15 JULY 2026

Welcome!

Unlock your personalized experience.
Sign Up

Ghost Fear: ଅଧା ରାତିରେ ଡାକୁଛି, ଯିଏ ଯାଉଛି ମାଡ଼ି ବସୁଛି...ଡାହାଣୀ ଗୁଜବ ନେଇ ଆତଙ୍କ, ହ୍ୱାଟସ୍‌ଆପ୍‌ ଗ୍ରୁପରେ ଘୂରି ବୁଲୁଛି ଭିଡିଓ

Jul 15, 2026 - 11:39
Ghost Fear: ଅଧା ରାତିରେ ଡାକୁଛି, ଯିଏ ଯାଉଛି ମାଡ଼ି ବସୁଛି...ଡାହାଣୀ ଗୁଜବ ନେଇ ଆତଙ୍କ, ହ୍ୱାଟସ୍‌ଆପ୍‌ ଗ୍ରୁପରେ ଘୂରି ବୁଲୁଛି ଭିଡିଓ

ବାଲିକୁଦା ୧୫/୦୭: ରାତି ଅଧାରେ ରାସ୍ତାରେ ଛିଡ଼ା ହୋଇ ଡାକୁଛି ଡାହାଣୀ। ମଣିଷକୁ ଆମ୍ପୁଡ଼ି ଖଣ୍ଡିଆ ଖାବରା କରିଦେଉଛି। ମୁନିଆ ମୁନିଆ ନଖରେ ଆକ୍ରମଣ କରୁଛି। ଲୋକଙ୍କ ଅଟକାଇ କାମୁଡ଼ି ରକ୍ତ ଶୋଷି ପିଇ ଦେଉଥିବା ଭଳି ଖବର ଶୁଣା ଯାଉଛି । ଏହାର ଏକ ଭିଡିଓ ଓ ୪/୫ଟି ଫଟୋ ଏବେ ବେଶ୍‌ ଭାଇରାଲ ହେଉଛି । ଏହାକୁ ନେଇ ଲୋକଙ୍କ ମନରେ ଆତଙ୍କ ଖେଳିଛି । ତେବେ ବିଭିନ୍ନ ହ୍ୱାଟସ୍‌ଆପ୍‌ ଗ୍ରୁପରେ ଡାହାଣୀର କାରନାମା ତଥା ଆକ୍ରମଣ ହୋଇଥିବା କେତେକଙ୍କ ଫଟୋ ଚର୍ଚ୍ଚାକୁ ନେଇଛି । ବାଲିକୁଦା ଅଞ୍ଚଳରେ କିଛିଦିନ ହେବ ଡାହାଣୀ ମାତିଥିବାର ଗୁଜବ ସୃଷ୍ଟି ହୋଇଛି । 

ଅଧିକ ପଢ଼ନ୍ତୁ :-  କଟକ ଯୋବ୍ରା ବ୍ୟାରେଜରେ ଅଘଟଣ, ମାଛ ଧରୁଥିବା ବେଳେ ଖସି ପଡିଲେ ମତ୍ସ୍ୟଜୀବୀ

ସେହିପରି ମଝି ରାସ୍ତାରେ ଅନ୍ଧାର ମଧ୍ୟରେ ଅସ୍ପଷ୍ଟ ଭାବେ ହେଲେ ମଧ୍ୟ କେହି ଜଣେ ମହିଳା ଛିଡ଼ା ହୋଇଥିବା ବାଇକ୍‌ ଲାଇଟ୍‌ରେ ଦେଖା ଯାଉଛି । ସେହିପରି ଏହାକୁ ନେଇ ସେହି ହ୍ୱାଟସ୍‌ଆପ୍‌ ଗ୍ରୁପରେ ଭିନ୍ନ ମତପ୍ରକାଶ ପାଇଥିବାର ଦେଖା ଯାଇଛି । କେହି କେହି ଏହା ୩ ବର୍ଷ ତଳର ଭିଡିଓ ଫଟୋ ବୋଲି କହୁଥିବା ବେଳେ ଆଉ କେହି କେହି ଏହାକୁ ଖଣ୍ଡନ କରି ଥିବା ଜାଣିବାକୁ ମିଳିଛି । ଅନ୍ୟ ପକ୍ଷରେ ଘଟଣାଟି ବାଲିକୁଦା-ଜନତାକୋଠି ରାସ୍ତାରେ ଘଟିଥିବା ପ୍ରଥମେ ଆସିଥିବା ଫଟୋରେ ଦାବି କରାଯାଉଥିଲା । ପରେ ଯେଉଁ ଫଟୋ ଆସିଛି ତାହା କଣିଆ-ଥାଇଳୋ ରାସ୍ତାରେ ବୋଲି ଦାବି କରାଯାଉଛି । ହେଲେ ଫଟୋ ଭିଡିଓ ସମାନ ରହିଛି । ତେବେ କେଉଟା ଠିକ୍‌ ଓ କେଉଁ ରାସ୍ତାର ଘଟଣା ବୋଲି ବୁଝା ପଡ଼ୁନି । ହେଲେ ସବୁ ପରେ ଡାହାଣୀ ଆକ୍ରମଣରେ ବୁଲିଥିବା ଫଟୋ ଭିଡିଓରେ ଯୁବକଙ୍କ ମୁହଁକୁ ନଦେଖାଇ ପଛ କରି ଦିଆଯିବା ଘଟଣାକୁ ଅଧିକ ସନ୍ଦେହ ଭିତରକୁ ଟାଣି ନେଉଛି । ଆହତ ହୋଇଥିବା ବ୍ୟକ୍ତି ଜଣଙ୍କ କିଏ ଓ କେଉଁ ଅଞ୍ଚଳର ତାହା ଭିଡିଓ ବା ଫଟୋରେ କୁହା ଯାଉ ନଥିବାରୁ ଏହା ନିଶ୍ଚିତ ଗୁଜବ ଓ ସାଧାରଣରେ ବିଭ୍ରାନ୍ତି ସୃଷ୍ଟି କରିବାର ପ୍ରୟାସ ବୋଲି କେହି କେହି କହୁଛନ୍ତି ।

​​​​​​​

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।