IND vs AFG 1st ODI: ଏହି କାରଣରୁ ଭାରତ-ଆଫଗାନିସ୍ତାନ ପ୍ରଥମ ଦିନିକିଆରେ ଉପୁଜିପାରେ ବାଧା
ନୂଆଦିଲ୍ଲୀ: ଆପଗାନିସ୍ତାନ ବିପକ୍ଷ ଟେଷ୍ଟରେ ଭାରତର ଦମଦାର ବିଜୟ । ଏବେ ଦିନିକିଆ ସିରିଜ କବଜା କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଜୁନ୍ ୧୩ ତାରିଖରେ ଖେଳାଯିବ ପ୍ରଥମ ଦିନିକିଆ । ତେବେ ଧର୍ମଶାଳାରେ ଖେଳାଯିବାକୁ ଥିବା ମ୍ୟାଚ ପୂର୍ବରୁ ବଢ଼ିଯାଇଛି ଚିନ୍ତା । ଏହି ମ୍ୟାଚରେ ବର୍ଷା ବାଧକ ସାଜିବ ବୋଲି ଅନୁମାନ କରାଯାଉଛି ।
ଜୁନ୍ ୧୩ ତାରିଖରେ ଧର୍ମଶାଳା ଏବଂ ଆଖପାଖ ଅଞ୍ଚଳରେ ବର୍ଷା ହେବା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି । ପାହାଡ଼ ଘେରା ଏହି ଷ୍ଟାଡିୟମରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଇଏମଡି ପକ୍ଷରୁ ଦିଆଯାଇଥିବା ସୂଚନାରେ ଝଡ଼ତୋଫାନ ହେବ ବୋଲି ଅନୁମାନ କରାଯାଇଛି । ଦିନ ୧.୩୦ରେ ମ୍ୟାଚ ଖେଳାଯିବାକୁ ଥିବାବବେଳେ ଦିନରେ ୯୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏହି ମ୍ୟାଚରେ ଟସରେ ବିଳମ୍ବ କିମ୍ବା ଓଭର କମ ହୋଇପାରେ ବୋଲି କୁହାଯାଉଛି ।
ହେଡ୍-ଟୁ-ହେଡ୍ ରେକର୍ଡ ଦୃଷ୍ଟିରୁ, ଦୁଇ ଦଳ ଏପର୍ଯ୍ୟନ୍ତ ଚାରୋଟି ଦିନିକିଆ ଖେଳିଛନ୍ତି। ଏହି ସମୟ ମଧ୍ୟରେ ଟିମ୍ ଇଣ୍ଡିଆ ତିନୋଟି ମ୍ୟାଚ୍ ଜିତିଛି, ଯେତେବେଳେ ଗୋଟିଏ ମ୍ୟାଚ୍ ଟାଇ ହୋଇଛି। ଏହାର ଅର୍ଥ ହେଉଛି ଆଫଗାନିସ୍ତାନ ଏପର୍ଯ୍ୟନ୍ତ ଗୋଟିଏ ଦିନିକିଆ ମ୍ୟାଚ୍ ରେ ଭାରତକୁ ପରାସ୍ତ କରିନାହିଁ। ଏଣୁ ଆଫଗାନିସ୍ତାନ ବିଜୟ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ସେପଟେ ଗିଲ ବାହିନୀ ଅପରାଜେୟ ଲକ୍ଷ୍ୟରେ ରହିଛି ।
ଏହାସହ ପଢ଼ନ୍ତୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।