FIFA World Cup 2026: ସୁପର ସନ୍ଡେ'ରେ ଆର୍ଜେଣ୍ଟିନା- ସ୍ପେନ୍ ଫାଇନାଲ୍ ଫାଇଟ୍, ବିଶ୍ୱ ଚାମ୍ପିଅନଙ୍କୁ ମିଳିବ ସୁନା ଓ ଦାମୀ ହୀରାରେ ନିର୍ମିତ ମୁଦି
ନୂଆଦିଲ୍ଲୀ, ୧୮/୦୭; ରବିବାର ଦିନ ଚଳିତ ଫିଫା ବିଶ୍ୱକପ୍ର ଫାଇନାଲ ମ୍ୟାଚ ଖେଳାଯିବ । ଡିଫେଣ୍ଡିଂ ଚାମ୍ପିଅନ ଆର୍ଜେଣ୍ଟିନା ଓ ପୂର୍ବତନ ଚାମ୍ପିଅନ ସ୍ପେନ ମଧ୍ୟରେ ଟାଇଟଲ ଲଢ଼େଇ ହେବ । ଚାମ୍ପିଅନ ଦଳକୁ ଫିଫା ଏଥର ବିଶେଷ ଉପହାର ପ୍ରଦାନ କରିବାକୁ ଯାଉଛି । ବିଶ୍ୱ ଚାମ୍ପିଅନ ଦଳକୁ ଏଥର ୫୦ ମିଲିୟନ ଡଲାର ଆର୍ଥିକ ପୁରସ୍କାର ରାଶି ମିଳିବ । ଏଥିସହିତ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ଚାମ୍ପିଅନସିପ୍ ମୁଦି ପ୍ରଦାନ କରାଯିବ । ଫିଫା ବିଶ୍ୱକପ୍ ଇତିହାସରେ ପ୍ରଥମ ଥର ଏଭଳି ଆୟୋଜନ କରାଯାଇଛି । ଚାମ୍ପିଅନ ଦଳର ୩୦ ଜଣଙ୍କୁ ଏହି ମୁଦି ମିଳିବ । ଫିଫା ପକ୍ଷରୁ ସ୍ୱତନ୍ତ୍ର ଭାବେ ଏହି ମୁଦି ଡିଜାଇନ କରାଯାଇଛି ।
୨୦୨୬ଟି ମୁଦି ତିଆରି ହୋଇଛି । ଚାମ୍ପିଅନ ଦଳକୁ ପ୍ରଦାନ କରାଯିବା ପରେ ଅବଶିଷ୍ଟ ପ୍ରଶଂସକଙ୍କ ପାଇଁ ବିକ୍ରି କରାଯିବ । ଆମେରିକାରେ ଏନ୍ବିଏ, ଏନ୍ଏଫ୍ଏଲ, ଏନ୍ଏଚଏଲ ଓ ଏମ୍ଏଲବିରେ ଚାମ୍ପିଅନ ଦଳକୁ ଏଭଳି ଉପହାର ଦେବାର ପରମ୍ପରା ରହିଛି । ଫିଫା ଯେଉଁ ମୁଦି ପ୍ରଦାନ କରିବ ତାହାର ମୂଲ୍ୟ ଜଣା ପଡ଼ି ନାହିଁ । କିନ୍ତୁ ଏହା ୧୪ରୁ ୧୮ କ୍ୟାରେଟ୍ ସୁନାରେ ନିର୍ମିତ । ମୁଦିରେ ବିଭିନ୍ନ ଦାମୀ ପଥର ଲାଗିଛି, ଯାହା ବେଶ ଆକର୍ଷଣୀୟ ଦେଖାଯାଉଛି । ଏନବିଏରେ ଚାମ୍ପିଅନ ଦଳକୁ ଯେଉଁ ମୁଦି ପ୍ରଦାନ କରାଯାଏ ତାହାର ମୂଲ୍ୟ ୧୫୦,୦୦୦ ଡଲାର ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।