲୋକଙ୍କ ହୋଇଛି ମୃତ୍ୟୁ, ପାକିସ୍ତାନ କାର୍ଯ୍ୟର ତଦନ୍ତ ହେବା ଉଚିତ
ନୂଆଦିଲ୍ଲୀ- ପାକିସ୍ତାନ ଅଧିକୃତ ଜମ୍ମୁ-କାଶ୍ମୀର (ପିଓକେ)ରେ ଖରାପ ସ୍ଥିତିକୁ ନେଇ ଭାରତ କଡ଼ା ପ୍ରତିକ୍ରିୟା ଦେଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଶୁକ୍ରବାର ଏହି କଥା କହିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ପାକିସ୍ତାନର ଶାସକ ପ୍ରତିଷ୍ଠାନ ପାକିସ୍ତାନର ଅଧୀନରେ ଥିବା ଜମ୍ମୁ-କାଶ୍ମୀରରେ ଶାନ୍ତିପୂର୍ଣ୍ଣ ନାଗରିକଙ୍କ ବିରୋଧରେ ଲଗାତାର ନିର୍ମମ ବଳ ପ୍ରୟୋଗ କରୁଛି। ଏହି ଦମନକାରୀ କାର୍ଯ୍ୟାନୁଷ୍ଠାନରେ ୪୦ରୁ ଅଧିକ ନିରୀହ ଲୋକଙ୍କ ଦୁଃଖଦ ମୃତ୍ୟୁ ହୋଇ ଥିବା ବେଳେ ଆହୁରି ଅନେକ ଗୁରୁତର ହୋଇଛନ୍ତି। ପାକିସ୍ତାନ ଅଧିକୃତ ଜମ୍ମୁ-କାଶ୍ମୀରର ନିର୍ଦ୍ଦୋଷ ଲୋକଙ୍କ ପ୍ରତି କ୍ଷମତାର ସଂପୂର୍ଣ୍ଣ ଉପେକ୍ଷା ଏହି ସମୟରେ ମଧ୍ୟ ସାମ୍ନାକୁ ଆସିଛି , ଯେତେବେଳେ ଏହାର ପ୍ରତିରକ୍ଷା ମନ୍ତ୍ରୀ ବିରୋଧ ପ୍ରଦର୍ଶନ କରୁଥିବା ନାଗରିକଙ୍କୁ ଦେଶର ଶତ୍ରୁ ଭାବେ ଦର୍ଶାଇଛନ୍ତି।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜୟସୱାଲ କହିଛନ୍ତି , ପ୍ରଧାନମନ୍ତ୍ରୀଙ୍କ ରାଜନୀତିକ ମାମଲାର ବିଶେଷ ସହାୟକ ମଧ୍ୟ ଖୋଲାଖୋଲି ସ୍ୱୀକାର କରିଛନ୍ତି ଯେ, ଯେଉଁ ତଥାକଥିତ ମୁଜାହିଦିନଙ୍କୁ ପାକିସ୍ତାନୀ ଶାସକ ଟ୍ରେନିଂ ଦେଇଛନ୍ତି, ସେମାନଙ୍କୁ ଧନ ଓ ଅସ୍ତ୍ରଶସ୍ତ୍ର ଯୋଗାଇବା ଏବଂ ଭାରତ ପଠାଉଛନ୍ତି , ଏବେ ସେମାନେ ପାକିସ୍ତାନ ବିରୋଧରେ ଅସ୍ତ୍ରଶସ୍ତ୍ର ଉଠାଇବା ରାଜ୍ୟ ପାଇଁ ଚ୍ୟାଲେଞ୍ଜ ହୋଇ ଯାଇଛି। ସେ କହିଛନ୍ତି ଯେ, ସେଠାରେ କରାଯାଇ ଥିବା ତଥାକଥିତ ନିର୍ବାଚନ ପାକିସ୍ତାନର କ୍ଷମତା ପ୍ରତିଷ୍ଠାନ ପାଇଁ ଲଜ୍ଜାଜନକ ଅସ୍ୱୀକୃତି ସାବ୍ୟସ୍ତ ହୋଇଛି, ଯାହାକି ହିଂସାତ୍ମକ ଶାସନର ସମ୍ମୁଖୀନ ହେଉଛନ୍ତି। ସେଠାର ଲୋକମାନେ ଅନ୍ତର୍ଜାତୀୟ ସଂଗଠନ ଗୁଡ଼ିକୁ ଅବୈଧ ହତ୍ୟାକାଣ୍ଡ ଗୁଡ଼ିକର ଯାଞ୍ଚ କରାଇବାକୁ ଦାବି କରିଛନ୍ତି।
ପିଓକେରେ ହିଂସାକାଣ୍ଡକୁ ନେଇ ଭାରତର ଦାବି –
ରଣଧୀର ଜାୟସୱାଲ କହିଛନ୍ତି – ଆମେ ଅନ୍ତର୍ଜାତୀୟ ସଂପ୍ରଦାୟକୁ ଅନୁରୋଧ କରୁଛି କି, ସେମାନେ ପାକିସ୍ତାନର ଏହି କାର୍ଯ୍ୟାନୁଷ୍ଠାନ ଗୁଡ଼ିକର ଗୁରୁତର ସହ ଯାଞ୍ଚ କରିବା ସହ ଏସବୁ ଅତ୍ୟାଚାର ପାଇଁ ତାକୁ ଦାୟୀ କରାନ୍ତୁ। ପିଓକେର ରାୱଲକୋଟ ଅଞ୍ଚଳରେ ସୁରକ୍ଷା ବାହିନୀ ଓ ପ୍ରତିବନ୍ଧିତ ଜଏଣ୍ଟ ଅୱାମୀ ଆକ୍ସନ କମିଟି (ଜେଏଏସି)ର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସଂଘର୍ଷ ଜାରି ରହିବା କାରଣରୁ ଗୁରୁବାର ଉତ୍ତେଜନା ସ୍ଥିତି ଜାରି ରହି ଥିଲା। ଏହି ସପ୍ତାହରେ ଅନେକ ଲୋକଙ୍କ ଜୀବନ ନେଇଥିବା ଏହି ଉତ୍ତେଜନା ଏମିତି ସମୟରେ ହେଉଛି,ଯେବେ ପିଓକେରେ କ୍ଷେତ୍ରୀୟ ନିର୍ବାଚନ ଜାରି ରହିଛି। ଜେଏଏସି ସହ ଜଡ଼ିତ ବିରୋଧ ପ୍ରଦର୍ଶନକାରୀ ଇସଲାମାବାଦ ଉପରେ ନିଜର ଦାବି ପୂରଣ ପାଇଁ ଚାପ ପକାଇବା ପାଇଁ ମୁଜଫରାବାଦ ଆଡ଼କୁ ଅଗ୍ରସର ହେବାକୁ ଅଡ଼ି ବସିଛନ୍ତି।
ଜେଏଏସି ବିଭିନ୍ନ କାର୍ଯ୍ୟକର୍ତ୍ତା ସଙ୍ଗଠନର ଏକ ଦଳ , ଯିଏ ଗତ ପ୍ରାୟ ୨ ମାସ ହେବ ପିଓକେର ତଥାକଥିତ ବିଧାନସଭାର ୧୨ଟି ବିବାଦୀୟ ଆସନକୁ ନେଇ ବିରୋଧ ପ୍ରଦର୍ଶନ କରୁଛନ୍ତି। ସଙ୍ଗଠନର ଅଭିଯୋଗ ଯେ, ସାମରିକ ପ୍ରତିଷ୍ଠାନ ଏହି ସବୁ ଆସନର ବ୍ୟବହାର ନିଜ ପସନ୍ଦର ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ କରୁଛି। ପିଓକେରେ ସୋମବାର ଠାରୁ ସୁରକ୍ଷା ବାହିନୀ ଗୁଡ଼ିକ ଓ ବିରୋଧ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଉତ୍ତେଜନା ଜୋରଦାର ହୋଇଛି। ରାୱଲକୋଟ ଓ ମୀରପୁରରେ ସବୁଠୁ ଅଧିକ ହିଂସାକାଣ୍ଡ ହୋଇଛି,ଯେଉଁଠି ସବୁଠୁ ଅଧିକ ଲୋକଙ୍କ ହତାହତ ହେବାର ଖବର ଅଛି। ଜେଏଏସି ଅନୁସାରେ , ସଂର୍ଘଷରେ ଏବେସୁଦ୍ଧା ଅତି କମରେ ୪୦ଜଣ ଲୋକଙ୍କ ମୃତ୍ୟୁ ହୋଇଛି।
ଆହୁରି ମଧ୍ୟ ପଢନ୍ତୁ - OmarAbdullah : ଓମାର ଅବଦୁଲ୍ଲାଙ୍କ ପତ୍ନୀ ପାୟଲଙ୍କ ଠାରୁ ଛାଡପତ୍ରକୁ ସୁପ୍ରିମକୋର୍ଟଙ୍କ ଅନୁମୋଦନ ; ୧୭ ବର୍ଷ ହେବ ରହୁଥିଲେ ଅଲଗା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।