Welcome!

Unlock your personalized experience.
Sign Up

Flood Update : ମହାନଦୀରେ ପାଣି ବଢୁଛି, ଆହୁରି ଖୋଲାହେବ ହୀରାକୁଦ ଗେଟ୍... ୪ ଜିଲ୍ଲାକୁ ଆଲର୍ଟ

Jul 31, 2026 - 12:45
Flood Update : ମହାନଦୀରେ ପାଣି ବଢୁଛି, ଆହୁରି ଖୋଲାହେବ ହୀରାକୁଦ ଗେଟ୍... ୪ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର, ୩୧/୦୭ : ରାଜ୍ୟରେ ବନ୍ୟା ସ୍ଥିତି ସମୀକ୍ଷା ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସୂଚନା। ମହାନଦୀରେ ବନ୍ୟାଜଳ ବଢିବାରେ ଲାଗିଛି। ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ କଟକକୁ ଆଲର୍ଟ କରାଯାଇଛି। ମହାନଦୀକୁ ଛାଡ଼ିଦେଲେ ବାକି ସବୁ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। କେବଳ ମହାନଦୀରେ ଜଳସ୍ତର ବଢୁଛି। ଏବେ ମହାନଦୀରେ ୮ ଲକ୍ଷ ୬୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ସେହିପରି ଯାଜପୁରରେ ସର୍ବାଧିକ ଘାଇ ହୋଇଛି। ଏବେ ପାଗ ପ୍ରାୟତଃ ଶୁଖିଲା ଅଛି। କାଲି ବି ୨ ରୁ ୩ ଜିଲ୍ଲାରେ ଅଳ୍ପ ବର୍ଷା ହେବ। ତେଣୁ ଆସନ୍ତା ୨୪ ଘଣ୍ଟାରେ ସ୍ଥିତିରେ ଅନେକ ସୁଧାର ଆସିବ। ବନ୍ୟା ପାଣି କମିବା ପର୍ଯ୍ୟନ୍ତ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯିବ। କ୍ଷୟକ୍ଷତି ରିପୋର୍ଟ ଆସିଲେ ସଙ୍ଗେ ସଙ୍ଗେ କ୍ଷତିପୂରଣ ଦିଆଯିବ। ସରକାରଙ୍କୁ ସହଯୋଗ କରନ୍ତୁ, ବିପଦ ଟଳିଯିବ ବୋଲି ମନ୍ତ୍ରୀ କହିଛନ୍ତି। 

ଦୁଇ ଦିନ ଯାଏଁ  ବର୍ଷା  ନାହିଁ । କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ୭୦ ମିମି ବର୍ଷା  ହୋଇଛି। ହୀରାକୁଦରେ ୧୪ ଟି ଗେଟ୍  ଖୋଲାଅଛି। ଆଉ ୧୨ ଟି ଖୋଲିବା ପାଇଁ ଯୋଜନା ଚାଲିଛି। ସମୁଦାୟ ୨୪ ଗେଟ୍ ଖୋଲିବା ପାଇଁ ପ୍ରସ୍ତୁତ ହେଉଛୁ ବୋଲି ମନ୍ତ୍ରୀ କହିଛନ୍ତି।  

ଲୋକସେବା ଭବନରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବନ୍ୟା ପ୍ରଭାବିତ ଅଞ୍ଚଳର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ଏହି ବୈଠକରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, SRC, ପାଣିପାଗ ବିଜ୍ଞାନ, ଜଳସମ୍ପଦ ବିଭାଗର ଅଧିକାରୀ ସାମିଲ ହୋଇଛନ୍ତି। ଗତକାଲି ବନ୍ୟା ପ୍ରଭାବିତ ୫ ଜିଲ୍ଲାରେ ସ୍ଥିତି ଅନୁଧ୍ୟାନ କରିଥିଲେ ରାଜସ୍ବ ମନ୍ତ୍ରୀ । ହେଲିକପ୍ଟରରେ ଆକାଶମାର୍ଗରୁ ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ କେନ୍ଦୁଝର ଜିଲ୍ଲାର ବନ୍ୟାଞ୍ଚଳ ଏବଂ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରିଥିଲେ।

ଆହୁରି ପଢନ୍ତୁ- Flood Crisis: ମୁଣ୍ଡଳୀ ସ୍ଥିତି ପରଖିଲେ ଜଳ ସମ୍ପଦ ସଚିବ, କହିଲେ 'ଆଗକୁ ନାହିଁ ବନ୍ୟା ବିପଦ'

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।