07 JULY 2026

Welcome!

Unlock your personalized experience.
Sign Up

India squad: ଜିମ୍ବାୱେ ଟି-ଟ୍ୱେଣ୍ଟି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା;ସଞ୍ଜୁ ଆଉଟ୍, ମୟଙ୍କ-ରିଙ୍କୁଙ୍କ କମବ୍ୟାକ, ୪ ନୂଆ ମୁହଁ

Jul 07, 2026 - 07:44
India squad: ଜିମ୍ବାୱେ ଟି-ଟ୍ୱେଣ୍ଟି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା;ସଞ୍ଜୁ ଆଉଟ୍, ମୟଙ୍କ-ରିଙ୍କୁଙ୍କ କମବ୍ୟାକ, ୪ ନୂଆ ମୁହଁ

ନୂଆଦିଲ୍ଲୀ,୦୭/୦୭; ଘରୋଇ ଜିମ୍ବାୱେ ବିପକ୍ଷ ୩ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ପାଇଁ ୧୫ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଚଳିତ ବର୍ଷ ଭାରତକୁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିଅନ୍ କରାଇଥିବା ସଞ୍ଜୁ ସାମସନଙ୍କୁ ବାଦ୍ ଦିଆଯାଇଛି । ଚୟନ କମିଟି ଯୁବ ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରାଥମିକତା ଦେଇଛନ୍ତି । ଗତ ଆୟର୍ଲାଣ୍ଡ ଗସ୍ତ ଏବଂ ଚଳିତ ଇଂଲଣ୍ଡ ବିପକ୍ଷ ସିରିଜର ପ୍ରଥମ ମ୍ୟାଚ୍‌ରେ ସାମସନ ବିଫଳ ହୋଇଥିଲେ । ଅଭିଜ୍ଞ ବ୍ୟାଟର ରିଙ୍କୁ ସିଂହ ଓ ଯୁବ ପେସ୍ ବୋଲର ମୟଙ୍କ୍ ଯାଦବ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମୟଙ୍କ୍ ପାଖାପାଖି ୨ବର୍ଷ ପରେ ଦଳକୁ ଫେରିଛନ୍ତି । ଅନ୍ୟ ପଟରେ ୱିକେଟ୍ କିପର ବ୍ୟାଟର ପ୍ରଭସିମରନ ସିଂହ, ପେସ୍ ବୋଲର ୟଶ୍ ଠାକୁର, ଅଶୋକ ଶର୍ମା ଓ ସ୍ପିନର ହର୍ଷ ଦୁବେ ପ୍ରଥମ ଥର ସୁଯୋଗ ପାଇଛନ୍ତି । ଆଇପିଏଲ୍ ଓ ଘରୋଇ କ୍ରିକେଟ୍‌ରେ ପ୍ରଭାବୀ ପ୍ରଦର୍ଶନ କରି ଏହି ୪ଖେଳାଳି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶ୍ରେୟାସ୍ ଆୟର ଦଳର ନେତୃତ୍ୱ ନେବେ । ଭାରତୀୟ ଦଳ ଜିମ୍ବାୱେ ଗସ୍ତରେ ୩ଟି ଟି-ଟ୍ୱେଣ୍ଟି (ଜୁଲାଇ ୨୩, ୨୫, ୨୬ ତାରିଖ) ଖେଳିବ ।

ଏହା ବି ପଢନ୍ତୁ....ବୈଭବ ଓ ଅଭିଷେକ ଶର୍ମା ଇଣ୍ଡିଆର ଲଙ୍ଗ ଟର୍ମ ଓପନର ହୋଇ ପାରିବେ ନାହିଁ … ଏମିତି ବିବୃତ୍ତି କାହିଁକି ଦେଲେ ମହମ୍ମଦ କୈଫ୍ ? 

ଭାରତୀୟ ଦଳ: ଶ୍ରେୟାସ ଆୟର (ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ତିଳକ ବର୍ମା (ଉପଅଧିନାୟକ), ଇଶାନ କିଷନ, ଶିବମ ଦୁବେ, ସୂର୍ୟାଂଶ ସେଡଗେ, ରିଙ୍କୁ ସିଂହ, ହର୍ଷ ଦୁବେ, ବରୁଣ ଚକ୍ରବର୍ତ୍ତୀ, ପ୍ରିନ୍ସ ଯାଦବ, ୟଶ୍ ଠାକୁର, ଅଶୋକ ଶର୍ମା, ମୟଙ୍କ୍ ଯାଦବ, ପ୍ରଭସିମରନ ସିଂହ ।  

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।