Railway track flooded : ରେଲୱେ ଟ୍ରାକ୍ରେ ଲହଡ଼ି ମାରୁଛି ୩ ଫୁଟ ପାଣି, ୪ ଘଣ୍ଟା ହେଲା ଅଟକିଛି ଟ୍ରେନ୍
ରାୟଗଡ଼ା/କାଶୀପୁର, ୨୭/୦୭ : ଲଗାଣ ବର୍ଷାରେ ରେଳ ଧାରଣାରେ ଲହଡ଼ି ମାରୁଛି ଦୁଇରୁ ତିନି ଫୁଟ ପାଣି। ରାୟଗଡା ଜିଲ୍ଲା ଟିକିରି ଓ ରାଉଳି ରେଳ ଷ୍ଟେସନର ମଧ୍ୟରେ ଟ୍ରେନ୍ ଟ୍ରାକ୍ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି। ଫଳରେ ଟିକିରି ଷ୍ଟେସନ ଠାରେ କୋରାପୁଟ-ବିଶାଖାପାଟଣାମ୍ ପାସେଞ୍ଜର ଟ୍ରେନ୍ ଅଟକିଛି। ପ୍ରାୟ ୪ ଘଣ୍ଟା ଧରି ଟ୍ରେନ୍ ଅଟକି ରହିଛି। ଯାହାଦ୍ୱାରା ଶତାଧିକ ରେଳ ଯାତ୍ରୀ ଟ୍ରେନ୍ ଭିତରେ ଫସି ରହିଛନ୍ତି।
ସୋମବାର ଭୋରରୁ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ହେବା ଫଳରେ ପାହାଡର ପାଣି ଓ କାଦୁଅ ଆସି ରେଳ ଧାରଣା ଉପରେ ଜମି ଯାଇଥିଲା। ଏପଟେ ରେଳ ଧାରଣା ପାଖରେ ଥିବା ଡ୍ରେନ୍ ର ପାଣି ମଧ୍ୟ ଟ୍ରାକ୍ ଉପରେ ଜମା ହୋଇଗଲା। ଫଳରେ ସାଢେ ୧୧ଟାରେ ରାୟଗଡାରେ ପହଞ୍ଚିବା ଟ୍ରେନ୍ ୧୦ଟାରୁ ଟିକିରି ଷ୍ଟେସନରେ ଅଟକି ରହିଛି। ସେହିପରି ରାଉଳି ଷ୍ଟେସନ୍ ନିକଟର ମଧ୍ୟ ଟ୍ରାକ୍ ଉପରେ ବର୍ଷା ପାଣି ଜମା ହୋଇ ରହିଛି। ତେବେ ବର୍ଷା କମିଲେ ରେଳ ଧାରଣା ଯାଞ୍ଚ କରାଯିବ। ଏହାପରେ ଟ୍ରେନ୍ ପୁଣି ଥରେ ଯାତ୍ରା ଆରମ୍ଭ କରିବ ବୋଲି ରାୟଗଡ଼ା ରେଳ ଡିଭିଜନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
ଆହୁରି ପଢନ୍ତୁ- ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ୫ ବର୍ଷ ପରେ ଆତ୍ମସମର୍ପଣ କଲେ ତତ୍କାଳୀନ ଡିଏଫ୍ଓ ସଂଗ୍ରାମ ବେହେରା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।