15 JULY 2026

Welcome!

Unlock your personalized experience.
Sign Up

World Plastic Surgery Day: କସମେଟିକ୍ ସର୍ଜରୀ କରୁଛନ୍ତି କି ? ପସ୍ତାଇବା ଆଗରୁ ଡାକ୍ତରଙ୍କୁ ପଚାରନ୍ତୁ ଏହି ୧୦ ପ୍ରଶ୍ନ ...

Jul 15, 2026 - 11:39
World Plastic Surgery Day: କସମେଟିକ୍ ସର୍ଜରୀ କରୁଛନ୍ତି କି ? ପସ୍ତାଇବା ଆଗରୁ ଡାକ୍ତରଙ୍କୁ ପଚାରନ୍ତୁ ଏହି ୧୦ ପ୍ରଶ୍ନ ...

ନୂଆ ଦିଲ୍ଲୀ,୧୫\୭ : ସୁନ୍ଦର ଦିଶିବାକୁ ସମସ୍ତଙ୍କ ଇଚ୍ଛା । ଏଥି ପାଇଁ ସମସ୍ତ ଆପଣନ୍ତି ଭିନ୍ନ ଭିନ୍ନ ତରିକା । କେହି କେହି ତ କସମେଟିକ୍ ସର୍ଜରୀରେ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବାକୁ ବି ପଛାନ୍ତି ନାହିଁ । ଏହା କେବଳ ଫିଲ୍ମ ତାରକାଙ୍କ ମଧ୍ୟର ସୀମିତ ହୋଇ ନାହିଁ । ଅନେକ ଲୋକ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି,ୟଙ୍ଗ୍ ଦେଖାଯିବା ଓ କନଫିଡେଣ୍ଟ ବଢାଇବା ପାଇଁ ଏହି ପ୍ରକ୍ରିୟା ଆପଣାଉଛନ୍ତି । କିନ୍ତୁ ବିଶେଷଜ୍ଞଙ୍କ ଅନୁସାରେ ଦାମୀ ବିଜ୍ଞାପନ ଓ କମ୍ ମୂଲ୍ୟ ଆଧାରରେ ଅସ୍ତ୍ରୋପଚାର ନିଷ୍ପତ୍ତି ବିପଦପୂର୍ଣ୍ଣ ହୋଇପାରେ । ନିରାପଦ ଏବଂ ସର୍ବୋତ୍ତମ ଫଳାଫଳ ପାଇଁ ସଠିକ୍ ଡାକ୍ତର ଚୟନ ମଧ୍ୟ ବେଶ୍ ଜରୁରୀ । ଏହାସହ ଅସ୍ତ୍ରୋପଚାର ପୂର୍ବରୁ ସଠିକ୍ ପ୍ରଶ୍ନ ପଚାରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ପ୍ରତିବର୍ଷ ଜୁଲାଇ ୧୫ ତାରିଖରେ ବିଶ୍ୱ ପ୍ଲାଷ୍ଟିକ୍ ସର୍ଜରୀ ଦିବସ ପାଳନ କରାଯାଏ । ଏହି ଦିନ ବିୟୁଟି ସର୍ଜରୀକୁ ନେଇ ସଚେତନତା ସୃଷ୍ଟି କରାଯାଏ । ଏହି ଦିବସରେ ଆମେ ଆପଣଙ୍କୁ କସମେଟିକ୍ ସର୍ଜରୀ ବିଷୟରେ କିଛି ପ୍ରଶ୍ନ -ଉତ୍ତର ବିଷୟରେ ଜଣାଉଛୁ । ଡାକ୍ତର ଓ ବିଶେଷଜ୍ଞଙ୍କ ଅନୁସାରେ କସମେଟିକ୍ ସର୍ଜରୀ ପୂର୍ବରୁ  ଏହି ୧୦ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ପଚାରିବା ଉଚିତ୍ ।

ଡାକ୍ତରଙ୍କୁ ନିଶ୍ଚିତ ପଚାରନ୍ତୁ ଏହି ୧୦ ପ୍ରଶ୍ନ 

୧. ଏହି ପ୍ରକ୍ରିୟା ଆପଣଙ୍କ ପାଇଁ ଉପଯୁକ୍ତ କି ନୁହେଁ ? ଡାକ୍ତରଙ୍କ ଯୋଗ୍ୟତା, ଅଭିଜ୍ଞତା ଏବଂ ବିଶେଷଜ୍ଞତା ବିଷୟରେ ଜାଣନ୍ତୁ।

୨. ଏହି ପ୍ରକ୍ରିୟା ମୋ ପାଇଁ କାହିଁକି ଠିକ୍ ? ଆପଣଙ୍କ ଚର୍ମ, ବୟସ ଏବଂ ସ୍ୱାସ୍ଥ୍ୟ ଉପରେ ଆଧାର କରି ଏହି ଅସ୍ତ୍ରୋପଚାରର ଆବଶ୍ୟକତା ଏବଂ ବିକଳ୍ପ ଗୁଡ଼ିକୁ ବୁଝନ୍ତୁ ।

୩. ଏହି ଅସ୍ତ୍ରୋପଚାରର ବିପଦ ଏବଂ ସମ୍ଭାବ୍ୟ ଜଟିଳତା କ'ଣ? ପ୍ରତ୍ୟେକ ଅସ୍ତ୍ରୋପଚାର କିଛି ନା କିଛି ବିପଦ ଥାଏ। ଏଗୁଡ଼ିକ ବିଷୟରେ ପୂର୍ବରୁ ଜାଣିବା ଗୁରୁତ୍ୱପୂର୍ଣ୍ଣ।

୪. ରିକଭରି ପାଇଁ କେତେ ସମୟ ଲାଗିବ ? କାମକୁ ଫେରିବା, ବ୍ୟାୟାମ କରିବା ଏବଂ ସାଧାରଣ ଜୀବନଶୈଳୀକୁ ଫେରିବାକୁ କେତେ ସମୟ ଲାଗିବ ତାହା ବୁଝିବା ଗୁରୁତ୍ୱପୂର୍ଣ୍ଣ।

୫. ରେଜଲ୍ଟ ସ୍ଥାୟୀ ରହିବ କି ? କିଛି ପ୍ରକ୍ରିୟାର ସୀମିତ ପ୍ରଭାବ ରହିଥାଏ। ତାହା ପୂର୍ବରୁ ଜାଣି ରଖନ୍ତୁ।

୬. ମୁଁ ପୂର୍ବ ଏବଂ ପରର ଫଟୋ ଦେଖିପାରିବି ତ ? ଏହା ଆପଣଙ୍କୁ ଡାକ୍ତରଙ୍କ କାର୍ଯ୍ୟ ଏବଂ ସମ୍ଭାବ୍ୟ ଫଳାଫଳଗୁଡ଼ିକୁ ବୁଝିବାରେ ସାହାଯ୍ୟ କରିପାରିବ।

୭. ଯଦି ଆଶାନୁରୂପ ରେଜଲ୍ଟ ନହୁଏ ତେବେ ଏହାର ବିକଳ୍ପ ଗୁଡ଼ିକ କ'ଣ? ସଂଶୋଧନ ଅସ୍ତ୍ରୋପଚାର କିମ୍ବା ଅନ୍ୟାନ୍ୟ ଚିକିତ୍ସାର ସମ୍ଭାବନା ବିଷୟରେ ପଚାରନ୍ତୁ।

୮. କେଉଁ ହସ୍ପିଟାଲରେ ଅସ୍ତ୍ରୋପଚାର କରାଯିବ? ଏହା ନିଶ୍ଚିତ କରନ୍ତୁ ଯେ ପ୍ରକ୍ରିୟାଟି ଏକ ସ୍ୱୀକୃତିପ୍ରାପ୍ତ ହସ୍ପିଟାଲ କିମ୍ବା ଅସ୍ତ୍ରୋପଚାର କେନ୍ଦ୍ରରେ କରାଯାଉଛି।

୯. ମୋଟ ଖର୍ଚ୍ଚ କେତେ ହେବ? ଅସ୍ତ୍ରୋପଚାର, ଔଷଧ, ପରୀକ୍ଷା, ଫଲୋ-ଅପ୍ ସମେତ ସମସ୍ତ ଖର୍ଚ୍ଚ ବିଷୟରେ ପଚାରି ବୁଝନ୍ତୁ।

୧୦. ଅସ୍ତ୍ରୋପଚାର ପୂର୍ବରୁ ଏବଂ ପରେ କେଉଁ ଜିନିଷ ଉପରେ ଧ୍ୟାନ ଦେବା ଆବଶ୍ୟକ? ଔଷଧ, ଖାଦ୍ୟ, ଧୂମ୍ରପାନ, ମଦ୍ୟପାନ ଏବଂ ଅନ୍ୟାନ୍ୟ ସତର୍କତା ବିଷୟରେ ଭଲ ଭାବରେ ପଚାରି ବୁଝନ୍ତୁ ।

କସମେଟିକ୍ ସର୍ଜରୀ ଏକ ଚିକିତ୍ସା ପ୍ରକ୍ରିୟା। ଏହାକୁ ସୁନ୍ଦର ଦେଖାଯିବାର ଏକ ସରଳ ଉପାୟ ଭାବରେ ଭାବିବା ଠିକ୍ ନୁହେଁ। ସୋସିଆଲ ମିଡିଆ କିମ୍ବା ସେଲିବ୍ରିଟି ଟ୍ରେଣ୍ଡ ଉପରେ ଆଧାର କରି ଅସ୍ତ୍ରୋପଚାର କରିବା ପରିବର୍ତ୍ତେ, ନିଜର ଆବଶ୍ୟକତା ଏବଂ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଅନ୍ତୁ । ଭଲ ଫଳାଫଳ ହାସଲ କରିବାର ସର୍ବୋତ୍ତମ ଉପାୟ ହେଉଛି ସଠିକ୍ ଜ୍ଞାନ ଏବଂ ଅଭିଜ୍ଞତା ସହିତ ଜଣେ ସର୍ଜନଙ୍କୁ ବାଛିବା ।

ବିଶେଷଜ୍ଞମାନେ କୁହନ୍ତି ଯେ ଯଦି ରୋଗୀଙ୍କର ମଧୁମେହ, ଉଚ୍ଚ ରକ୍ତଚାପ, ହୃଦରୋଗ, ଧୂମପାନ ଅଭ୍ୟାସ କିମ୍ବା ଔଷଧ ଆଲର୍ଜି ଅଛି, ତେବେ ସେମାନେ ପୂର୍ବରୁ ଡାକ୍ତରଙ୍କୁ ଜଣାଇବା ଉଚିତ। ଏହା ଅସ୍ତ୍ରୋପଚାରକୁ ଅଧିକ ସୁରକ୍ଷିତ କରେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।