Firing : ବାଲେଶ୍ବର ଅଡର ବଜାରରେ ଗୁଳିକାଣ୍ଡ, ବ୍ୟବସାୟୀ ମୃତ

Jun 25, 2026 - 17:17
Firing : ବାଲେଶ୍ବର ଅଡର ବଜାରରେ ଗୁଳିକାଣ୍ଡ, ବ୍ୟବସାୟୀ ମୃତ

ବାଲେଶ୍ବର, ୨୫।୬ : ବାଲେଶ୍ବର ସହଦେବ ଖୁଣ୍ଟା ଅଡର ବଜାର ଗୁଳିକାଣ୍ଡ। ବାଇକରେ ୨ ଜଣ ଦୁର୍ବୃତ୍ତ ଆସି ଗୁଳିମାଡ଼ କରିଛନ୍ତି। ଗୁଳିମାଡରେ ବ୍ୟବସାୟୀ ଶେଖ ହମିଦଙ୍କ ମୃତ୍ୟୁ ଘଟିଛି। ଦୁର୍ବୃତ୍ତମାନେ ତାଙ୍କ ଉପରକୁ ୮ ରାଉଣ୍ଡ ଗୁଳିମାଡ଼ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି। 

ଶେଖ ହମିଦ ନିଜ କାରରେ ଅଡର ବଜାରକୁ ଆସୁଥିଲେ। ଏହି ସମୟରେ ଦୁଇ ଜଣ ଅଜଣା ଦୁର୍ବୃତ୍ତ ଏକ ବାଇକରେ ତାଙ୍କୁ ପିଛା କରୁଥିଲେ। ହମିଦ କାରରୁ ଓହ୍ଲାଇବା ମାତ୍ରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଅତର୍କିତ ଭାବେ ଗୁଳିଚାଳନା କରି ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତମାନେ ହମିଦଙ୍କ ଉପରକୁ ୮ ରାଉଣ୍ଡ ଗୁଳିମାଡ କରିଥିବା ଜଣାପଡିଛି।  ଗୁଳି ବାଜିବା ପରେ ହମିଦ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯାଇଥିଲେ।

ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ମେଡିକାଲକୁ ନେଇଥିଲେ। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସହଦେବଖୁଣ୍ଟା ପୁଲିସ ଓ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆକ୍ରମଣକାରୀମାନଙ୍କୁ ଚିହ୍ନଟ କରିବା ପାଇଁ ନିକଟସ୍ଥ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଥିବା ବେଳେ, ଗୁଳିକାଣ୍ଡ ପଛର କାରଣ ନେଇ ମଧ୍ୟ ଖୋଳତାଡ଼ ଚାଲିଛି। ପୂର୍ବ ଶତ୍ରୁତା, ବ୍ୟବସାୟିକ ବିବାଦ କିମ୍ବା ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେ ଦିଗରେ ପୁଲିସ ତଦନ୍ତ କରୁଛି।

ଆହୁରି ପଢନ୍ତୁ : ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ଯୁବକ ମୃତ