Welcome!

Unlock your personalized experience.
Sign Up

GI Tag Demand: ରସଗୋଲାକୁ ମିଳିଲା ଜିଆଇ ଟ୍ୟାଗ୍‌, ପୁରୀର କାଗଜ ମୁଖା ଓ ସୋଲ କାମକୁ କେବେ ?

Jul 27, 2026 - 15:29
GI Tag Demand: ରସଗୋଲାକୁ ମିଳିଲା ଜିଆଇ ଟ୍ୟାଗ୍‌, ପୁରୀର କାଗଜ ମୁଖା ଓ ସୋଲ କାମକୁ କେବେ ?

ପୁରୀ, ୨୭/୦୭: କାହିଁ କେଉଁ ଅନାଦି କାଳରୁ ନୀଳାଦ୍ରି ବିଜେ ଦିନ ମହାପ୍ରଭୁଙ୍କ ନିକଟରେ ଶ୍ରଦ୍ଧାଳୁ ରସଗୋଲା ଭୋଗ କରୁଛନ୍ତି । ଏହିଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ମା’ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରନ୍ତି । ରସଗୋଲାକୁ ନେଇ ଏଭଳି ବିଷୟବସ୍ତୁ ରଖି ଓଡ଼ିଶା ରସଗୋଲା ଜିଆଇ ଟ୍ୟାଗ୍ ପାଇଲା । ମାତ୍ର ଏହାର ଉତ୍ପତ୍ତି ବାବଦରେ ନାଁ ନେଲା ଖୋର୍ଦ୍ଧା । ଅନେକ ଜିନିଷ ଜିଆଇ ଟ୍ୟାଗ୍ ପାଇବାରେ ଏକ ବା ଏକାଧିକ ଜିଲ୍ଲାର ଉତ୍ପତ୍ତି ସ୍ଥାନ ବୋଲି ସରକାରୀ ରେକର୍ଡଭୁକ୍ତ ହୋଇଛି । ମାତ୍ର ପୁରୀକୁ ରସଗୋଲା ଉତ୍ପତ୍ତି ସ୍ଥଳ ତାଲିକାରେ ରଖାଗଲାନି । ଅଦ୍ୟାବଧି ଜିଆଇ (ଜିଓଗ୍ରାଫିକାଲ ଇଣ୍ଡିକେସନ) ପଞ୍ଜୀକରଣ ତାଲିକାରେ ପୁରୀର କୋଣାର୍କ ଷ୍ଟୋନ୍ କାଭି ର୍ଂ, ପଟ୍ଟଚିତ୍ର, ପିପିଲି ଚାନ୍ଦୁଆ କାର୍ଯ୍ୟ, ଓଡ଼ିଶା ପଟ୍ଟଚିତ୍ର ଲୋଗୋ ସ୍ଥାନ ପାଇଛି । ଯେତେବେଳେ କି ପୁରୀର କାଗଜ ମୁଖା ଓ ସୋଲ କାମ ହସ୍ତଶିଳ୍ପ କାରୁକାର୍ଯ୍ୟ ଜିଆଇ ଟ୍ୟାଗ୍ ପାଇଁ ରାଜ୍ୟ ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗ ମାଧ୍ୟମରେ ଆବେଦନ କରାଯାଇଛି ।

ଏନେଇ ରଘୁରାଜପୁରର କାରିଗର ଆକାଶ ସ୍ୱାଇଁ କହିଛନ୍ତି, ସୋଲରେ ତିଆରି ମହାପ୍ରଭୁଙ୍କ ଟାହିଆ ସମଗ୍ର ବିଶ୍ୱର ଜଗନ୍ନାଥପ୍ରେମୀଙ୍କୁ ବିଭୋର କରିଥାଏ । ସୋଲରେ ସୁନ୍ଦର ଫୁଲ ଓ ମୁକୁଟ ତିଆରି ହୋଇପାରେ । ସୋଲ ଉପରେ ଚିତ୍ର ସମସ୍ତଙ୍କୁ ବେଶ ଆକର୍ଷିତ କରିଥାଏ । କମ୍ ଖର୍ଚ୍ଚରେ ଆକର୍ଷଣୀୟ ଜିନିଷ ସୋଲରୁ ହୋଇପାରେ । ଯାହା ଏଠାରୁ ବିଶ୍ୱ ଶିକ୍ଷା ପାଉଛି । ପୁରୀରେ ଅନୁଷ୍ଠିତ ଗୋଷାଣୀ ଯାତ୍ରା ହେଉ ଅବା ବଡ଼ତୋରଣ କାର୍ଯ୍ୟରେ ସୋଲରେ ତିଆରି ବିଭିନ୍ନ ଜିନିଷ ଆକର୍ଷଣୀୟ ହୋଇଥାଏ । ସେହିପରି କାଗଜରେ ତିଆରି ବାଘ ମୁଖା, ହନୁମାନ ମୁଖା, ଭାଲୁ ମୁଖା ପ୍ରଭୃତିର ବେଶ ଆଦର ରହିଛି । ଏହାକୁ ନେଇ ପୁରୀର କୁଟୀର ଶିଳ୍ପ ବେଶ ସମୃଦ୍ଧ । ପୁରୀର କାରିଗରମାନେ ଏଥିରେ ସିଦ୍ଧହସ୍ତ । ତେଣୁ ଏହାକୁ ଜିଆଇ ଟ୍ୟାଗ୍ ମିଳିପାରିଲେ ପୁରୀର ଏହି ସାମଗ୍ରୀର ବିକ୍ରିବଟାର ବିଶେଷ ଭୂମିକା ପାଇପାରନ୍ତା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।