02 AUGUST 2026

Welcome!

Unlock your personalized experience.
Sign Up

Friendship Day : କିପରି ପାଳିବେ ଫ୍ରେଣ୍ଡସିପ୍ ଡେ,ଜାଣନ୍ତୁ କିଛି ଟିପ୍ସ

Aug 02, 2026 - 14:27
Friendship Day : କିପରି ପାଳିବେ ଫ୍ରେଣ୍ଡସିପ୍ ଡେ,ଜାଣନ୍ତୁ କିଛି ଟିପ୍ସ

ନୂଆଦିଲ୍ଲୀ,୦୨ \୮ : ବନ୍ଧୁ ହେଉଛି ଦୁନିଆର ସବୁଠାରୁ ଖାସ୍ ସମ୍ପର୍କ । ଯାହା ରକ୍ତର ନୁହେଁ ସତ କିନ୍ତୁ ରକ୍ତ ଠାରୁ ବି ଗାଢ଼ ଏହାର ଅସ୍ଥିତ୍ବ । ଯେଉଁଠି ପରିବାର ନିକଟରେ ମନ କଥା କହିବା କଷ୍ଟ ହୋଇପଡ଼େ ସେଇଠି ଆଖି ଦେଖି ଦୁଃଖ ଆଉ ସୁଖ ବୁଝିଯାଏ ସାଙ୍ଗ । ସେଥି ପାଇଁତ ବନ୍ଧୁତାରେ ନା ଥାଏ ଧନୀ ଗରିବ ନା ଥାଏ ଉଚ୍ଚ ନୀଚ୍ଚର ମନୋଭାବ । କେବଳ ସାଥୀ ହୋଇ ଚାଲିବା ଓ ପରସ୍ପରର ସୁଖ ଦୁଃଖରେ କାନ୍ଧ ଦେବା ହେଉଛି ଏହାର ଉଦ୍ଦେଶ୍ୟ । କେବେ କେବେ ବନ୍ଧୁକୁ ଭୁଲ୍ ରାସ୍ତାରୁ ଟାଣି ଆଣିବା ବି ବନ୍ଧୁତ୍ବର ନିଚ୍ଛକ ପରିଚୟ ।

ବନ୍ଧୁତାର ଏହି ସୁନ୍ଦର ବନ୍ଧନକୁ ପାଳନ କରିବା ପାଇଁ ପାଳିତ ହୁଏ ଫ୍ରେଣ୍ଡସିପ୍ ଡେ । କେବଳ ଦାମୀ ଉପହାର ଦେଇ ଫ୍ରଣ୍ଡସିପ୍ ଡେ ପାଳି ହବେ ତାହା ନୁହେଁ । ଛୋଟ ଛୋଟ ଏଫର୍ଟ ବି ଜରୁରୀ । ଏହି ବିଶେଷ ଅବସରକୁ ଖାସ୍ କରିବାକୁ କିମ୍ବା କିଛି ସ୍ମୃତି ସାଉଣ୍ଟିବାକୁ ଆପଣାନ୍ତୁ ଏହି ଟିପ୍ସ । 

ବନ୍ଧୁତା ଦିବସ ପାଳନ କରିବା ଏକ ବଡ଼ କଥା ନୁହେଁ। କମ୍ ବଜେଟ୍ ରେ ମଧ୍ୟ, ଆପଣ ବନ୍ଧୁମାନଙ୍କ ସହିତ ଅନେକ ମଜାଦାର ଏବଂ ସ୍ମରଣୀୟ କାର୍ଯ୍ୟକଳାପରେ ସାମିଲ ହୋଇପାରିବେ। ଏକାଠି ବିତାଇଥିବା ସମୟ, ହସ ଏବଂ ସ୍ମୃତି ଯେକୌଣସି ମହଙ୍ଗା ଉପହାର ଠାରୁ ଅଧିକ ମୂଲ୍ୟବାନ ।

ଆପଣ ବନ୍ଧୁମାନଙ୍କ ସହିତ ଏକ ଭଲ ଚଳଚ୍ଚିତ୍ର ଦେଖି ଦିନଟିକୁ ସ୍ୱତନ୍ତ୍ର କରିପାରିବେ। ଫ୍ରେଣ୍ଡସିପ୍ ଉପରେ ଆଧାରିତ ଏକ ଫିଲ୍ମ ବାଛନ୍ତୁ । ଏବଂ ଆପଣ ପପକର୍ନ ଓ ସ୍ନାକ୍ସ ସହ ଫିଲ୍ମର ମଜା ନିଅନ୍ତୁ । ଏହାଦ୍ବାରା ବନ୍ଧୁ ମାନଙ୍କ ସହ ସମୟ ବିତେଇ ପାରିବେ । 

ଗେମ୍ ଖେଳନ୍ତୁ

ବନ୍ଧୁମାନଙ୍କ ସହିତ ଲୁଡୋ, କ୍ୟାରମ୍, ୟୁନୋ, ସ୍କ୍ରାବଲ, ବ୍ୟାଡମିଣ୍ଟନ କିମ୍ବା କ୍ରିକେଟ୍ ଭଳି ଖେଳ ଖେଳନ୍ତୁ। ଯଦି ସମସ୍ତେ ଅନଲାଇନ୍ ଖେଳ ଉପଭୋଗ କରନ୍ତି, ତେବେ ଆପଣ ଏକାଠି ମଲ୍ଟିପ୍ଲେୟାର ଖେଳ ମଧ୍ୟ ଖେଳିପାରିବେ। ଏକାଠି ଖେଳିବା ଦ୍ୱାରା ବହୁତ ମଜା ଆସେ, ଏବଂ ସାଥିରେ ବିତାଇଥିବା ସମୟକୁ ସ୍ମରଣୀୟ କରିଥାଏ ।

ପିକନିକ୍ ଯାଆନ୍ତୁ

ଯଦି ପାଗ ଭଲ ଥାଏ, ତେବେ ପାର୍କ କିମ୍ବା ଶାନ୍ତ ପରିବେଶକୁ ପିକନିକ୍ ଯିବା ବିଷୟରେ ବିଚାର କରନ୍ତୁ। କିଛି ଭଲ ଖାଦ୍ୟ ସହ,ପୁରୁଣା ଦିନର କଥାକୁ ମନେ ପକାନ୍ତୁ । କିମ୍ବା ପରସ୍ପରର ନକଲ କରି ଥଟ୍ଟା ମଜା କରି ପାରିବେ। ଏଭିଳି ଆକ୍ଟିଭିଟି ଦ୍ବାରା ଷ୍ଟ୍ରେସ୍ କମ୍ ହୁଏ ।

ଏମିତି ବି କୁହାଯାଏ ବନ୍ଧୁଙ୍କ ସହ ସମୟ କାଟିଲେ ମନ ହାଲକା ହେବା ସହ ଏନଜାଇଟ୍,ମଧୁମେହ,ଉଚ୍ଚ ରକ୍ତଚାପ ଭଳି ରୋଗରୁ ମୁକ୍ତି ମିଳେ । ତେଣୁ ସବୁବେଳେ ବ୍ୟସ୍ତ ସମୟ ଭିତରୁ କିଛି ସମୟ କାଢି ବନ୍ଧୁଙ୍କ ସହ ସମୟ ଦେବାବି ଜରୁରୀ । ପ୍ରମେୟ ପକ୍ଷରୁ ସମସ୍ତଙ୍କୁ ହାପି ଫ୍ରେଣ୍ଡସିପ୍ ଡେ..

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।